ETV Bharat / state

ଖୋର୍ଦ୍ଧାରେ ଆରମ୍ଭ ହେଲା ଲକ୍ଷ୍ମୀ ବସ, ପ୍ରଥମ ପର୍ଯ୍ୟାୟରେ ଗଡ଼ିଲା 13ଟି ବସ

author img

By ETV Bharat Odisha Team

Published : Feb 16, 2024, 7:45 PM IST

Etv Bharat
Etv Bharat

Laccmi Bus Service:ଖୋର୍ଦ୍ଧାରେ ଆରମ୍ଭ ହେଲା ଲକ୍ଷ୍ମୀ ବସ ସେବା । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଲକ୍ଷ୍ମୀ ବସ

ଖୋର୍ଦ୍ଧା: ପରିବହନ ସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ ସେବା । ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ଯାତାୟତର ସୁବିଧା କରିବା ପାଇଁ ସରକାର ଏହି ଯୋଜନା କରିଛନ୍ତି । ଏନେଇ ଆଜି ଖୋର୍ଦ୍ଧାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ ସେବାକୁ ଭିଡିଓ କନଫରେନ୍ସ ଯୋଗେ ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧାରେ 13ଟି ବସ ଗଡ଼ିଛି ।

ଖୋର୍ଦ୍ଧା ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ । ଏନେଇ ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସ ଚଳାଚଳ କରୁନଥିବା ପଞ୍ଚାୟତରୁ ପ୍ରଥମେ ବସ ସେବା ଆରମ୍ଭ ହେବ । ଏଥପାଇଁ ବସ କର୍ମଚାରୀ ସୁପରଭାଇଜର ନିଯୁକ୍ତି ପ୍ରକ୍ରିୟା ଶେଷ କରାଯାଇଛି । ଲକ୍ଷ୍ମୀ ବସ ଚଳାଚଳକୁ ଜିଲ୍ଲାବାସୀ ଅପେକ୍ଷା କରିଥିବା ବେଳେ ଆଜି ଏ ଅପେକ୍ଷାର ଅନ୍ତ ଘଟିଛି । ତେବେ ଜିଲ୍ଲାର 10ଟି ବ୍ଳକ ମଧ୍ୟରୁ ଭୁବନେଶ୍ବର, ବାଲିଅନ୍ତା, ବାଲିପାଟଣା, ଜଟଣାକୁ ଛାଡି ଅବଶିଷ୍ଟ ବ୍ଲକରେ ଆଜିଠାରୁ ଲକ୍ଷ୍ମୀ ବସ ଗଡ଼ିଛି । ପ୍ରଥମ ପର୍ଯ୍ୟାୟରେ 13ଟି ବସ ଗଡ଼ିଛି । ସେଥି ମଧ୍ୟରୁ ଗୋଟିଏ ବସ ମୁଖ୍ୟାଳୟରେ ରହିବାକୁ ଥିବାବେଳେ ଅନ୍ୟ 12ଟି ବସ ପ୍ରତି ବ୍ଲକରେ ଦୁଇଟି ଲେଖାଏଁ ଗଡ଼ିବ ବୋଲି ଜଣାପଡିଛି । ଛାତ୍ରଛାତ୍ରୀ, ମହିଳା ଓ ଦିନମଜୁରିଆଙ୍କ ସମେତ ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟ ଯିବା ଆସିବା କରିବାରେ ସହଜ ଓ ସୁବିଧା ହେବ । ଛାତ୍ରଛାତ୍ରୀ ଓ ମହିଳାମାନେ ମାତ୍ର 5 ଟଙ୍କାରେ ଯାତ୍ରା କରିପାରିବେ ।

ଏହା ମଧ୍ୟ ପଢ଼ନ୍ତୁ....ଆଉ 5 ଜିଲ୍ଲାରେ ଗଡିଲା ଲକ୍ଷ୍ମୀ, ଉପାନ୍ତରୁ ଦୂର ହେବ ଯାତାୟତ ସମସ୍ୟା

ଏହା ମଧ୍ୟ ପଢ଼ନ୍ତୁ....ବଲାଙ୍ଗୀରରେ ଲକ୍ଷ୍ମୀ ବସ ସେବା ଆରମ୍ଭ, ୧୪ ବ୍ଲକରେ ଗଡିବ ୨୭ଟି ବସ

ତେବେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ପରେ ଖୋର୍ଦ୍ଧାର ସ୍ଥାନୀୟ ହାବେଳୀପଡ଼ିଆ ଠାରେ ମନ୍ତ୍ରୀ ଅଶୋକ ପଣ୍ଡା, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ରାଜ୍ୟ କୋଠାବାଡି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ତଥା ନବୀନ ଓଡ଼ିଶା ମୋ ଓଡ଼ିଶାର ଜିଲ୍ଲା ସଂଯୋଜକ ଶ୍ରୀମୟୀ ମିଶ୍ର ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଇଟଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.