ବଲାଙ୍ଗୀରରେ ଲକ୍ଷ୍ମୀ ବସ ସେବା ଆରମ୍ଭ, ୧୪ ବ୍ଲକରେ ଗଡିବ ୨୭ଟି ବସ

By ETV Bharat Odisha Team

Published : Feb 12, 2024, 7:09 PM IST

thumbnail

ବଲାଙ୍ଗୀର: ଆଜି ଠାରୁ ବଲାଙ୍ଗୀରରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ସେବା  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଆଜି ଶୁଭ ଉଦଘାଟନ କରିଛନ୍ତି । ବଲାଙ୍ଗୀର ସ୍ଥାନୀୟ ପଥର ଚେପା ଠାରେ ଏହାର ଶୁବ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ । ଏହା ସହ ବଲାଙ୍ଗୀରରେ ମନ୍ତ୍ରୀ ଟୁକୁନି ସାହୁ, ଓଡ଼ିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ କଲିକେଶ ନାରାୟଣ ସିଂହ ଦେଓ, ପାଟଣାଗଡ ବିଧାୟକ ସରୋଜ ମେହେର ପ୍ରମୁଖ ଉପସ୍ଥିତ ଥିଲେ । 

ତେବେ ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀର ପାଇଁ 27 ଗୋଟି ଲକ୍ଷ୍ମୀ ବସ ଯୋଗାଇ ଦିଆଯାଇଛି । ଯାହା ବଲାଙ୍ଗୀରର ସମସ୍ତ 14 ଟି ବ୍ଲକରେ ଚାଲିବ ଏବଂ ପ୍ରତ୍ୟେକ ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟକୁ ଚାଲିବ । ଏହି ସଭାରେ ଶତାଧିକ ମହିଳା ଛାତ୍ର ଛାତ୍ରୀ ଓ ସାଧାରଣ ଲୋକ ଉପସ୍ଥିତ ଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ଗାଁର ବିକାଶ ହିଁ ରାଜ୍ୟର ବିକାଶ ବୋଲି କହିଥିଲେ । ତେଣୁ ଆଜି ଏହି ଲକ୍ଷ୍ମୀ ବସ ସେବା ଆରମ୍ଭ ହୋଇଥିବାର ସେ କହିଛନ୍ତି । ସେହିପରି ରାଜ୍ୟର 1340ଟି ପଞ୍ଚାୟତରେ ଏବେ 301ଟି ଲକ୍ଷ୍ମୀ ବସ ଚାଲିଛି ଏବଂ ଏହାଦ୍ବାରା 83 ଲକ୍ଷ ଲୋକ ଉପକୃତ ହେବେ । ଗାଁକୁ ଗାଁ ଯୋଡି ହେବା ସହ ଲୋକ ଅତି କମ ମୂଲ୍ୟରେ ବସ ସେବା ପାଇବେ । ଗାଁରୁ ଚାଷୀ, ମହିଳା, ଛାତ୍ରଛାତ୍ରୀ ସମସ୍ତେ ଗମନା ଗମନ ସୁବିଧା ପାଇ ପାରିବେ । 

ଏହା ମଧ୍ୟ ପଢନ୍ତୁ ... ଲକ୍ଷ୍ମୀ ବସରେ ଟଙ୍କା ନେଇ ଚାକିରି କରାଇଦେବା ମାମଲା, ୨ ଅଭିଯୁକ୍ତ ଗିରଫ

ସେହିପରି ଏହାଦ୍ବାରା ନିଯୁକ୍ତି ମଧ୍ୟ ବଢିବ ବୋଲି ସେ ଅଭିଭାଷଣରେ କହିଥିଲେ । ସେପଟେ ମନ୍ତ୍ରୀ ଟୁକୁନି ସାହୁ ଓଡ଼ିଶାର ବିକାଶ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ଇଚ୍ଛା ଶକ୍ତି ଦ୍ବାରା ସମ୍ଭବ ହୋଇଛି ବୋଲି ସେ କହିଥିଲେ । ବିରୋଧୀଙ୍କୁ କଡା ଜବାବ ଦେବା ସହ ଆଖିରୁ କଳା ଚଷମା ଖୋଲି ଦେଖନ୍ତୁ ଓଡିଶା ଏବେ ବିକାଶ ଅଭିମୁଖୀ ହୋଇସାରିଛି ବୋଲି ସେ କହିଥିଲେ । ସେହିପରି ଲକ୍ଷ୍ମୀ ବସ ସେବା ଗାଁକୁ ବିକାଶର ମୁଖ୍ୟ ସ୍ରୋତରେ ଯୋଡିବ ବୋଲି ସେ କହିଛନ୍ତି । 

ଇଟିଭି ଭାରତ, ବଲାଙ୍ଗୀର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.