ETV Bharat / state

ଲକ୍ଷ୍ମୀ ବସରେ ଟଙ୍କା ନେଇ ଚାକିରି କରାଇଦେବା ମାମଲା, ୨ ଅଭିଯୁକ୍ତ ଗିରଫ

author img

By ETV Bharat Odisha Team

Published : Feb 5, 2024, 10:09 PM IST

ଲକ୍ଷ୍ମୀ ବସରେ ଟଙ୍କା ନେଇ ଚାକିରୀ ମାମଲା, ୨ ଅଭିଯୁକ୍ତ ଗିରଫ
ଲକ୍ଷ୍ମୀ ବସରେ ଟଙ୍କା ନେଇ ଚାକିରୀ ମାମଲା, ୨ ଅଭିଯୁକ୍ତ ଗିରଫ

Two fraudsters arrested in money for job fraud in LACCMI Bus in Balangir: ଲକ୍ଷ୍ମୀ ବସରେ ଟଙ୍କା ନେଇ ଚାକିରି କରାଇଦେବା ମାମଲାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ଏ ନେଇ ବଲାଙ୍ଗୀରରେ ଏକ ଅଡିଓ ଓ ଭିଡ଼ିଓ ଭାଇରାଲ ହୋଇଥିଲା । ଅଧିକ ପଢନ୍ତୁ

ଲକ୍ଷ୍ମୀ ବସରେ ଟଙ୍କା ନେଇ ଚାକିରୀ ମାମଲା, ୨ ଅଭିଯୁକ୍ତ ଗିରଫ

ବଲାଙ୍ଗୀର: ନିକଟରେ ଲକ୍ଷ୍ମୀ ବସରେ ଟଙ୍କା ନେଇ ଚାକିରି କରାଇଦେବା କହି ବଲାଙ୍ଗୀରରେ ଏକ ଅଡିଓ ଓ ଭିିଡିଓ ଭାଇରାଲ ହୋଇଥିଲା । ତେବେ ଏହାକୁ ନେଇ OSRTC ପକ୍ଷରୁ ଥାନାରେ ମାମଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଏନେଇ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଟିଟିଲାଗଡ ପୋଲିସ୍ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରି ଥିବାର ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି । ତେବେ କିଛି ଦିନ ପୂର୍ବରୁ ଲକ୍ଷ୍ମୀ ବସରେ କଣ୍ଡକ୍ଟର ନିଯୁକ୍ତି ନେଇ 25 ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣା ଭିଡିଓ ଭାଇରଲ ହେବା ପରେ ଓଏସଆରଟିସିର ମ୍ୟାନେଜର ଅମିତ କୁମାର ମିଶ୍ର ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜୁ କରିଥିଲେ l ତେବେ ଏଥିରେ ରାୟଗଡା ଗୁଣପୁରର ସରୋଜ କୁମାର ଲିମା ଏବଂ କଣ୍ଟାବାଞ୍ଜିର ବେନୁଗୋପାଳ ବେହେରାଙ୍କୁ ଗିରଫ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ ... ଲକ୍ଷ୍ମୀ ବସରେ ଟଙ୍କା ନେଇ ଚାକିରୀ ମାମଲା, ଥାନାର ଦ୍ବାରସ୍ଥ ହେଲା OSRTC

ଏହା ସହ ସେମାନଙ୍କ ଠାରୁ ନଗଦ 4700 ଟଙ୍କା, ଏକ ମୋବାଇଲ ଫୋନ, ଏକ ସିମ କାର୍ଡ, ଦୁଇଟି ନୋଟ ବୁକ, ଏକ ବ୍ଲୁ ରଙ୍ଗର ହ୍ୟୁଣ୍ଡାଇ ଇୟନ କାର ଜବତ ହୋଇଛି । ତେବେ ଟିଟିଲାଗଡ ଥାନା କେସ ନମ୍ବର 51ରେ ରୁଜୁ ହୋଇଥିବା ଏହି ମାମଲାରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ଵତନ୍ତ୍ର ଟିମ୍ ଗଠନ ହୋଇଥିଲା । ଏହି ଦୁଇ ଜଣକୁ ଗିରଫ କରାଯାଇ ଦଫା 420, 468 471 ଓ 34 ଆଇପିସିରେ କୋର୍ଟ ଚାଲାଣ କରାଯାଇଛି ବୋଲି ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ତେବେ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରି OSRTCର ଅତିରିକ୍ତ ସମ୍ପାଦକ ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଥିଲେ ଯେ , OSRTC କିମ୍ବା ଲକ୍ଷ୍ମୀ ଯୋଜନାରେ ନିଯୁକ୍ତି ପାଇଁ କାହା ଠାରୁ ଟଙ୍କାଟେ ନିଆଯାଉ ନାହିଁ । କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ OSRTC 7ଟି ଏଜେନ୍ସିଙ୍କୁ ଦାୟିତ୍ବ ଦେଇଛି । ସେମାନେ ମଧ୍ୟ ନିଯୁକ୍ତି ପାଇଁ ପ୍ରାର୍ଥୀ ମାନଙ୍କ ଠାରୁ କୌଣସି ଟଙ୍କା ନେଉନାହାଁନ୍ତି । ଯଦି ଚାକିରୀ ପାଇଁ କୌଣସି ଏଜେନ୍ସି କିମ୍ବା କୌଣସି ବ୍ୟକ୍ତି ଟଙ୍କା ମାଗୁ ଥାଆନ୍ତି । ତେବେ ଟୋଲ ଫ୍ରି ନମ୍ବର 18003451122କୁ ଯୋଗାଯୋଗ କରିବା ପାଇଁ OSRTC ପକ୍ଷରୁ ଅପିଲ କରନ୍ତୁ । ଏହାସହ GRIEVANCE@OSRTC.ORG ୱେବସାଇଟରେ ଅଭିଯୋଗ ଜଣାନ୍ତୁ ବୋଲି କହିଥିଲେ ଅତିରିକ୍ତ ସମ୍ପାଦକ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.