ବିଶାଳ ପଟୁଆରରେ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ସୀମାରାଣୀ ନାଏକ - Hindol Assembly Constituency

By ETV Bharat Odisha Team

Published : May 6, 2024, 10:58 PM IST

thumbnail
BJP MLA Candidate Simarani Naik (ETV BHARAT ODISHA)

BJP MLA Candidate Simarani Naik: ଢେଙ୍କାନାଳ: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ନାମାଙ୍କନର ଅନ୍ତିମ ଦିବସ ଥିଲା । ଏହି ଅନ୍ତିମ ଦିବସରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟିକା ଭାବେ ବିଜେପି ଦଳ ପକ୍ଷରୁ ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ପାଖରେ ସୀମାରାଣୀ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି । ଏହି ଅବସରରେ ସୀମାରାଣୀ ହଜାର ହଜାର ସମର୍ଥକଙ୍କ ସହ ଏକ ବିଶାଳ ପଟୁଆରରେ ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିଜର ଦୁଇସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳର ମା' କାନ୍ଦାରାଶୁଣି ପୀଠରୁ ପୂଜାର୍ଚ୍ଚନା ପରେ ସେଠାରୁ ବାହାରି ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା ।  

ଏହା ମଧ୍ୟ ପଢନ୍ତୁ ... ଘଷିପୁରାରେ ସୌମ୍ୟଙ୍କ ପାୱାର ଶୋ': ସ୍ବାଧୀନ ପ୍ରାର୍ଥୀ ଭାବେ ଭରିଲେ ନାମାଙ୍କନ, ସାଥୀରେ ଥିଲେ ଅନ୍ୟ ଦଳର ଅସନ୍ତୁଷ୍ଟ ନେତା - Power Show By Soumya Ranjan

ତେବେ ବିଭିନ୍ନ ପାରମ୍ପରିକ ଓ ଅତ୍ୟାଧୁନିକ ବାଦ୍ୟ ଯନ୍ତ୍ର ସାଙ୍ଗକୁ ବିଜେପି ଦଳୀୟ ନାଚ ଗୀତର ତାଳେ ତାଳେ ସ୍ବତଃ ଭାବେ ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଲୋକ ସାମିଲ ହୋଇଥିବା ଦେଖାଯାଇଥିଲା । ଏହି ଅବସରରେ ବିଜେପିର ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ରନାରାୟଣ ପାଣି, ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପତ୍ର, ସୁନୀଲ ଶର୍ମାଙ୍କ ସହିତ କିଛି ବିଜେପିର ଆଗଧାଡିର କର୍ମକର୍ତ୍ତା, ବିଜେପି କର୍ମୀ, ସମର୍ଥକ ମାନେ ସାମିଲ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବଚ୍ଛ ଶାସନ ଏବଂ ମୋଦି ଗ୍ୟାରେଣ୍ଟିରେ ଅନୁପ୍ରାଣିତ ହୋଇ ସହସ୍ରାଧିକ ଭୋଟର ବିଶେଷ କରି ଯୁବ ଭୋଟର ମାନେ ବିଜେପି ମୁହାଁ ହେଉଥିବା କଥା ସୀମାରାଣୀ ନାଏକ ପ୍ରକାଶ କରିଥିଲେ । 2024 ସାଧାରଣ ନିର୍ବାଚନ ହିନ୍ଦୋଳବାସୀଙ୍କ ସ୍ବାଭିମାନର ଲଢେଇରେ ସେ ସାମିଲ ହୋଇଥିବା ସହିତ ମୋଦି ଲହର ଓ ଓଡ଼ିଶାରେ ପରିବର୍ତ୍ତନର ହାୱ। ନିଶ୍ଚିତ ଭାବେ ଶତ ପ୍ରତିଶତ ବିଜେପିର ବିଜୟ ହେବ ଏବଂ ରାଜ୍ୟରେ ବିଜେପି ସରକାର କରିବ ବୋଲି ସୀମାରଣୀ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.