କେନ୍ଦ୍ରାପଡା ବିଜେଡିର ଅସନ୍ତୁଷ୍ଟ କର୍ମୀ ସମ୍ମିଳନୀ, ବିଜେଡି ଗଣେଶ୍ବରଙ୍କୁ ଟିକେଟ ଦେବା ଚର୍ଚ୍ଚାକୁ ବିରୋଧ - BJD Workers Meeting

By ETV Bharat Odisha Team

Published : Apr 7, 2024, 10:25 AM IST

thumbnail

BJD Workers Meeting: କେନ୍ଦ୍ରାପଡା: ଆଜି ବିଜେଡିରେ ସାମିଲ ହୋଇପାରନ୍ତି ପୂର୍ବତନ କଂଗ୍ରେସ ନେତା ଗଣେଶ୍ୱର ବେହେରା । ଏହାକୁ ନେଇ କେନ୍ଦ୍ରାପଡା ବିଜେଡିରେ ଉଠିଛି ବିଦ୍ରୋହର ସ୍ଵର । ଅନ୍ୟ ଦଳରୁ ନେତା ଆମଦାନୀ କରି ଏବଂ ପାଞ୍ଚ ପାଞ୍ଚ ଥର ପରାଜିତ ପ୍ରାର୍ଥୀଙ୍କୁ ଟିକେଟ ଦେବା ପ୍ରକ୍ରିୟାକୁ ବିରୋଧ କରିଛନ୍ତି କେନ୍ଦ୍ରାପଡାର ବିଜେଡି ନେତା ଓ କର୍ମୀ । ଏନେଇ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଏକ ହଜାରରୁ ଊର୍ଦ୍ଧ୍ବ ଦଳୀୟ କର୍ମୀ ଏକାଠି ହୋଇ ନାରାବାଜି କରିବା ସହ ବିଜେଡି ନେତାଙ୍କୁ ହିଁ ଦଳ ଟିକେଟ ଦେବାକୁ ଦାବି କରିଥିଲେ । ଏଥିସହ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ନିବେଦନ ପତ୍ର ଲେଖିଥିଲେ। ଗଣେଶ୍ବର ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଜିଲ୍ଲା ରାଜନୀତି ଅସ୍ଥିର ହୋଇ ଉଠିଛି । ଅନୁଷ୍ଠିତ ବୈଠକରେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ,ପୂର୍ବତନ ବିଧାୟକ କିଶୋର ତରାଇ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗିତାଞ୍ଜଳୀ ସେଠି,ଜିଲା ଯୁବ ବିଜେଡ଼ି ସଭାପତି ରାଜେଶ ଦାସ, ବିଜେଡି ନେତା ମୁରଲୀଧର ସେଠି  ପ୍ରମୁଖ ଉପସ୍ଥିତ ଥିଲେ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.