ଭବାନୀଟଣାରେ ବିଜେଡିର ଜୋରଦାର ପ୍ରଚାର, ଘରକୁ ଘର ବୁଲି ଭୋଟ ମାଗିଲେ ପ୍ରାର୍ଥୀ - BJd CAMPAIGN IN bhawanipatna

By ETV Bharat Odisha Team

Published : May 2, 2024, 10:18 PM IST

thumbnail
ଭବାନୀଟଣାରେ ବିଜେଡିର ଜୋରଦାର ପ୍ରଚାର, ଘରକୁ ଘର ବୁଲି ଭୋଟ ମାଗିଲେ ପ୍ରାର୍ଥୀ(ETV BHARAT ODISHA)

BJD CAMPAIGN IN BHAWANIPATNA: ଭବାନୀଟଣା: କଳାହାଣ୍ଡି ଜିଲ୍ଲାରେ ଉଷ୍ଣ ହେଉଛି ରାଜନୈତିକ ପାରଦ । ସରଗରମ ହେଉଛି ପ୍ରଚାର ମୌଦାନ । ପ୍ରମୁଖ ତିନି ଦଳର ପ୍ରାର୍ଥୀ ଘୋଷଣା ହେବା ପରେ ଜିନ୍ଦାବାଦ ନାରାରେ କମ୍ପୁଛି ଗାଁଠୁ ସହର । ଜିଲ୍ଲାରେ ତାପମାତ୍ରା ସାଙ୍ଗକୁ ବୃଦ୍ଧି ପାଉଛି ରାଜନୈତିକ ଉଷ୍ମତା । ଏହାରି ଭିତରେ ବିଜେଡି ଘରକୁ ଘର ବୁଲି ପ୍ରଚାର କରି ଭୋଟ ମାଗୁଥିବା ଦେଖିବାକୁ ମିଳିଛି । 

ଏହା ମଧ୍ୟ ପଢନ୍ତୁ .... ବାଲେଶ୍ବରରେ ମୋଦି ଗ୍ୟାରେଣ୍ଟି ମୁଦ୍ଦା ନେଇ ମୈଦାନରେ ବିଧାୟକ ପ୍ରାର୍ଥୀ ମାନସ - BJP Campaign In Balasore

ନାମାଙ୍କନ ପରେ ପରେ ପ୍ରଚାର ମୌଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଲଳିତା ନାଏକଙ୍କ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି । ନିର୍ବାଚନ ମଣ୍ଡଳୀର କେସିଙ୍ଗା ବ୍ଲକ ଅଞ୍ଚଳର ୧୦ଟି ପଞ୍ଚାୟତରେ ଆଜି ମାରାଥନ ପ୍ରଚାର କରିଛନ୍ତି ଲଳିତା । ଯୋଲୋକ ଛକ ଠାରୁ ଏକ ବିରାଟ ପଟୁଆରରେ ଦଳୀୟ ନେତା ଓ କର୍ମୀ ମାନଙ୍କୁ ନେଇ ଘରକୁ ଘର ଯାଇ ଭୋଟ ଭିକ୍ଷା କରିଛନ୍ତି । ଯୋଡ଼ି ଶଙ୍ଖରେ ଭୋଟ ଦେବା ପାଇଁ ଲୋକଙ୍କୁ ନିବେଦନ କରୁଥିବାବେଳ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାମାନଙ୍କୁ ନେଇ ଲୋକଙ୍କ ନିକଟକୁ ଯାଉଛନ୍ତି ପ୍ରାର୍ଥୀ । 

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.