ETV Bharat / technology

WWDC ଇଭେଣ୍ଟ ନେଇ ଘୋଷଣା ହେଲା ତାରିଖ, ଜେନେରେଟିଭ ଏଆଇ ଉପରେ ନଜର - WWDC 2024

author img

By ETV Bharat Odisha Team

Published : Mar 27, 2024, 1:29 PM IST

WWDC 2024
WWDC 2024

WWDC 2024: ଆସନ୍ତା ଜୁନ 10ରୁ ଆରମ୍ଭ ହେବ ଓ୍ବାର୍ଲ୍ଡ ଓ୍ବାଇଡ ଡେଭଲପର୍ସ କନଫରେନ୍ସ (WWDC) । କଣ ହୋଇପାରେ ଲଞ୍ଚ ଜାଣନ୍ତୁ ।

ହାଇଦ୍ରାବାଦ: କେବେ ହେବ ଆପଲର ସବୁଠାରୁ ବଡ ଇଭେଣ୍ଟ ? ତାକୁ ନେଇ ଚର୍ଚ୍ଚା ଜାରି ରହିଥିଲା । ତେବେ ବର୍ତ୍ତମାନ ଏଥିରେ ବିରାମ ଲାଗିଛି । ଘୋଷଣା ହୋଇଛି WWDC(ଓ୍ବାର୍ଲ୍ଡ ଓ୍ବାଇଡ ଡେଭଲପର୍ସ କନଫରେନ୍ସ) 2024ର ତାରିଖ । ତେବେ ମଙ୍ଗଳବାର ବିଳମ୍ବିତ ରାତିରେ କମ୍ପାନୀ ପକ୍ଷରୁ କୁହାଯାଇଛି । ଜୁନ 10ରୁ 14 ତାରିଖ ମଧ୍ୟରେ ଅନୁଷ୍ଠିତ ହେବ WWDC ଇଭେଣ୍ଟ । ଗତ 3 ବର୍ଷ ଧରି ଏହି ଇଭେଣ୍ଟ ଅନଲାଇନରେ ହେଉଥିବା ବେଳେ ଚଳିତ ଥର ମଧ୍ୟ ଅନଲାଇନରେ ହେବ । ଆଭାସୀ ମୋଡରେ ଓ୍ବାର୍ଲ୍ଡ ଓ୍ବାଇଡ ଡେଭଲପର୍ସ କନଫରେନ୍ସର ସିଧାପ୍ରସାରଣ ହେବ । ଆପଲ ପାର୍କରେ ଏହି ଇଭେଣ୍ଟ ଅନୁଷ୍ଠିତ ହେବ । ଅନଲାଇନ୍ ଇଭେଣ୍ଟ ଆପଲର ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ ହେବ ।

ଏହା ମଧ୍ୟ ପଢନ୍ତୁ: Apple WWDC 2023: ଆପଲ୍‌ ଆରମ୍ଭ କଲା ସବୁଠୁ ବଡ କାର୍ଯ୍ୟକ୍ରମ, ଗ୍ରାହକଙ୍କୁ ମିଳିପାରେ ଗିଫ୍ଟ

WWDC ଇଭେଣ୍ଟକୁ ନେଇ ଲୋକମାନଙ୍କର ଅନେକ ଆଶା ରହିଥାଏ । ତେବେ ଚଳିତ ଥର ଆପଲ ଏଆଇକୁ ନେଇ କିଛି ବଡ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ମାର୍କେଟକୁ କିଛି ନୂଆ ଏଆଇ ଜେନେରେଟେଡ ପ୍ରଡକ୍ଟ ଦେଇପାରେ ଆପଲ । ପ୍ରକାଶଥାଉକି, ଆପଲ୍ ନିକଟରେ ଜେନେରେଟିଭ ଏଆଇ ଷ୍ଟାଟଅପ DarwinAI କିଣିଛି । ତେବେ ପ୍ରଥମ ଥର ପାଇଁ WWDC ଇଭେଣ୍ଟରେ ଏଆଇ ବିଷୟରେ କହିବ କମ୍ପାନୀ । ତେବେ ଏହା ପୂର୍ବରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ କୌଣସି ବିଷୟରେ ଚର୍ଚ୍ଚା କରି ନାହିଁ କମ୍ପାନୀ ।

ଏହା ମଧ୍ୟ ପଢନ୍ତୁ: WWDC 2023: ଲଞ୍ଚ ହେଲା ୧୫ ଇଞ୍ଚ ମ୍ୟାକ୍‌ବୁକ୍‌ ଏୟାର, ଏତିକି ଟଙ୍କା ରହିଛି ଦାମ

ତେବେ ଏଆଇ ବ୍ୟତୀତ କିଛି ଅପଡେଟ ଭର୍ସନ ନେଇ ମଧ୍ୟ ଘୋଷଣା ହୋଇପାରେ । iOS 18, iPadOS 18, watchOSରେ କିଛି ଅପଡେଟ ଏବଂ macOS ଭର୍ସନର ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ସୁଲଭ ମୂଲ୍ୟରେ ନୂଆ ପ୍ରଡକ୍ଟ ବାଇବେ ଗ୍ରାହକ । ତେବେ ଅନେକ ରିପୋର୍ଟରେ ଦାବି କରି କୁହାଯାଉଛି ଯେ, ଆପଲ ନିଜର ଜେନଏଆଇ ଫିଚର ଉପରେ କାର୍ଯ୍ୟ ଜାରି ରଖିଛି । ଯଦି ଏହା ସତ୍ୟ ହୁଏ ତାହେଲେ iPhone 16 ଲଞ୍ଚ ହୋଇପାରେ । ଏହା ବ୍ୟତୀତ iOS 18ରେ ମଧ୍ୟ ଏଆଇ ଫିଚର ଆସିବା ନେଇ ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.