ETV Bharat / science-and-technology

Apple WWDC 2023: ଆପଲ୍‌ ଆରମ୍ଭ କଲା ସବୁଠୁ ବଡ କାର୍ଯ୍ୟକ୍ରମ, ଗ୍ରାହକଙ୍କୁ ମିଳିପାରେ ଗିଫ୍ଟ

author img

By

Published : Jun 5, 2023, 4:33 PM IST

ଆରମ୍ଭ ହେଲା ଆପଲର ବିଶ୍ବସ୍ତରୀୟ ଡେଭଲପର କନଫରେନ୍ସ । ଆଜି ଲଞ୍ଚ ହୋଇପାରେ କିଛି ନୂଆ ପ୍ରଡକ୍ଟ ।

Apple WWDC 2023
Apple WWDC 2023

ହାଇଦ୍ରାବାଦ: ଆଜି ଆରମ୍ଭ ହୋଇଛି ଆପଲର ସବୁଠାରୁ ବଡ ଇଭେଣ୍ଟ WWDC 2023 । ଏହି ଇଭେଣ୍ଟରେ ଅନେକ ପ୍ରଡକ୍ଟ ଲଞ୍ଚ ହେବାକୁ ଯାଉଛି । ଆପଲର ସବୁଠାରୁ ବଡ ଇଭେଣ୍ଟ ବିଶ୍ୱବ୍ୟାପୀ ଡେଭଲପର ସମ୍ମିଳନୀ ଜୁନ୍ 5 ରୁ ଜୁନ୍ 9 ପର୍ଯ୍ୟନ୍ତ ଚାଲିବ । ଇଭେଣ୍ଟ ସଂପୂର୍ଣ୍ଣ ଅନଲାଇନ୍ ହେବ । ତେବେ କିଛି ଡେଭଲପର ଏବଂ ଛାତ୍ରଙ୍କୁ ଏହି ଇଭେମଣ୍ଟରେ ସାମିଲ କରାଯାଇଛି । ଏହି ଇଭେଣ୍ଟରେ, କମ୍ପାନୀ iOS 17, Watch OS 10 ଏବଂ MacOS 14 ଲଞ୍ଚ କରିବ।

ଇଭେଣ୍ଟ ସମୟରେ ଏହା ଲଞ୍ଚ ହେବା ସମ୍ଭାବନା: ଆପଲ୍ ଇଭେଣ୍ଟ ସମୟରେ ଆଇଓଏସ୍, ଆଇପ୍ୟାଡସ୍, ମାକୋସ୍, ୱାଚ୍ ଓ ​​ଟିଭିଓସର ନୂତନ ମଡେଲ ଲଞ୍ଚ ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ, ଏହି ଇଭେଣ୍ଟ ସମୟରେ ଏକ AR / VR ମିଶ୍ରିତ ରିଅଲିଟି ହେଡସେଟ୍ ମଧ୍ୟ ଲଞ୍ଚ ହୋଇପାରେ ବୋଲି ସୂଚନା ମିଳିଛି । ଏହା ସହିତ 15 ଇଞ୍ଚର ମ୍ୟାକବୁକ୍ ଏୟାର ମଧ୍ୟ ଲଞ୍ଚ ହେବ । ହାର୍ଡୱେର ଏବଂ ସଫ୍ଟୱେରର ପରିଚୟ ଦେବା ପାଇଁ ଆପଲର ଏହା ଏକ ପ୍ରମୁଖ କାର୍ଯ୍ୟକ୍ରମ ଅଟେ ।

ଆପଲର ସବୁଠାରୁ ବଡ କାର୍ଯ୍ୟକ୍ରମ 5 ରୁ 9 ଜୁନ୍ 2023 ପର୍ଯ୍ୟନ୍ତ କାଲିଫର୍ନିଆର ଆପଲ୍ ପାର୍କ, କପର୍ଟିନୋ ଠାରେ ଆୟୋଜିତ ହେବ । ସୋମବାର ରାତି 10.30 ରୁ ଏହା ଆରମ୍ଭ ହେବ । ଅବଶ୍ୟ, ମୁଖ୍ୟ କାର୍ଯ୍ୟକ୍ରମ ଅପରାହ୍ନ 1.30 PDT ରେ ଆରମ୍ଭ ହୋଇଠି ଏବଂ ଡେଭଲପରମାନଙ୍କ ପାଇଁ ନୂତନ ପ୍ରଯୁକ୍ତିବିଦ୍ୟା ବିଷୟରେ ସୂଚନା ପ୍ରଦାନ କରାଯିବ ।

ଅନଲାଇନ୍ ଇଭେଣ୍ଟ ଆପଲର ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ ହେବ । ଏହା ବ୍ୟତୀତ ଆପଣ ଆପଲର ଅଫିସିଆଲ୍ ୱେବସାଇଟ୍ ମଧ୍ୟ ଏହାର ସିଧାପ୍ରସାରଣ ଦେଖିପାରିବେ । ଆଇଫୋନ୍, ଆଇପ୍ୟାଡ୍, ମ୍ୟାକ୍ ଏବଂ ଆପଲ୍ ଟିଭିରେ ଉପଲବ୍ଧ ଆପଲ୍ ଟିଭି ଆପର 'ୱାଚ୍ ନାଓ' ବିଭାଗରେ ଏଠାରେ ଲାଇଭଷ୍ଟ୍ରିମ୍ ବିଭାଗ ମଧ୍ୟ ଦେଖାଯାଇପାରିବ । ରାତି 10ଟାରୁ ଲାଇଭ ଷ୍ଟ୍ରିମ ଆରମ୍ଭ ହେବ ।

ତେବେ ଇଭେଣ୍ଟ ତାରିଖ ଘୋଷଣା କରିବା ବେଳେ ଆପଲ ପକ୍ଷରୁ କୁହାଯାଇଥିଲା, "ଏକ ସପ୍ତାହ ମଧ୍ୟରେ, ଡେଭଲପରମାନେ ପ୍ରୟୋଗଶାଳା ଏବଂ ଗତିବିଧି ମାଧ୍ୟମରେ ଆପଲ୍ ଇଞ୍ଜିନିୟର୍ ଏବଂ ବିଶେଷଜ୍ଞଙ୍କ ସହ ଯୋଡ଼ି ହେବା ପାଇଁ ସମର୍ଥ ହେବେ । ଅଲଗା ଅଲଗା ଆପ୍‌ ଏବଂ ଗେମ୍‌ ବନାଇବା ପାଇଁ ଯୋଡ଼ି ହେବେ । ଡେଭଲପରମାନେ ସେମାନଙ୍କର ଆପ୍‌କୁ କିପରି ପରବର୍ତ୍ତୀ ସ୍ତରକୁ ନେଇଯିବେ ଏନେଇ ନୂତନ ଉପକରଣ, ପ୍ରଯୁକ୍ତିବିଦ୍ୟା ଏବଂ ଆପଲ୍ ପ୍ଲାଟଫର୍ମରେ ସର୍ବଶେଷ ଶିକ୍ଷା ଗ୍ରହଣ କରିବେ । WW DC-23ରେ ଡେଭଲପରମାନଙ୍କୁ ପରବର୍ତ୍ତୀ ପିଢିଙ୍କୁ ଗେମ୍‌ ତିଆରି କରିବା ପାଇଁ କିଭଳି କୌଣସି ସମସ୍ୟା ହେବ ନାହିଁ, ତାହା ଶିଖିବାର ସୁଯୋଗ ପାଇବେ।

ଅଧିବେଶନ ଭିଡିଓ ଏବଂ ଲ୍ୟାବ ସହିତ ଆପଲ ଇଞ୍ଜିନିୟର ଏବଂ ଡେଭଲପରସମାନେ ସପ୍ତାହ ସାରା ଅନଲାଇନରେ ଯୋଡ଼ି ହୋଇରହିବେ । ଏଥିରେ ଡେଭଲପରଙ୍କୁ ବୈଷୟିକ ଆଲୋଚନାରେ ଅଂଶଗ୍ରହଣ କରିବାକୁ, ସେମାନଙ୍କର ପ୍ରଶ୍ନର ଉତ୍ତର ପାଇବାକୁ ଏବଂ ପରସ୍ପର ସହିତ ସମ୍ପର୍କ ରଖିବାକୁ ସୁଯୋଗ ମିଳିବ । ଆପଲର ବିଶ୍ବସ୍ତରୀୟ ଡେଭଲପର୍ସ କନଫରେନ୍ସ ଆପଲ୍‌ର ଇଞ୍ଜିନିୟର୍ ଏବଂ ବିଶେଷଜ୍ଞମାନେ ଖୋଲାଖୋଲି ଭାବରେ ଟେକ୍ନୋଲୋଜିରେ ଆସୁଥିବା ପରିବର୍ତ୍ତନ ଏବଂ ସମ୍ଭାବନା ବିଷୟରେ ଆଲୋଚନା କରିବେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.