ETV Bharat / state

ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ 'ପ୍ରେରଣା'ରେ ଭାଗ ନେବେ କୋରାପୁଟ ଛାତ୍ରଛାତ୍ରୀ - Student Participate In Prerna

author img

By ETV Bharat Odisha Team

Published : May 17, 2024, 7:32 PM IST

Updated : May 17, 2024, 7:45 PM IST

Koraput Students Participate In Prerna: କୋରାପୁଟ ଛାତ୍ରଛାତ୍ରୀଙ୍କ ସଫଳତା । ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ 'ପ୍ରେରଣା'ରେ ଭାଗ ନେବେ ଜିଲ୍ଲାର ଶୀତିଲଗ୍ନା ଶତପଥୀ ଓ ସୁବାସ ଖିଲ । ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଉଭୟ ଗୁଜୁରାଟ ଅଭିମୁଖେ ଯାତ୍ରା କରିଛନ୍ତି । ଅଧିକ ପଢନ୍ତୁ,

ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ 'ପ୍ରେରଣା'ରେ ଭାଗ ନେବେ କୋରାପୁଟ ଛାତ୍ରଛାତ୍ରୀ
ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ 'ପ୍ରେରଣା'ରେ ଭାଗ ନେବେ କୋରାପୁଟ ଛାତ୍ରଛାତ୍ରୀ (ETV Bharat Odisha)

ପ୍ରେରଣାରେ ଭାଗ ନେବେ କୋରାପୁଟ ଛାତ୍ରଛାତ୍ରୀ (ETV Bharat Odisha)

କୋରାପୁଟ: ଦେଶର ଯୁବପିଢ଼ିକୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିକଳ୍ପିତ ଏକ ସପ୍ତାହର ଅନୁଭୂତିଶୀଳ ଶିକ୍ଷା କାର୍ଯ୍ୟକ୍ରମ 'ପ୍ରେରଣା'ରେ ଭାଗ ନେବା ପାଇଁ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରେ ଦ୍ଵାଦଶ ଶ୍ରେଣୀର ଛାତ୍ରୀ ଶୀତିଲଗ୍ନା ଶତପଥୀ ଓ ଲମତାପୁଟ ବ୍ଲକର ଗୋଡିହଞ୍ଜର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଆଦିବାସୀ ଛାତ୍ର ସୁବାଷ ଖିଲ ଗୁରୁବାର ଦିନ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷୟତ୍ରୀ ଗୀତାମଣି ଖରାଙ୍କ ତତ୍ତ୍ବାବଧାନରେ ଗୁଜୁରାଟର ଐତିହାସିକ ସହର ୱାଦ ନଗରକୁ ଯାତ୍ରା ଆରମ୍ଭ କରିଛନ୍ତି । ସାରା ଦେଶରୁ ଦଶଟି ରାଜ୍ୟରୁ ଆସିଥିବା ୨୦ ଜଣ ଛାତ୍ରଛାତ୍ରୀଙ୍କ ସହ ଏକ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଭାରତ ବର୍ଷର ଉତ୍କର୍ଷ, ଐତିହ୍ୟ, କଳା, ସଂସ୍କୃତି ସମ୍ପର୍କରେ ଜାଣିବାକୁ ପାଇବା ସହ କୋରାପୁଟ ଅଞ୍ଚଳର ବିଭବ, ଉନ୍ନତ ଆଦିବାସୀ ଜୀବନଧାରା, ଖାଦ୍ୟ, ପୋଷାକ ଓ ଐତିହ୍ୟ ସମ୍ପର୍କରେ ଜଣାଇବାର ସୁଯୋଗ ପାଇବେ ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ ଓଡ଼ିଶାର କୋରାପୁଟ ଜିଲ୍ଲାର ଦୁଇଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରି ସୁଯୋଗ ଦେବା ପାଇଁ ନିଷ୍ପତ୍ତି ନେବା ପରେ କୋରାପୁଟ ସ୍ଥିତ ଜବହାର ନବୋଦୟ ବିଦ୍ୟାଳୟ ଠାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମୃଦ୍ଧ ଭାରତ ସମ୍ପର୍କରେ ବକ୍ତୃତା, ନିବନ୍ଧ, କବିତା ପଠନର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଶୀତିଲଗ୍ନା ଶତପଥୀ ଓ ସୁବାଷ ଖିଲ ଜାତୀୟ ସ୍ତରର ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।


ଗୁଜୁରାଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତ୍ନତାତ୍ତ୍ୱିକ ଏବଂ ଐତିହ୍ୟ ସ୍ଥଳଗୁଡିକରେ ଭ୍ରମଣ ବ୍ୟତୀତ, ଅନ୍ୟାନ୍ୟ ବିବିଧ କାର୍ଯ୍ୟକଳାପର ମଧ୍ୟ ଯୋଜନା କରାଯାଇଛି ଯାହାକି ଶିକ୍ଷଣର ବିଭିନ୍ନ ଧାରାକୁ ଅନ୍ତର୍ଭୁକ୍ତ କରିବ । ମନୋନୀତ ଶିକ୍ଷକ ତଥା ବିଶେଷଜ୍ଞଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ସାମଗ୍ରିକ ଶିକ୍ଷା ଯାତ୍ରା ନିଶ୍ଚିତ କରିବ ବୋଲି ଗାଇଡ଼ ଶିକ୍ଷୟିତ୍ରୀ ଭାବେ ଏହି ଦୁଇଜଣ ଛାତ୍ରଛାତ୍ରୀଙ୍କ ସହ ଯାତ୍ରା କରୁଥିବା ଶିକ୍ଷୟିତ୍ରୀ ଗୀତାମଣି ଖରା କହିଛନ୍ତି ।


ବିଗତ ଦିନରେ କେନ୍ଦ୍ରୀୟ ବିଦ୍ୟାଳୟର ଜାତୀୟ ସ୍ତରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ସୁନାମ ଅର୍ଜନ କରିଥିବା ଶୀତିଲଗ୍ନା ଏହି ଯାତ୍ରାରୁ ଅନେକ ନୂତନ କଥା ଜାଣିବାର ଲକ୍ଷ୍ୟ ରଖିଥିବା ବେଳେ କୋରାପୁଟ ଜିଲ୍ଲାର ଗୋଡିହଞ୍ଜର ଭଳି ଏକ ଅଂଚଳରେ ବାସ କରୁଥିବା ଗଦବା ଆଦିବାସୀ ଜନଜାତିର ସନ୍ତାନ ସୁବାସ ପାଇଁ ଏହି ଯାତ୍ରା ଏକ ଅନନ୍ୟ ଅନୁଭୂତି ଆଣିଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେପଟେ ଏହି ଦୁଇଜଣ ସଫଳତାର ସହ ନିଜ ଦକ୍ଷତା ପ୍ରଦର୍ଶନ କରି କୋରାପୁଟ ତଥା ଓଡ଼ିଶା ପାଇଁ ଗୌରବ ଆଣିବେ ବୋଲି ଶୀତିଲଗ୍ନାଙ୍କ ମାଆ ଦୃଢବିଶ୍ବାସ ପ୍ରକଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଦିବାସୀ ମହିଳାଙ୍କ ପାଇଁ ମାର୍ଗଦର୍ଶିକା ଜୟନ୍ତୀ ବୁରୁଦା, ଫୋର୍ବସରେ ସ୍ଥାନ ପାଇ ରାଜ୍ୟକୁ କଲେ ଗର୍ବିତ
ଇଟିଭି ଭାରତ, କୋରାପୁଟ

Last Updated :May 17, 2024, 7:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.