ETV Bharat / science-and-technology

WWDC 2023: ଲଞ୍ଚ ହେଲା ୧୫ ଇଞ୍ଚ ମ୍ୟାକ୍‌ବୁକ୍‌ ଏୟାର, ଏତିକି ଟଙ୍କା ରହିଛି ଦାମ

author img

By

Published : Jun 6, 2023, 11:15 AM IST

ଲଞ୍ଚ୍‌ ହେଲା ବିଶ୍ବର ସବୁଠାରୁ ପତଳା ଲାପ୍‌ଟପ୍‌ MacBook Air 15-inch । ଜାଣନ୍ତୁ ଭାରତରେ କେତେ ରହଛି ଦାମ । ଅଧିକ ପଢ଼ନ୍ତୁ

MacBook Air 15-inch
MacBook Air 15-inch

ହାଇଦ୍ରାବାଦ: ସୋମବାର ରାତିରୁ ଆରମ୍ଭ ହୋଇଛି ଆପଲର ସବୁଠାରୁ ବଡ଼ ଇଭେଣ୍ଟ WWDC 2023 । ଆମେରିକା କାଲିଫର୍ଣ୍ଣିଆର ଆପଲ୍ ପାର୍କରେ ଇଭେଣ୍ଟ ଜାରି ରହିଛି । ଭାରତୀୟ ସମୟ ରାତି 10ଟା30ରେ ଆପଲର ବିଶ୍ବସ୍ତରୀୟ ଡେଭଲପର କନଫରେନ୍ସ ଆରମ୍ଭ ହୋଇଥିବା ବେଳେ ଅନ୍‌ଲାଇନ୍‌ ମୋଡ୍‌ରେ ଜାରି ରହିଛି । ଏହାରି ଭିତରେ କମ୍ପାନୀ ପକ୍ଷରୁ ନୂଆ ୧୫ ଇଞ୍ଚ ମ୍ୟାକ୍‌ବୁକ୍‌ ଏୟାର(MacBook Air 15-inch) ଲଞ୍ଚ୍‌ କରାଯାଇଛି । ଏଥିସହ ଏହି ଲାପଟପ ବିଶ୍ବର ସବୁଠାରୁ ପତଳା ଲାପ୍‌ଟପ୍‌ ବୋଲି ଆପଲ କମ୍ପାନୀ ଦାବି କରିଛି । ଓଜନ ୩.୩ ପାଉଣ୍ଡ ରହିଥିବା କୁହାଯାଇଛି । କିଲୋଗ୍ରାମରେ ଦେଖିବାକୁ ଗଲେ ପ୍ରାୟ ଦେଢ଼ କିଲୋ ଓଜନ ଅଟେ ।

ଏହା ମଧ୍ୟ ପଢନ୍ତୁ: Apple WWDC 2023: ଆପଲ୍‌ ଆରମ୍ଭ କଲା ସବୁଠୁ ବଡ କାର୍ଯ୍ୟକ୍ରମ, ଗ୍ରାହକଙ୍କୁ ମିଳିପାରେ ଗିଫ୍ଟ

ମ୍ୟାକ୍‌ବୁକ୍‌ ଏୟାର ୧୫ ଇଞ୍ଚର ଫିଚର: ନୂଆ ଲଞ୍ଚ ହୋଇଥିବା ଏହି ମ୍ୟାକ୍‌ବୁକ୍‌ ଏୟାର 15 ଇଞ୍ଚର ଫିଚର ଦେଖିବାକୁ ଗଲେ, ଏଥିରେ 15.3-ଇଞ୍ଚର ଲିକ୍ବିଡ ରେଟିନା ଡିସପ୍ଲେ ରହିଛି । ଏହାସହ 500 ନିଟସର ବ୍ରାଇଟନେଟ ରହିଛି । ଆପଲ୍ କହିଛି ଯେ, ଏହି ଦାମର PC ଲାପ୍‌ଟପ୍ ତୁଳନାରେ ମ୍ୟାକ୍‌ବୁକ୍ ଏୟାରର ଦୁଇଗୁଣ ରେଜୋଲୁସନ ସହ ବ୍ରାଇଟନେଟରେ 25 ପ୍ରତିଶତ ଆଗରେ ରହିଛି । ଏହା ସହିତ ଭିଡିଓ କଲିଂ ପାଇଁ ଏଥିରେ 1080 P କ୍ୟାମେରା ଦିଆଯାଇଛି । ଯେଉଁ କାରଣରୁ ଉପଭୋକ୍ତାମାନେ ଏହାର ଉତ୍ତମ ଅଭିଜ୍ଞତା ପାଇବେ । ଏଥିସହ ଏଥିରେ ମ୍ୟାଗ୍ସେଫ୍ ଚାର୍ଜିଂ, ଆସେସୋରିଜ୍ ସଂଯୋଗ ପାଇଁ ଦୁଇଟି ଥଣ୍ଡରବୋଲ୍ଟ ପୋର୍ଟସ, 3.5 ମିମି ହେଡଫୋନ୍ ଜ୍ୟାକ୍ ଏବଂ 6K ଏକ୍ସଟନାଲ ଡିସପ୍ଲେ ସୁବିଧା ରହିଛି।

ମ୍ୟାକ୍‌ବୁକ୍‌ ଏୟାର ୧୫ ଇଞ୍ଚର ଷ୍ଟୋରେଜ କ୍ଷମତା: ମାକବୁକ୍ ଏୟାର 15-ଇଞ୍ଚରେ 6ଟି ସ୍ପିକର ଦିଆଯାଇଛି । M2 ଚିପ୍ ସହିତ ସଜ୍ଜିତ ଏହି ମ୍ୟାକବୁକର ଷ୍ଟୋରେଜ୍ କ୍ଷମତା 24GB ପର୍ଯ୍ୟନ୍ତ ରହିଛି । କମ୍ପାନୀ ପକ୍ଷରୁ କରାଯାଇଥିବା ଦାବି ଅନୁଯାୟୀ, କାର୍ଯ୍ୟଦକ୍ଷତା ଏବଂ ବ୍ୟାଟେରୀ ଦୃଷ୍ଟିରୁ ଏହି ଲାପଟପ୍ ବହୁତ ଭଲ। ଆପଲ୍ ଏହାକୁ i7 ପ୍ରୋସେସଠାରୁ 2 ଗୁଣ ଦ୍ରୁତ ବୋଲି ବର୍ଣ୍ଣନା କରିଛି । 18 ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ ପ୍ରଦାନ କରିବ । ଏହାକୁ ଆଇଫୋନ୍ ସହିତ ଯୋଡି ସହଜରେ କାମ କରାଯାଇପାରିବ । ଏହି 15-ଇଞ୍ଚ୍ ମ୍ୟାକ୍ବୁକ୍ ଏୟାରରେ 2 ଟିବି ଷ୍ଟୋରେଜ୍ ଅଛି । ଏହା ବ୍ୟତୀତ ଏହା ଟଚ୍ ଆଇଡି ଏବଂ ମ୍ୟାଜିକ୍ କିବୋର୍ଡର ସୁବିଧା ରହିଛି ।

ମ୍ୟାକ୍‌ବୁକ୍‌ ଏୟାର ୧୫ ଇଞ୍ଚର ଦାମ: ମ୍ୟାକ୍‌ବୁକ୍ ଏୟାର 15-ଇଞ୍ଚ ଯୁକ୍ତରାଷ୍ଟ୍ର ଆମେରିକାରେ 1299 ଡଲାରରୁ ଆରମ୍ଭ ହେବ ଏବଂ ମିଡ୍‌ନାଇଟ୍, ଷ୍ଟାର ଲାଇଟ୍, ସ୍ପେସ୍ ଗ୍ରେ ଏବଂ ସିଲଭର ଫିନିସରେ ଏହା ଉପଲବ୍ଧ ହେବ । ଯଦି ଭାରତରେ ଏହାର ମୂଲ୍ୟ କଥା କହିବା ତେବେ ଦାମ 1,34,900 ଟଙ୍କା ହେବ । କମ୍ପାନୀ ବର୍ତ୍ତମାନ ପୂର୍ବରୁ ଥିବା 13-ଇଞ୍ଚ ମ୍ୟାକବୁକ୍ ଏୟାରର ମୂଲ୍ୟକୁ 1099 ଡଲାରକୁ ହ୍ରାସ କରିଛି। ଏଥି ସହିତ, M1 ଏୟାରର ମୂଲ୍ୟ ବର୍ତ୍ତମାନ 999 ଡଲାରକୁ ବୃଦ୍ଧି ପାଇଛି। ମାକବୁକ୍ ଏୟାର 15 ଇଞ୍ଚ apple.com/in/store ୱେବସାଇଟ୍ ମାଧ୍ୟମରେ ଅର୍ଡର ହୋଇପାରିବ । ଗ୍ରାହକମାନଭଙ୍କ ପାଇଁ ଏହା 13 ଜୁନ୍‌ରୁ ଉପଲବ୍ଧ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.