ETV Bharat / state

ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ

author img

By ETV Bharat Odisha Team

Published : Feb 10, 2024, 4:24 PM IST

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଯୁବକ ମୃତ
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଯୁବକ ମୃତ

Electric Shock Death: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ । ଆତ୍ମହତ୍ୟା ଉଦ୍ଦେଶ୍ୟରେ ଯୁବକ ବିଦ୍ୟୁତ ଖୁଣ୍ଟରେ ଚଢି ଜୀବନ ହାରିଥିବା ପୋଲିସ ଅନୁମାନ କରୁଛି । ଅଧିକ ପଢ଼ନ୍ତୁ

ବିଦ୍ୟୁତ୍ ତାର ସ୍ପର୍ଶରେ ଯୁବକ ମୃତ

ରାଇରଙ୍ଗପୁର: ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ । ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟିଛି । ଶନିବାର ଏହି ଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । ମୃତକ ଜଣକ ସିଙ୍ଗଡ଼ା ବଡ଼ବିଲ ଗ୍ରାମର ନରହରି ମହାନ୍ତ ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଆତ୍ମହତ୍ୟା ଉଦ୍ଦେଶ୍ୟରେ ଯୁବକ ବିଦ୍ୟୁତ ଖୁଣ୍ଟରେ ଚଢିଥିବା ପୋଲିସ ଅନୁମାନ କରିଛି ।

ସୂଚନା ଅନୁଯାୟୀ, ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡ଼ା ବଡ଼ବିଲ୍‌ ଗ୍ରାମର ଜନୈକ ଯୁବକ ଆଜି ସକାଳ ସମୟରେ ବିଦ୍ୟୁତ ଖୁଣ୍ଟରେ ଚଢି ଯାଇଥିଲେ । ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି କିଛି ଜଳି ଯାଇଥିଲେ । ଘଟଣା ସମ୍ପର୍କରେ ଅବଗତ ହେବା ପରେ ସ୍ଥାନୀୟ ଲୋକେ ତୁରନ୍ତ ରରୁଆଁ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହର ଚିହ୍ନଟ କରିଥିଲା ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ.... ଫେସବୁକ ଲାଇଭ ବେଳେ ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା

ଏହା ମଧ୍ୟ ପଢନ୍ତୁ....ଇଟାଭାଟିରେ ନିଆଁ ଲଗାଇ ଶୋଇଥିଲେ, ଶ୍ବାସରୁଦ୍ଧ ହୋଇ ଚାଲିଗଲା 3 ଜୀବନ

ଯୁବକ ଜଣକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯିବାରୁ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇ ଯୁବକଙ୍କ ଶରୀରରୁ ମୁଣ୍ଡ ଓ ଦେହ ଅଲଗା ହୋଇ ଯାଇଥିଲା । ତେବେ କାହିଁକି ଯୁବକ ଜଣଙ୍କ ଖୁଣ୍ଟରେ ଚଢ଼ିଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ । ଆତ୍ମହତ୍ୟା ଉଦ୍ଦେଶ୍ୟରେ ଯୁବକ ଜଣକ ବିଦ୍ୟୁତ ଖୁଣ୍ଟରେ ଚଢି ଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି । ଯୁବକଙ୍କ ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟପଟେ ପୋଲିସ ତଦନ୍ତ ଜାରି ରଖିଛି । ପରେ ମୃତ ଶରୀରକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ମେଡିକାଲକୁ ପଠାଯାଇଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.