ETV Bharat / bharat

ଫେସବୁକ ଲାଇଭ ବେଳେ ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା

author img

By ETV Bharat Odisha Team

Published : Feb 9, 2024, 9:15 AM IST

Updated : Feb 9, 2024, 12:29 PM IST

Facebook live firing: ଫେସବୁକ ଲାଇଭରେ ଶିବସେନା ୟୁବିଟି ନେତାଙ୍କୁ ଗୁଳିମାଡ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ସନ୍ଦେହ । ଅଧିକ ପଢନ୍ତୁ

ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା
Shiv Sena Leader Shot Dead

Facebook live firing

ମୁମ୍ବାଇ: ଫେସବୁକ ଲାଇଭ ବେଳେ ଗୁଳିମାଡ । ଶିବସେନା(ୟୁବିଟି) ନେତା ଅଭିଷେକ ଘୋସାଲକରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୁମ୍ବାଇର ଆଇସି କଲୋନୀରେ ଏହି ଘଟଣା ଘଟିଛି । ମୁମ୍ବାଇର ପୂର୍ବତନ କର୍ପୋରେଟର ହେଉଛନ୍ତି ଅଭିଷେକ ଘୋସାଲକର । ତାଙ୍କର ଛାତି ଓ ପେଟରେ ଏକାଧିକ ଗୁଳି ବାଜିବାରୁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି । ଗୁରୁବାର ସାମାଜିକ କର୍ମୀ ମୋରିସ୍ ନୋରହ୍ନା ଓ ଘୋସାଲକର ଲାଇଭ ଭିଡିଓ କରୁଥିଲେ । ଘୋସାଲକର ଲାଇଭ ଭିଡିଓରେ ଏକା ଥିବା ସମୟରେ ଗୁଳିମାଡ ହୋଇଥିଲା । ମୋରିସ୍ ପ୍ରଥମେ ଘୋସଲକରଙ୍କୁ ଗୁଳିମାଡ କରିବା ପରେ ନିଜକୁ ଗୁଳି କରି ଜୀବନ ହାରିଥିବା କୁହାଯାଉଛି । ତାଙ୍କର ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ଏହି ଘଟଣାରେ ପୋଲିସ 2 ଜଣଙ୍କୁ ଅଟକ ରଖିଛି ।

ଏହା ମଧ୍ୟ ପଢନ୍ତୁ-ମହାରାଷ୍ଟ୍ରରେ ଥାନା ଭିତରେ 2 ରାଜନେତା ମୁହାଁମୁହିଁ: ଶିବସେନା ବିଧାୟକଙ୍କୁ ଗୁଳି କଲେ ବିଜେପି ବିଧାୟକ

ଘୋସାଲକର ଏବଂ ମୋରିସ୍ ନୋରହ୍ନାଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିଲା । ଗୁରୁବାର ଉଭୟ ଫେସବୁକ୍ ଲାଇଭ୍ ଆସି ଅଞ୍ଚଳର ଉନ୍ନତି ପାଇଁ ଦୁଇ ଜଣଙ୍କ ମଧ୍ୟରେ ଥିବା ବିବାଦକୁ ଶେଷ କରୁଛନ୍ତି ବୋଲି କହିଥିଲେ । ଭିଡିଓ ଶେଷ ହେବା ପରେ ଘୋସଲକରଙ୍କ ଉପରକୁ ଗୁଳି ମାଡ ହୋଇଥିଲା । ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ଘୋସାଲକରଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ପୋଲିସ କହିଛି ଯେ, ମୋରିସ୍ ପରେ ନିଜକୁ ଗୁଳି କରି ଜୀବନ ହାରିଛନ୍ତି । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଘୋସାଲକର ଲାଇଭ ଭିଡିଓରେ ମୋରିସ୍ ନୋରହ୍ନା ଓ ତାଙ୍କ ମଧ୍ୟରେ ଥିବା ବିବାଦରେ ଅନ୍ତ ଘଟିବା କହିବା ପରେ ଉଭୟ ମିଶି ଅଞ୍ଚଳ ପାଇଁ କାର୍ଯ୍ୟ କରିବାକୁ କହୁଛନ୍ତି । କିଛି ସମୟ ପରେ ନିଜ ବକ୍ତବ୍ୟ ଶେଷ କରି ସୋଫାରୁ ଉଠିବା ପରେ ହଠାତ୍ ତାଙ୍କ ଉପକୁ ଗୁଳିମାଡ ହୋଇଥିଲା । ପ୍ରଥମେ ପେଟକୁ ଗୁଳିମାଡ ପରେ ଲଗାତର 4ରୁ 5 ରାଉଣ୍ଡ ଗୁଳିମାଡ ହୋଇଥିଲା । ଏହାପରେ କ୍ୟାମେରା ପଛପଟକୁ ପଳାଇଥିଲେ ।

ମୃତ ମୋରିସ୍ ନୋରହ୍ନା ହେଉଛନ୍ତି ଜଣେ ସାମାଜିକ କର୍ମୀ । 2022 ମସିହାରେ, ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ବ୍ଲାକମେଲିଂ, ଠକିବା ଏବଂ ଧମକ ଦେବା ଅଭିଯୋଗରେ ପୋଲିସ ମୋରିସ ପାଇଁ ଲୁକ୍ଆଉଟ୍ ନୋଟିସ୍ ଜାରି କରିଥିଲା । 2014 ମସିହାରେ ଏହି ଘଟଣା ଘଟିଥିବା ବେଳେ 2022ରେ ଥାନାରେ ଅଭିଯୋଗ କରାଯାଇଥିଲା । ଏହି ମାମଲାରେ ମୋରିସ୍ ନୋରହ୍ନାଙ୍କୁ ଗିରଫ କରାଯାଇଥିଲା ।

Last Updated : Feb 9, 2024, 12:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.