ETV Bharat / state

ଏସସିବିରେ ବିରଳ ଅସ୍ତ୍ରୋପଚାର, ଆରୋଗ୍ୟ ହେଲେ ରିତାରାଣୀ

author img

By ETV Bharat Odisha Team

Published : Mar 16, 2024, 7:35 PM IST

ଏସସିବିରେ ବିରଳ ଅସ୍ତ୍ରୋପଚାର , ଆରୋଗ୍ୟ ହେଲେ ରିତାରାଣୀ
ଏସସିବିରେ ବିରଳ ଅସ୍ତ୍ରୋପଚାର , ଆରୋଗ୍ୟ ହେଲେ ରିତାରାଣୀ

Vascularized Lymph Node Transfer In Scb: ଦୀର୍ଘ ୧୬ ବର୍ଷ ଧରି ଫାଇଲେରିଆ ରୋଗରେ ପୀଡିତ ଜଣେ ମହିଳାଙ୍କ "ଭାସକୁଲାରାଇଜଡ଼ ଲିମ୍ପନୋଡ଼ ଟ୍ରାନ୍ସଫର" ସଫଳ ହୋଇଛି । ଏସସିବିରେ ପ୍ରଥମ ଥର ପାଇଁ ଏହି ଅସ୍ତ୍ରୋପଚାର ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଏସସିବିରେ ବିରଳ ଅସ୍ତ୍ରୋପଚାର , ଆରୋଗ୍ୟ ହେଲେ ରିତାରାଣୀ

କଟକ: ଏସସିବି ମେଡିକାଲକୁ ସଫଳତା ,ସଫଳ ହେଲା ବିରଳ ଅସ୍ତ୍ରୋପଚାର । ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ହେଲା ଏକ ନୂତନ ଓ ବିରଳ ଅସ୍ତ୍ରୋପଚାର "ଭାସକୁଲାରାଇଜଡ଼ ଲିମ୍ପନୋଡ଼ ଟ୍ରାନ୍ସଫର"(Vascularised Lymphnode Transfer) । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହା ରାଜ୍ୟର ପ୍ରଥମ ବୋଲି ବିଭାଗୀୟ ମୁଖ୍ୟ କହିଛନ୍ତି । ଦୀର୍ଘ ୧୬ ବର୍ଷ ଧରି ଫାଇଲେରିଆ ରୋଗରେ ପୀଡିତ ଜଣେ ମହିଳାଙ୍କର ଏହି ଭିନ୍ନ ଓ ନୂତନ ପଦ୍ଧତିରେ ଅପରେସନ କରି ଚିକିତ୍ସା କରାଯାଇଛି । ମହିଳା ଜଣକ ହେଉଛନ୍ତି ଯାଜପୁର ଜିଲ୍ଲାର ରୀତାରାଣୀ ସାଇଁ(୩୩) ।

ଦୀର୍ଘ ୧୬ ବର୍ଷ ଧରି ଫାଇଲେରିଆ ରୋଗରେ ତାଙ୍କର ବାମ ଗୋଡ଼ଟି ସଂପୂର୍ଣ୍ଣ ମାତ୍ରାରେ ଫୁଲିଯାଇଥିଲା । ସେ ନିଜ କାମ ଠିକରେ କରି ପାରିଥିଲେ ନା ଘର କାମ । ଏହା ତାଙ୍କର ଦୈନନ୍ଦିନ ଜୀବନକୁ ବହୁମାତ୍ରାରେ ପ୍ରଭାବିତ କରୁଥିଲା । ମାନସିକ ଚାପରେ ରହୁଥିଲେ ମହିଳା ଜଣକ । ଏହି ରୋଗଟି ଆଉ ଜୀବନ ଯାକ ଭଲ ହେବ ନାହିଁ ବୋଲି ମନକୁ ବୁଝାଇ ସାରିଥିଲେ ସେ । ଏସସିବି ଆସିବା ପରେ ତାଙ୍କ ମନରେ ବିଶ୍ୱାସ ସୃଷ୍ଟି କଲେ ବିଭାଗୀୟ ଡାକ୍ତରୀ ଟିମ ।

ତେବେ 5 ଘଣ୍ଟାର କଷ୍ଟସାଧ୍ୟ ଅପରେସନ ପରେ ଶରୀରର ଭିନ୍ନ ଅଙ୍ଗରୁ ଲିମ୍ପନୋଡ ଆଣି ଗୋଡ଼ରେ ମାଇକ୍ରୋ ସର୍ଜରୀ ଜରିଆରେ ଇମ୍ପ୍ଲାଣ୍ଟ କରାଯାଇଥିଲା । ଯାହା ଭାରତରେ ମାତ୍ର ଦୁଇ ବର୍ଷ ଧରି କରୁଛନ୍ତି ଚିକିତ୍ସକମାନେ । ଏବଂ ଏହି ସର୍ଜରି ରାଜ୍ୟରେ ପ୍ରଥମ ଥର ପାଇଁ କରିଛନ୍ତି ଏସସିବିର ଡାକ୍ତରୀ ଟିମ । ପନ୍ଦର ଦିନ ତଳେ ଏହି ପଦ୍ଧତିରେ ଚିକିତ୍ସା କରିବା ପରେ ଆଜି ଏନେଇ ସୂଚନା ଦେଇଛନ୍ତି ପ୍ଲାଷ୍ଟିକ ସର୍ଜରୀ ବିଭାଗୀୟ ମୁଖ୍ୟ। ।

ଏହା ମଧ୍ୟ ପଢନ୍ତୁ....ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖତ ଖାଉଛି ଲକ୍ଷାଧିକ ଟଙ୍କାର ଔଷଧ

ତେବେ ଗୋଡ଼ ଫୁଲିବାର ବାସ୍ତବ କାରଣ ଖୋଜିବା ପରେ ଏହି ଚିକିତ୍ସା ପଦ୍ଧତି ଅପଣାଇ ଥିଲେ ଡାକ୍ତରୀ ଟିମ । ଅପରରେସନ ପରେ ଏବେ ଭଲ ଲାଗୁଛି ବୋଲି ମହିଳା ଜଣକ ପ୍ରତିକ୍ରିୟା ରଖିଛନ୍ତି । ଗୋଡ଼ର ଫୁଲା ଅନେକ ମାତ୍ରାରେ କମିଛି ବୋଲି କହିଛନ୍ତି ସେ । ଗୋଡ଼ର ଫୁଲା 80 ପ୍ରତିଶତ କମିଯିବ ବୋଲି ଆଶା କରୁଛନ୍ତି ଡାକ୍ତରୀ ଟିମ ।ଏବେ ଏକ ନୂଆ ଜୀବନ ପାଇଲା ପରି ଲାଗୁଥିବା କହିଛନ୍ତି ମହିଳା । ଫାଇଲେରିଆ ରୋଗୀମାନଙ୍କ ପାଇଁ ଏକ ନୂଆ ଆଶା ସଞ୍ଚାର କରିବ ଏହି ଚିକିତ୍ସା ପଦ୍ଧତି । ତେବେ ଏହି ଚିକିତ୍ସା ପଦ୍ଧତିରେ ଆଉ କିଛି ଉନ୍ନତମାନର ଆଧୁନିକ ଭିତ୍ତିଭୂମିର ଆବଶ୍ୟକତା ଥିବା ବିଭାଗୀୟ ବିଶେଷଜ୍ଞ ମତ ରଖିଛନ୍ତି ।



ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.