ETV Bharat / state

ତାଳଚେର ଅଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Mar 5, 2024, 6:48 AM IST

Developmental Works: ଆଜି (ସୋମବାର) ତାଳଚେର ଅଞ୍ଚଳର ଦେଉଳବେଢ଼ା ତେଲିସାହି ଗ୍ରାମରେ ଏକ କଲ୍ୟାଣ ମଣ୍ଡପ, ଗ୍ରାମର ସୁସଜ୍ଜିତ ମୁଖ୍ୟ ତୋରଣ ଏବଂ ନାଟ ମଣ୍ଡପର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସହାୟତା ପାଇଁ କେନ୍ଦ୍ରମନ୍ତ୍ରୀ ଏମସିଏଲକୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ
ତାଳଚେର ଅଞ୍ଚଳରେ ବିଭିନ୍ନ ବିକାଶମୂଳକ କାମର ଲୋକାର୍ପଣ, କେନ୍ଦ୍ରମନ୍ତ୍ରୀଙ୍କ ଯୋଗଦାନ
ତାଳଚେର ଅଞ୍ଚଳରେ ବିଭିନ୍ନ ବିକାଶମୂଳକ କାମର ଲୋକାର୍ପଣ, କେନ୍ଦ୍ରମନ୍ତ୍ରୀଙ୍କ ଯୋଗଦାନ

ତାଳଚେର ଅଞ୍ଚଳରେ ବିଭିନ୍ନ ବିକାଶମୂଳକ କାମର ଲୋକାର୍ପଣ, କେନ୍ଦ୍ରମନ୍ତ୍ରୀଙ୍କ ଯୋଗଦାନ

ଅନୁଗୋଳ: ଅନୁଗୋଳ ଜିଲ୍ଲାର ତାଳଚେର ଅଞ୍ଚଳରେ ଏକାଧିକ ବିକାଶମୂଳକ କାମର ଶୁଭ ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ତାଳଚେର ଅଞ୍ଚଳର ଦେଉଳବେଢ଼ା ତେଲିସାହି ଗ୍ରାମରେ ଏକ କଲ୍ୟାଣ ମଣ୍ଡପ, ଗ୍ରାମର ସୁସଜ୍ଜିତ ମୁଖ୍ୟ ତୋରଣ ଏବଂ ନାଟ ମଣ୍ଡପର ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ... IIM ସମ୍ବଲପୁରରେ ୧୦୦ କ୍ୟୁବ୍ ଷ୍ଟାର୍ଟଅପର ଶୁଭାରମ୍ଭ

କେନ୍ଦ୍ରମନ୍ତ୍ରୀ ଏହି ଅବସରରେ କହିଛନ୍ତି, "ମହାନଦୀ କୋଲଫିଲ୍ଡ ଲିମିଟେଡର ସୌଜନ୍ୟତାରୁ ଗାଁରେ ଏକ କମ୍ୟୁନିଟି ହଲ ପ୍ରତିଷ୍ଠା କରାଯାଇଛି । ପ୍ରାୟ ୨୬ ଲକ୍ଷ ଟଙ୍କା ବ୍ୟୟବରାଦରେ ନିର୍ମିତ ଏହି ହଲ ସ୍ଥାନୀୟ ଗ୍ରାମବାସୀଙ୍କ ବିବାହ, ବ୍ରତଘର ଭଳି ମାଙ୍ଗଳିକ କାର୍ଯ୍ୟରେ ଲାଗିବା ସହ ସାମାଜିକ କାର୍ଯ୍ୟରେ ସହଯୋଗର ଭୂମିକା ଗ୍ରହଣ କରିବ । ପୂର୍ବରୁ ଏଠାରେ ସେ ଶୁଭ ଦେବା ପାଇଁ ଆସିଥିବା ବେଳେ ଆଜି ଏହାର ଉଦଘାଟନ କରି ସୌଭାଗ୍ୟବାନ ମନେ କରୁଛି । ସେହିପରି ଗ୍ରାମର ମେଳନ ପଡିଆରେ ନାଟ ମଣ୍ଡପ ପ୍ରତିଷ୍ଠା କରାଯାଇଛି, ଯାହା ଫଳରେ ସାଂସ୍କୃତିକ ଉତ୍ସବ ଆଦିର ଆୟୋଜନ କରାଯାଇପାରିବ । ଗ୍ରାମବାସୀମାନେ ଏହି ସବୁ ବ୍ୟବସ୍ଥା ଦ୍ବାରା ବିଶେଷ ଉପକୃତ ହୋଇପାରିବେ । ଗାଁର ଜନସାଧାରଣ ବିଶେଷ ଭାବରେ ଯୁବବନ୍ଧୁଙ୍କ ଉତ୍ସାହ କାରଣରୁ ଏହି କାମ ସମ୍ଭବ ହୋଇପାରିଛି ।" ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ବ ଓ ବିକାଶର କଳ୍ପନାରେ ଏହି ସବୁ ସାମାଜିକ କାର୍ଯ୍ୟରେ ସହଯୋଗୀ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଏମସିଏଲକୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ‘ପ୍ରୋଜେକ୍ଟ ଓଡିସର୍ଭ’ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସେ ଆହୁରି କହିଛନ୍ତି, "ଆଜି ଆମ ଜିଲ୍ଲା ଅନୁଗୋଳ ପାଇଁ ଏକ ବିଶେଷ ଦିନ । ଜିଲ୍ଲାରେ ଶିକ୍ଷା ଓ ଦକ୍ଷତା ବିକାଶକୁ ଆଗକୁ ନେବା ପାଇଁ ଅନୁଗୋଳରେ ଆଇଆଇଏମ ମୁମ୍ବାଇ ଓ ଆଇଆଇଏମ ସମ୍ବଲପୁର ଦ୍ବାରା ପରିଚାଳିତ ହେବାକୁ ଥିବା ମ୍ୟାନେଜମେଣ୍ଟ ଶିକ୍ଷା କେନ୍ଦ୍ରର ଉଦଘାଟନ ହୋଇଛି ।" କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଭବନ ସହ ସ୍କିଲ ଇଣ୍ଡିଆ ସେଣ୍ଟର, ଜନ ଶିକ୍ଷଣ ସଂସ୍ଥାନର ଲୋକାର୍ପଣ ଭଳି କାର୍ଯ୍ୟକ୍ରମ ଗୁଡିକ ଜିଲ୍ଲାକୁ ଗୁଣାତ୍ମକ ଶିକ୍ଷା, ମ୍ୟାନେଜମେଣ୍ଟ ଏବଂ ଦକ୍ଷତା କ୍ଷେତ୍ରରେ ଅଗ୍ରଣୀ କରାଇବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.