ETV Bharat / state

IIM ସମ୍ବଲପୁରରେ ୧୦୦ କ୍ୟୁବ୍ ଷ୍ଟାର୍ଟଅପର ଶୁଭାରମ୍ଭ

author img

By ETV Bharat Odisha Team

Published : Mar 2, 2024, 6:52 AM IST

Updated : Mar 2, 2024, 7:05 AM IST

100 Cube Start Up: ୧୦୦ କ୍ୟୁବ ଷ୍ଟାର୍ଟଅପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଆଇଆଇଏମ ସମ୍ବଲପୁର ପକ୍ଷରୁ ଏକ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଥିଲା। ଅଧିକ ପଢନ୍ତୁ
100 Cube Start Up
100 Cube Start Up

100 Cube Start Up

ସମ୍ବଲପୁର: ଆଇଆଇଏମ୍ ସମ୍ବଲପୁରରେ ୧୦୦ କ୍ୟୁବ ଷ୍ଟାର୍ଟଅପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଓଡ଼ିଶାରେ ରୋଜଗାର ବଢାଇବା ପାଇଁ ୧୦୦ କ୍ୟୁବ ଷ୍ଟାର୍ଟଅପ୍ ଏକ ଜନଆନ୍ଦୋଳନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, "ଓଡ଼ିଶାର ଯୁବକଙ୍କ ମଧ୍ୟରେ ନୂଆ ସ୍ପିରିଟ୍ ତିଆରି ହୋଇଛି । ସେହି ସ୍ପିରିଟକୁ ଗତି ଦେବା ତଥା ରାଜ୍ୟରେ ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରାଇବା ଦିଗରେ ୧୦୦ କ୍ୟୁବ୍ ଷ୍ଟାର୍ଟଅପ ପଦକ୍ଷେପ । ୨୦୩୬ ସୁଦ୍ଧା ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ । ଏହି ସମୟ ସୀମା ମଧ୍ୟରେ ସମାଜର ସବୁ ଲୋକଙ୍କୁ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପାଳନ କରିବାକୁ ହେବ ।"

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି, "ଆମ ଦେଶ ଜ୍ଞାନ ଆଧାରିତ ଅର୍ଥନୀତି ଦିଗରେ ଅଗ୍ରସର ହେଉଥିବାବେଳେ ନୂଆପିଢିଙ୍କୁ ନିଯୁକ୍ତି କରିବା ନୁହେଁ ବରଂ ନିଯୁକ୍ତିଦାତା କରାଇବା ପାଇଁ କର୍ତ୍ତବ୍ୟ କରିବାକୁ ହେବ । ସେଥି ମଧ୍ୟରୁ ୧୦୦ କ୍ୟୁବ୍ ଗୋଟିଏ କର୍ତ୍ତବ୍ୟ । ପ୍ରତ୍ୟେକ ଷ୍ଟାର୍ଟଅପର ମୂଲ୍ୟ ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କା ହେବ । ଆଇଆଇଟି ଭୁବନେଶ୍ୱରରେ ରିସର୍ଚ୍ଚ ପାର୍କ ଭଳି ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଷ୍ଟାର୍ଟ ଅପ୍‌ ଗୁଡିକୁ ନିବେଶକଙ୍କ ସହ ସମନ୍ୱୟ ସ୍ଥାପନ କରିବା ପାଇଁ ଆବଶ୍ୟକୀୟ ସମ୍ବଳ, ସହଯୋଗ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଓଡ଼ିଶାରେ ରୋଜଗାର ସୃଷ୍ଟି କରାଇବା ପାଇଁ, ଯୁବକଙ୍କୁ ଆତ୍ମନିର୍ଭର କରିବା ପାଇଁ ଏବଂ ଓଡ଼ିଆ ସମ୍ପନ୍ନତାକୁ ପୁଣି ଥରେ ପୁନର୍ଜୀବିତ କରିବା ପାଇଁ ପଡ଼ିବ ।"

"ଆଇଆଇଏମ ସମ୍ବଲପୁର ଏକ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ ଏବଂ ରଙ୍ଗବତୀ ଗୀତ ଭାବାବେଗର ପ୍ରତୀକ । ୧୦୦ କ୍ୟୁବ୍ ଷ୍ଟାର୍ଟଅପ ନବସୃଜନ ସୃଜନଶୀଳତା, ଉଦ୍ୟମିତା ସଂସ୍କୃତିର ପ୍ରତୀକ । ସମ୍ବଲପୁରରେ ଆଇଆଇଏମ ସମ୍ବଲପୁର ସମେତ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ବୁର୍ଲା ମେଡିକାଲ କଲେଜ, ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଭଳି ଜାତୀୟ ସ୍ତରର ଅନୁଷ୍ଠାନ ସ୍ଥାପନା ହୋଇଛି । ଏଠାକାର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ମଧ୍ୟରେ ଭରପୁର ପ୍ରତିଭା ଅଛି" ବୋଲି କହିବା ସହ ଓ୍ୱେଲଥ କ୍ରିଏଟର ହେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...WiFi ନୁହେଁ ଲାଇ-ଫାଇ, IIT ଭୁବନେଶ୍ବରେ ପ୍ରକଳ୍ପ ପ୍ରଦର୍ଶିତ କରି ପ୍ରଶଂସା ସାଉଣ୍ଟିଲେ ଜ୍ଞାନରଞ୍ଜନ



ଏହି କନକ୍ଲେଭରେରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଗୋଳରେ ସେଣ୍ଟର ଅଫ୍ ମ୍ୟାନେଜମେଣ୍ଟ୍ ଏଜୁକେସନ ସ୍ଥାପନା ପାଇଁ ଆଇଆଇଏମ ସମ୍ବଲପୁର ଓ ଆଇଆଇଏମ ମୁମ୍ବାଇ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା । ଏହି କନକ୍ଲେଭରେ ବଜାଜ ଫିନସର୍ଭର ସିଏମଡି ସଞ୍ଜୀବ ବଜାଜ, କୋଲ ଇଣ୍ଡିଆର ଏମଡି ପିଏମ୍ ପ୍ରସାଦ, ସେଲର ସିଏମଡି ଅମରେନ୍ଦୁ ପ୍ରକାଶ, ନାଲକୋ ଏମଡି ଶ୍ରୀଧର ପାତ୍ର ଉପସ୍ଥିତ ଥିଲେ । ଏହାସହ ଓଡ଼ିଶା ସମେତ ଦେଶର ଷ୍ଟାର୍ଟଅପ୍ ସମୂହର ବ୍ୟକ୍ତିବିଶେଷ, ନିବେଶକ, ଶିଳ୍ପ ପରାମର୍ଶଦାତା ଓ ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ଯୋଗଦେଇଥିଲେ । ଏହି ଅବସରରେ ଆଇଆଇଏମ ସମ୍ବଲପୁର ପକ୍ଷରୁ ଏକ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଥିଲା।

  • " class="align-text-top noRightClick twitterSection" data="">



ଇଟିଭି ଭାରତ, ସମ୍ବଲପୁର

Last Updated :Mar 2, 2024, 7:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.