ETV Bharat / state

WiFi ନୁହେଁ ଲାଇ-ଫାଇ, IIT ଭୁବନେଶ୍ବରେ ପ୍ରକଳ୍ପ ପ୍ରଦର୍ଶିତ କରି ପ୍ରଶଂସା ସାଉଣ୍ଟିଲେ ଜ୍ଞାନରଞ୍ଜନ

author img

By ETV Bharat Odisha Team

Published : Feb 11, 2024, 10:02 PM IST

Updated : Feb 11, 2024, 10:12 PM IST

Project on LiFi technology: ଆଇଆଇଟି ଭୁବନେଶ୍ବରରେ ଆୟୋଜିତ ହୋଇଯାଇଛି '୧୦୦ କ୍ୟୁବ ଷ୍ଟାର୍ଟଅପ କନକ୍ଲେଭ' । ଏଥିରେ ଯାଜପୁର ଛାତ୍ର ଜ୍ଞାନରଞ୍ଜନ ମିଶ୍ର ଲାଇ-ଫାଇ ଟେକ୍ନୋଲୋଜି ପ୍ରକଳ୍ପ ପ୍ରଦର୍ଶିତ କରି ପୁଣି ସାଉଣ୍ଟିଲେ ପ୍ରଶଂସା । ଅଧିକ ପଢନ୍ତୁ

LiFi technology
LiFi technology

WiFi ନୁହେଁ ଲାଇ-ଫାଇ, IIT ଭୁବନେଶ୍ବରେ ପ୍ରକଳ୍ପ ପ୍ରଦର୍ଶିତ କରି ପ୍ରଶଂସା ସାଉଣ୍ଟିଲେ ଜ୍ଞାନରଞ୍ଜନ

ଭୁବନେଶ୍ବର: ୱାଇ ଫାଇ ନୁହେଁ ଏବେ ଲାଇ ଫାଇ । ଏଣିକି ଲାଇଟ ମାଧ୍ୟମରେ ହେବ ଡାଟା ଟ୍ରାନ୍ସଫର । ଏହାସହ ଚୋରି ଗାଡ଼ିକୁ ଚିହ୍ନଟ କରିବା ସହ ଷ୍ଟ୍ରିଟ ଲାଇଟ ମାଧ୍ୟମରେ ଅନଲାଇନରେ ଗୀତ ଶୁଣିବା ଭଳି କାର୍ଯ୍ୟ କରୁଛି । ଏଭଳି ଏକ ଅତ୍ୟାଧୁନିକ ଯନ୍ତ୍ର ତିଆରି କରିଛନ୍ତି ଯାଜପୁରର ନବଦୟୋ ସ୍କୁଲର ଜ୍ଞାନରଞ୍ଜନ ମିଶ୍ର । ତେବେ ଜ୍ଞାନ ରଞ୍ଜନ ଭାରତର ପ୍ରସିଦ୍ଧ ବୈଜ୍ଞାନିକ ସୋନମ୍ ୱାଙ୍ଗୁଡୁଙ୍କ ସହ ସାକ୍ଷାତ କରି ଏହି ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି । ଆଜି ଭୁବନେଶ୍ବର ଆଇଆଇଟିରେ ଆୟୋଜିତ '୧୦୦ କ୍ୟୁବ ଷ୍ଟାର୍ଟଅପ କନକ୍ଲେଭ' ଏହି ପ୍ରକଳ୍ପ ପ୍ରଦର୍ଶିତ କରି ପୁଣି ପ୍ରଶଂସିତ ହୋଇଛନ୍ତି ଜ୍ଞାନରଞ୍ଜନ ।

ଜ୍ଞାନରଞ୍ଜନ ମିଶ୍ର କହିଛନ୍ତି ଯେ, ଏହି ଟେକ୍ନୋଲୋଜି ଏକ ଆଡଭାନ୍ସ ଟେକ୍ନୋଲୋଜି ଅଟେ । ଯାହାର ନାମ ରଖାଯାଇଛି 'ଲାଇ ଫାଇ' । ଯାହା ୱାଇ ଫାଇ ଭଳି ତୀବ୍ର ଭାବରେ କାମ କରିବ । ୱାଇ-ଫାଇରେ ଯେଉଁଭଳି ଭାବରେ ଅନେକ ଡାଟା ଟ୍ରାନ୍ସଫର ହୋଇପାରିଛି । ସେହିଭଳି ଭାବରେ ଲାଇଟ୍ ମାଧ୍ୟମରେ ଡାଟା ଟ୍ରାନ୍ସଫର କରାଯାଇପାରୁଛି । ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଅନେକ ସମସ୍ୟାର ସମାଧାନ ହୋଇପାରିବ । ଯେମିତିକି ଗାଡି ଚୋରି ହେଲେ ତାହାକୁ କିଭଳି ଭାବରେ ତୁରନ୍ତ ଚିହ୍ନଟ କରାଯାଇପାରିବ ସେନେଇ ଉଭୟ ପୋଲିସ ବା ଗାଡ଼ି ମାଲିକଙ୍କ ପକ୍ଷେ ବଡ଼ ଚାଲେଞ୍ଜ ରହିଥାଏ । ତେବେ ଏହି ଚୋରି ଗାଡ଼ିକୁ ପାଇବାକୁ ହେଲେ ଲାଇଟର ସହଯୋଗରେ ଗାଡିଟି ମିଳିଯାଇପାରିବ।

ଏହା ବି ପଢନ୍ତୁ- ଯାଜପୁର ଛାତ୍ରଙ୍କ କମାଲ, ଉଦ୍ଭାବନ କଲେ ଓ୍ବାଇଫାଇର ବିକଳ୍ପ ଲାଇଫାଇ

ଷ୍ଟ୍ରିଟ ଲାଇଟରେ ଗାଡ଼ିର ସମସ୍ତ ତଥ୍ୟ ଦିଆଯିବ । ଯେପରିକି ଗାଡ଼ିର ଇଞ୍ଜିନର ନମ୍ବର, ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର ଗାଡ଼ି ମାଲିକର ଆଧାର କାର୍ଡ ନମ୍ବର ଆଦି ଡାଟା ଦିଆଯିବ । ଯାହା ଫଳରେ କୌଣସି ସ୍ଥାନରେ ଗାଡି ଚାଲୁଥିବା ସମୟର ଲାଇଟ ମଧ୍ୟରେ ଡାଟା ମିଶିଗଲା ତୁରନ୍ତ ଚୋରି ଗାଡ଼ିକୁ ଧରିବାକୁ ସକ୍ଷମ ହୋଇପାରିବେ । ଏହା ସହ ଯଦି କୌଣସି ଅଞ୍ଚଳରେ ନେଟୱର୍କ ନାହିଁ । ତେବେ ସେହି ଅଞ୍ଚଳରେ ଗାଡି ଚାଲୁଥିବା ସମୟରେ କିଛି ଅନଲାଇନ ମାଧ୍ୟମରେ ଗୀତ ଶୁଣିବା, କିଛି ଖବର ଶୁଣିବା ସହ କିଛି ଭିଡିଓ ଦେଖିବା ଷ୍ଟ୍ରିଟ ଲାଇଟ ମାଧ୍ୟମରେ ହୋଇପାରିବ ।

ଏନେଇ ଛାତ୍ର କହିଛନ୍ତି, " ବର୍ତ୍ତମାନ ସମୟରେ ମୋବାଇଲ ଟାୱାର ଛତୁ ଫୁଟିଲା ଭଳି କାର୍ଯ୍ୟକ୍ଷମ କରାଯାଉଛି । ହେଲେ ଏହାର ରେଡିଅସନ ମାଧ୍ୟମରେ ଅନେକ ପକ୍ଷୀ ଛୋଟ ଛୋଟ ଜୀବଙ୍କ ମୃତ୍ୟୁ ଓ ଅତ୍ୟଧିକ ମାତ୍ରାରେ ନକରାତ୍ମକ ପ୍ରଭାବ ପଡୁଛି । ତେବେ ଲାଇ-ଫାଇ ଦ୍ବାରା ଅନେକ ପକ୍ଷୀମାନଙ୍କ ଜୀବନ ବଞ୍ଚିପାରିବ । ଏହା ବିଶ୍ବରେ ଅନେକ ଦେଶରେ ଏହି ଲାଇ-ଫାଇ ବ୍ୟବହାର କରାଯାଉଥିବା ବେଳେ ଭାରତରେ ଏହା ପ୍ରଥମ ଥର ପାଇଁ ଲଦାଖରେ କରାଯାଇଛି । ଏହା ବିଶେଷ ଭାବରେ ପାହାଡିଆ ଅଞ୍ଚଳରେ ସଫଳତା ହାସଲ କରିଛି । ଏହି ଲାଇ ଫାଇ ପ୍ରତି ସେକେଣ୍ଡରେ ୧୦ ଜିବି ଡାଟା ଯୋଗାଇ ଦେବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 11, 2024, 10:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.