ETV Bharat / state

'ମନ କି ବାତ' ଶୁଣିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Jan 28, 2024, 5:48 PM IST

'ମନ କି ବାତ' ଶୁଣିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
'ମନ କି ବାତ' ଶୁଣିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Mann Ki Baat Program In Bhubaneswar: ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ୧୦୯ତମ 'ମନ କି ବାତ'ରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଦଳର ସ୍ଥିତି ବିଷୟରେ ବୁଥ କମିଟି ସହ ମଧ୍ୟ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

'ମନ କି ବାତ' ଶୁଣିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଜି (ରବିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୯ତମ 'ମନ କି ବାତ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୋଦିଙ୍କ 'ମନ କି ବାତ' ଶୁଣିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ ସେଣ୍ଟର ବୁଥ ନମ୍ବର ୫୯ରେ କର୍ମକର୍ତ୍ତାଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ 'ମନ କି ବାତ' କାର୍ଯ୍ୟକ୍ରମ ଶୁଣିଛନ୍ତି । ଏହି କାର୍ଯ୍ୟକ୍ରମ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ୫୯ ନମ୍ବର ବୁଥ କମିଟିର ବୈଠକରେ ଯୋଗ ଦେଇଥିଲେ । ବୁଥସ୍ତରରେ ସଂଗଠନ ମଜଭୁତ ଦିଗରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର ।

ତେବେ ବର୍ଷର ପ୍ରଥମ 'ମନ କି ବାତ' କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ରାମ ମନ୍ଦିର, ନାରୀଶକ୍ତି, ପଦ୍ମ ପୁରସ୍କାର ଏବଂ ଗଣତନ୍ତ୍ର ସମ୍ପର୍କରେ ଦେଶବାସୀଙ୍କ ସହ ଆଲୋଚନା କରିଛନ୍ତି ମୋଦି । ଏହାସହ ଏସଏଚଜି ମହିଳାଙ୍କ ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି," ଆଗାମୀ ଦିନରେ ମହିଳା ସଶକ୍ତ ହେବେ ଏବଂ ଏସଏଚଜି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।"

ସେ ଆହୁରି ମଧ୍ୟ କହିଛନ୍ତି ," କୋଟି କୋଟି ଭାରତୀୟଙ୍କୁ ଏକାଠି କରିପାରିଛି ଅଯୋଧ୍ୟାର ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ସେହିପରି ଗଣତନ୍ତ୍ର ଦିବସ ପରେଡରେ ନାରୀଶକ୍ତିର ପ୍ରତିଫଳନ ଦେଖିବାକୁ ମିଳିଛି ।"ଏହା ସହ କ୍ରୀଡା କ୍ଷେତ୍ରରେ ଦେଶ କେମିତି ଆଗେଇବ ସେ କଥାକୁ ଦୋହରାଇଥିଲେ । ସେହିପରି ପରୀକ୍ଷା ପେ ଚର୍ଚ୍ଚା ଆସନ୍ତାକାଲି ଅଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ଦିଲ୍ଲୀପ ମହାନ୍ତି ଏବଂ ସମ୍ପାଦକ ସାରଦା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ ....ଖୋର୍ଦ୍ଧାରେ ମନ କି ବାତ୍ କାର୍ଯ୍ୟକ୍ରମ ପ୍ରସାରିତ, ବହୁ ନେତା କର୍ମୀ ସାମିଲ

ଏହା ମଧ୍ୟ ପଢନ୍ତୁ ....ଚଳିତ ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ, ଦେଶବାସୀଙ୍କ ମନର କଥା କହୁଛନ୍ତି ମୋଦି

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ୍‌'ରେ ଦେଶବାସୀଙ୍କୁ ନିଜର ମନର କଥା କୁହନ୍ତି । ଦେଶ ବିଦେଶରେ ଏହି ମାସିକ ରେଡିଓ କାର୍ଯ୍ୟକ୍ରମର ବହୁ ଲୋକପ୍ରିୟତା ରହିଛି । କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ୱଙ୍କ ବିଷୟରେ କହିଥାଆନ୍ତି ପ୍ରଧାନମନ୍ତ୍ରୀ । ମାସର ଶେଷ ରବିବାରରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହୋଇଥାଏ ।

ଇଟିଭି ଭାରତ , ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.