ଚଳିତ ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ, ଦେଶବାସୀଙ୍କ ମନର କଥା କହୁଛନ୍ତି ମୋଦି

By ETV Bharat Odisha Team

Published : Jan 28, 2024, 11:05 AM IST

Updated : Jan 28, 2024, 11:32 AM IST

thumbnail

ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ । 109 ତମ ମନ କି ବାତ କାର୍ଯ୍ୟକ୍ରମରେ ମନର କଥା କହୁଛନ୍ତି ପ୍ରଧାନମନ୍ତ୍ରୀ । ଦିନ11ଟା ସମୟରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ବିଭିନ୍ନ ପ୍ରସଙ୍ଗ ଉପରେ ଦେଶବାସୀଙ୍କୁ ମନର କଥା କହୁଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ବିଦେଶରେ ଏହି ମାସିକ ରେଡିଓ କାର୍ଯ୍ୟକ୍ରମର ବହୁ ଲୋକପ୍ରିୟତା ରହିଛି । କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ବଙ୍କ ବିଷୟରେ କହିଥାଆନ୍ତି ପ୍ରଧାନମନ୍ତ୍ରୀ । ମାସର ଶେଷ ରବିବାରରେ ଏହି କାର୍ଯ୍ୟକ୍ରମ ହୋଇଥାଏ । ଏହାର 23 କୋଟି ଲେଗୁଲାର ଶ୍ରୋତା ରହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଥରେ 100 କୋଟି ଲୋକ ଏହି କାର୍ଯ୍ୟକ୍ରମକୁ ଶୁଣିବାର ରେକର୍ଡ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଶୁଣିବାକୁ ମାସର ଶେଷ ରବିବାରକୁ ଅପେକ୍ଷା କରିଥାନ୍ତି ଦେଶବାସୀ । ଆଜି ଚଳିତ ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ ।  

Last Updated : Jan 28, 2024, 11:32 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.