ETV Bharat / state

ରାଜ୍ୟକୁ ପୁଣି ଫେରୁଛି ତାତି, ଆକାଶରୁ ହେବ ଅଗ୍ନିବର୍ଷା ! - Odisha Weather

author img

By ETV Bharat Odisha Team

Published : Apr 12, 2024, 6:21 PM IST

Updated : Apr 13, 2024, 6:32 AM IST

ରାଜ୍ୟକୁ ପୁଣି ଫେରୁଛି ତାତି
ରାଜ୍ୟକୁ ପୁଣି ଫେରୁଛି ତାତି

Odisha Weather Update: ରାଜ୍ୟରୁ କାଳବୈଶାଖୀ ଅପସରି ଯିବା ପରେ ହେବ ପ୍ରବଳ ତାତି । ହେବ ଅସହ୍ୟ ଗରମ । ଅଧିକ ପଢ଼ନ୍ତୁ

ରାଜ୍ୟକୁ ପୁଣି ଫେରୁଛି ତାତି

ଭୁବନେଶ୍ବର: ଗତ କିଛିଦିନ ଧରି ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଏବେ ପୁଣି ରାଜ୍ୟକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଫେରୁଛି । ଏତେ ଗରମ ହେବ ଯେ, ତାତିର ଜ୍ବଳାରେ ଜଳିବ ସାରା ଓଡିଶା । 14 ତାରିଖରୁ ଧୀରେ ଧିରେ ତାପମାତ୍ରା ବୃଦ୍ଧି ହେବାକୁଥିବା ବେଳେ ଆସନ୍ତା ଏପ୍ରିଲ ୧୭ ରୁ ୨୦ ଯାଏଁ ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ନାହିଁ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ପାଖାପାଖି 13 ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢିବ । ଅଧିକାଂଶ ସହରର ତାପମାତ୍ରା ୪୩ ରୁ ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀ ପ୍ରଭାବରେ ତାପମାତ୍ରାରେ ଅହେତୁହ ହ୍ରାସ ହୋଇଛି । କିନ୍ତୁ ଆସନ୍ତା 14 ତାରିଖରୁ ରାଜ୍ୟର ଧିରେ ଧିରେ ତାପମାତ୍ରା ବୃଦ୍ଧି ପାଇବ । ପରବର୍ତ୍ତୀ ୪ ରୁ ୫ ଦିନ ମଧ୍ୟରେ ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାତି ବୃଦ୍ଧି ପାଇବ । ୧୬ ତାରିଖରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଏପ୍ରିଲ ୧୭ ରୁ ୨୦ ତାରିଖ 4 ଦିନ ଧରି ରାଜ୍ୟରେ ଅଗ୍ନିବର୍ଷା ଭଳି ପରିସ୍ଥିତି ହେବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ 13 ଡିଗ୍ରୀ ଯାଏଁ ବଢିବ ପାରଦ । ପ୍ରବଳ ଖରାକୁ ନଜରରେ ରଖି ୪ ଦିନ ପର୍ଯ୍ୟନ୍ତ ପିକ୍ ସମୟ ଥିବା ବେଳେ ଏହି ଗ୍ରୀଷ୍ମ ପ୍ରଭାବ ଶରୀର ପାଇଁ ଘାତକ ହୋଇପାରେ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଫେରିବ ହିଟ ୱେଭ୍, ୧୪ ତାରିଖ ପରଠୁ ୬ ଡିଗ୍ରୀ ବଢିବ ତାପମାତ୍ରା ! - Heat Wave To Return

ଗତ ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇଛି । ଆସନ୍ତାକାଲି ମଧ୍ୟ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ । କିନ୍ତୁ ୧୪ ତାରିଖରୁ ରାଜ୍ୟରେ ତାତି ବଢିବ । ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ପାଇଁ କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୋଳ ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୧୫ ତାରିଖରେ ଉପକୂଳ ସହ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି । ୧୬ ତାରିଖରେ ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଯାଜପୁର, ନୟାଗଡ, ବୌଦ୍ଧ, କନ୍ଧମାଳ, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ଏପ୍ରିଲ ମାସରେ ୭୨ ବର୍ଷର ଇତିହାସରେ ଗତ କାଲି ସବୁଠୁ ଥଣ୍ଡା ଦିନ ଅନୁଭୂତ ହୋଇଛି । ସର୍ବନିମ୍ନ ତାପମାତ୍ରା ଟିଟିଲାଗଡରେ ୨୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୨୫.୭ ଡିଗ୍ରୀ ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 13, 2024, 6:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.