ETV Bharat / state

ପୁଣି ଫେରିବ ହିଟ ୱେଭ୍, ୧୪ ତାରିଖ ପରଠୁ ୬ ଡିଗ୍ରୀ ବଢିବ ତାପମାତ୍ରା ! - Heat Wave To Return

author img

By ETV Bharat Odisha Team

Published : Apr 11, 2024, 8:15 PM IST

Heat Wave To Return: ଉପାନ୍ତରୁ ଉପକୂଳ ସବୁଠି ମେଘୁଆ ପାଗ ସହ ଲାଗି ରହିଛି ହାଲୁକା ବର୍ଷା । ହେଲେ ୧୪ ତାରିଖ ପରଠୁ ୬ ରୁ ୮ ଡିଗ୍ରୀ ତାପମାତ୍ରା ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Heat Wave To Return
Heat Wave To Return

Heat Wave To Return

ଭୁବନେଶ୍ବର: ପୁଣି କଡ଼ ଲେଉଟାଇବ ହିଟ୍ ୱେଭ । ବର୍ତ୍ତମାନ ତାତିରେ ଲାଗିଛି ବ୍ରେକ୍। ଉପାନ୍ତରୁ ଉପକୂଳ ସବୁଠି ମେଘୁଆ ପାଗ ସହ ଲାଗି ରହିଛି ହାଲୁକା ବର୍ଷା। ହେଲେ ୧୪ ତାରିଖ ପରଠୁ ରାଜ୍ୟରେ ପୁଣି ଭୀଷଣ ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଟୁଇନ ସିଟି କଟକ, ଭୁବନେଶ୍ୱର ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହୋଇଛି । ପ୍ରଭାବରେ ସ୍ବାଭାବିକଠାରୁ ୩ ରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ କମିଛି ତାପମାତ୍ରା ।

ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ। ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରଭାବରେ ରାଜ୍ୟକୁ ପୁଣି ଫେରିବ ହିଟଓ୍ବେଭ୍ ସ୍ଥିତି । ୧୪ ତାରିଖ ପରଠୁ ରାଜ୍ୟକୁ ପୁଣି ଥରେ ଭୀଷଣ ଗରମ ଅନୁଭୂତ ହେବ । ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ସ୍ଥିତି ପାଇଁ କଟକ, ନୟାଗଡ଼, ଅନୁଗୋଳ, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଏବଂ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଏହା ମଧ୍ୟ ପଢନ୍ତୁ...ନୂଆପଡାରେ କାଳବୈଶାଖୀ ପ୍ରଭାବ, କୁଆ ପଥର ବର୍ଷା ସାଙ୍ଗକୁ କୋହଲା ପାଗ ଜାରି - Hailstorm Rain

ସେହିଭଳି ଗ୍ରୀଷ୍ମପ୍ରବାହ ପ୍ରବାହ ପାଇଁ ୧୫ ତାରିଖରେ କଟକ, ନୟାଗଡ଼, ଅନୁଗୋଳ, ବୌଦ୍ଧ, ବଲାଙ୍ଗୀର, କୋରାପୁଟ ଏବଂ ମାଲକାନଗିରିକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ଏହି ସବୁ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହେବାର ସମ୍ଭାବନା ରହିଛି। ଏହା ସହ ରାତି ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ମଧ୍ୟ ବୃଦ୍ଧି ହେବ। ବର୍ଷା ପ୍ରଭାବରେ ଗତକାଲି (ବୁଧବାର) ତୁଳନାରେ ଆଜି ତାପମାତ୍ରା ଆହୁରି କମିବ। ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ଝରାବନ୍ଦଠାରେ ୫୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଦିନ ତାପମାତ୍ରା ୩୯.୩ ଡିଗ୍ରୀ ରେକର୍ଡ ହୋଇଛି। ସେପଟେ କାଳବୈଶାଖୀ ପ୍ରଭାବରେ ନୂଆପଡାରେ କୁଆ ପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା। ଗତ ରାତିରେ ଜିଲ୍ଲାରେ କୁଆ ପଥର ବର୍ଷା ହୋଇଥିଲା । ଆଜି ସକାଳ ମଧ୍ୟ ହାଲୁକା ବର୍ଷା ହୋଇଥିବାବେଳେ ନୂଆପଡ଼ା ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ପାଗ କୋହଲା ଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.