ETV Bharat / state

ମହଙ୍ଗା ପଡିଲା ମାଫିଆ ସହ ସମ୍ପର୍କ, ଖୋଲିଲା SHG ମହିଳାଙ୍କ ମୃତ୍ୟୁର ଗୁମର

author img

By ETV Bharat Odisha Team

Published : Feb 24, 2024, 10:51 AM IST

SHG ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା
SHG ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା

SHG Woman Murder Case: ବଲାଙ୍ଗୀର ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସକୁ ବଡ ସଫଳତା । ମୁଖ୍ୟ ଅଭିଯୁକ୍ତ ଗଞ୍ଜେଇ ମାଫିଆ ଗିରଫ । ଅଧିକ ପଢ଼ନ୍ତୁ

SHG ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା

ବଲାଙ୍ଗୀର: ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ବଲାଙ୍ଗୀର ପୋଲିସକୁ ବଡ ସଫଳତା । ଦୁଇ ଦିନ ମଧ୍ୟରେ ଘଟଣାର ହେଲା ପର୍ଦ୍ଦାଫାସ । ଗଞ୍ଜେଇ ମାଫିଆଙ୍କ ସହ ସମ୍ପର୍କ ହିଁ ମହିଳାଙ୍କ ପାଇଁ ସାଜିଥିଲା କାଳ । ପ୍ରଥମେ ଗଞ୍ଜେଇ ମାଫିଆ ଜଣଙ୍କ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବାର ସୂଚନା ଦେଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଗଞ୍ଜେଇ ମାଫିଆ ଗିରଫ ।

ତେବେ ଗତ 22 ତାରିଖରେ ବଲାଙ୍ଗୀରର ପୁଇଁନ୍ତଲା ଥାନା ଅନ୍ତର୍ଗତ କେଶରକେଳା ଗ୍ରାମ ମୁଣ୍ଡରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପାରିପାର୍ଶ୍ଵିକ ପରିସ୍ଥିତିକୁ ଧ୍ୟାନରେ ରଖି ଏହାକୁ ଏକ ହତ୍ୟାକାଣ୍ଡ ଭାବରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାର ଦୁଇ ଦିନ ମଧ୍ୟରେ ଏହାର ପର୍ଦ୍ଦାଫାସ କରିଛି ପୋଲିସ । ତେବେ କିଛି ଘଣ୍ଟା ମଧ୍ୟରେ ମହିଳାଙ୍କ ପରିଚୟ ପାଇବାରେ ପୋଲିସ ସଫଳ ହେବା ପରେ ତାଙ୍କୁ ହତ୍ୟା କରାଯାଇଥିବାର ରହସ୍ୟକୁ ଉନ୍ମୋଚିତ କରିଛି । ମୃତ ମହିଳା ଜଣକ ବୌଦ୍ଧ କଣ୍ଟାମାଳ ବରିଗୁଭା ଗ୍ରାମର । ସେପଟେ ମହିଳାଙ୍କ ଗଞ୍ଜେଇ ମାଫିଆଙ୍କ ସହ ସମ୍ପର୍କ ହିଁ ତାଙ୍କର ମୃତ୍ୟୁର କାରଣ ବୋଲି ପୋଲିସ ସ୍ପଷ୍ଟ କରିଛି ।

ବଲାଙ୍ଗୀର ଏସଡିପିଓ ପ୍ରଦୀପ କୁମାର ସାହୁ ଦେଇଥିବା ସୂଚନା ଅନୁସାରେ, ସଂପୃକ୍ତ ମହିଳା ମିଶନ ଶକ୍ତି ବିଭାଗରେ ଜଣେ ସିଆରପି କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ଏହାରି ମଧ୍ୟରେ କଣ୍ଟାମାଳ ଖଲିଆପାଲି ଗ୍ରାମର ସପ୍ତମ ବଗର୍ତ୍ତି ନାମକ ଜଣେ ଗଞ୍ଜେଇ ମାଫିଆ ସହ ସମ୍ପର୍କରେ ଆସିଥିଲେ । ଗଞ୍ଜେଇ ମାଫିଆ ଜଣଙ୍କ ସଂଯୁକ୍ତାଙ୍କୁ ବଲାଙ୍ଗୀର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଏକ ସ୍ଥାନକୁ ଗଞ୍ଜେଇ ଚାଲାଣ ପାଇଁ ସାହାଯ୍ୟ କରିବାକୁ କହିଥିଲେ । ମହିଳା ଜଣକ ଏଥିରେ ରାଜି ହୋଇ ତାଙ୍କ ସହ ଏକ ମୋଟର ସାଇକେଲରେ ବଲାଙ୍ଗୀର ଆସିଥିଲେ । ତେବେ ପୁଇଁନ୍ତଲା କେଶରକେଳା ଗାଁକୁ ଯାଇଥିବା ବେଳେ ସେଠାରେ ଗଞ୍ଜେଇ କାରବାର ପରେ ଉଭୟ କଣ୍ଟାମାଳ ପାଇଁ ବାହାରିଥିଲେ । ହେଲେ କେଶରକେଳା ଗ୍ରାମ ନିକଟରେ ସପ୍ତମ ବଗର୍ତ୍ତି ମହିଳାଙ୍କୁ ଓହ୍ଲାଇ ତାଙ୍କ ସହ ଦୁଷ୍କର୍ମ କରିଥିଲା । ଏହି ବିଷୟରେ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...SHG ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ମିଳିଲା ପରିଚୟ, ହତ୍ୟା ସନ୍ଦେହ

ସେପଟେ ମହିଳା ସଂଯୁକ୍ତା ଅଭିଯୁକ୍ତ ସପ୍ତମ ବଗର୍ତ୍ତିକୁ 25 ହଜାର ଟଙ୍କା ମାଗିଥିଲେ । ଟଙ୍କା ମାଗିବାରୁ ଅଭିଯୁକ୍ତ ତାଙ୍କୁ ଗଲା ଚିପି ହତ୍ୟା କରିବା ପରେ ଏକ ଗଛ ମୂଳରେ ନେଇ ଫୋପାଡି ଦେଇଥିଲା ବୋଲି ଏସଡିପିଓ କହିଛନ୍ତି । ଏହି ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗରଫ କରାଯାଇଥିବା ବେଳେ କୋର୍ଟ ଚାଲାଣ କରାଯାଇଛି । ଏହି ମାମଲାକୁ ଗୁରୁତର ସହ ନେଇ ଏକ ସ୍ବତନ୍ତ୍ର ପୋଲିସ ଟିମ୍ ଆଇଟି, ସାଇନ୍ଟିଫିକ ଟିମ୍ ଓ ଡଗସ୍କ୍ୱାର୍ଡ ସାହାଯ୍ୟରେ ଏହି ମାମଲାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଥିବାର କହିଛନ୍ତି ଏସଡିପିଓ ପ୍ରଦୀପ କୁମାର ସାହୁ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.