ETV Bharat / state

SHG ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ମିଳିଲା ପରିଚୟ, ହତ୍ୟା ସନ୍ଦେହ

author img

By ETV Bharat Odisha Team

Published : Feb 23, 2024, 11:32 AM IST

SHG Woman Dead Body Identified: ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା । ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇଥିବାବେଳେ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ନେଇ ସନ୍ଦେହ ଘନେଇଛି। ଅଧିକ ପଢନ୍ତୁ

Dead Body Identified
Dead Body Identified

Dead Body Identified

ବଲାଙ୍ଗୀର: ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା । ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇଛି । ସେ କଣ୍ଟାମାଳ ସ୍ଥିତ ବରିଗୁଭା ଗ୍ରାମର ସଂଯୁକ୍ତା ମହାନନ୍ଦ ହୋଇଥିବା ଜଣାପଡ଼ିଛି । ସଂଯୁକ୍ତା ଏସଏଚଜି ସଦସ୍ୟା ଭାବେ କାର୍ଯ୍ୟରତ ଥିଲେ । ଗତକାଲି(ଗୁରୁବାର) ରକ୍ତ ଜୁଡୁବୁଡୁ ଅବସ୍ଥାରେ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନମ୍ୱର ଜାତୀୟ ରାଜପଥରୁ ଉଦ୍ଧାର ହୋଇଥିଲା ସଂଯୁକ୍ତାଙ୍କ ମୃତଦେହ । ସୂଚନା ଅନୁସାରେ, ସେ ଏସଏଚଜି ଗ୍ରୁପ ସହ ଲକ୍ଷ୍ମୀ ବସରେ ବାହାରି ଆଉ ଘରକୁ ଫେରି ନଥିଲେ । ଯାହାକୁ ନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ ।


ବଲାଙ୍ଗୀର ପୁଇନ୍ତଳା ଥାନା ଅନ୍ତର୍ଗତ କେଶରକେଳା ଗ୍ରାମରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିବା ମୃତଦେହ କଣ୍ଟାମାଳ ସ୍ଥିତ ବରିଗୁଭା ଗ୍ରାମର ଚକା ମହାନନ୍ଦଙ୍କ ସ୍ତ୍ରୀ ସଂଯୁକ୍ତା ମହାନନ୍ଦଙ୍କର ବୋଲି ଜଣା ପଡିଛି । ସେ ଲକ୍ଷ୍ମୀ ବସ ଯୋଗେ ଏସଏଚଜି ଗ୍ରୁପ ସହିତ ଗାଁରୁ ଦୁଇ ଦିନ ହେବ ବାହାରିଥିଲେ । ହେଲେ ଆଉ ଘରକୁ ଫେରି ନଥିବାରୁ ପରିବାର ଲୋକେ ନିଖୋଜ ଅଭିଯୋଗ ଆଣିଥିଲେ । ଗୁରୁବାର ତାଙ୍କର ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଏହା ମଧ୍ୟ ପଢନ୍ତୁ...ଜାତୀୟ ରାଜପଥ କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ

ଏହା ମଧ୍ୟ ପଢନ୍ତୁ...କାଠଗଡାକୁ ଯାଇପାରିଲେନି ସାକ୍ଷୀ, କୋର୍ଟରେ ପହଞ୍ଚିବା ପୂର୍ବରୁ ଫିଲ୍ମ ଷ୍ଟାଇଲରେ ହତ୍ୟା !
ଏହା ମଧ୍ୟ ପଢନ୍ତୁ...ସ୍ତ୍ରୀର ଚରିତ୍ର‌ ସଂହାର କରିବାରୁ ସାଙ୍ଗକୁ ହତ୍ୟା ମାମଲା, ହଂସପାଳ ହତ୍ୟାକାଣ୍ଡ ଦୋଷୀକୁ ଆଜୀବନ ସଜ୍ଜା

ସଂଯୁକ୍ତାଙ୍କ ସ୍ଵାମୀ ଓ ସମ୍ପର୍କୀୟମାନେ ବଲାଙ୍ଗୀର ଆସି ମୃତଦେହ ଚିହ୍ନଟ କରିଛନ୍ତି । ସଂଯୁକ୍ତାଙ୍କ ସ୍ଵାମୀ ଚକା ମହାନନ୍ଦ କହିଛନ୍ତି, "ସଂଯୁକ୍ତା ଦୁଇ ଦିନ ତଳେ ସ୍ଵୟଂ ସହାୟକ ଗୋଷ୍ଠୀ ସହ ଲକ୍ଷ୍ମୀ ବସରେ ବାହାରିଥିଲେ । ହେଲେ ଅନ୍ୟମାନେ ଘରକୁ ଫେରି ସାରିଥିବାବେଳେ ସଂଯୁକ୍ତା ନିଖୋଜ ଥିଲେ । ସଂଯୁକ୍ତାଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଛି ।" ସେହିପରି ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବି କରିଛନ୍ତି ପରିବାରଲୋକେ। ତେବେ ମହିଳାଙ୍କ ମୃତଦେହ ଏକ ଚାଷ ଜମିରୁ ଉଦ୍ଧାର କରାଯାଇଥିବାବେଳେ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା । ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଥିଲା । ବଲାଙ୍ଗୀର ସଦର ଏସଡ଼ିପିଓ ପ୍ରଦୀପ ସାହୁ କହିଛନ୍ତି," ମୃତ ମହିଳାଙ୍କ ଶରୀର ଓ ମୁଣ୍ଡରେ ଗଭୀର ଆଘାତ ଥିବାବେଳେ ବେକରେ ଏକ ଶାଢ଼ୀ ବନ୍ଧା ହେଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.