ETV Bharat / state

ସ୍ତ୍ରୀର ଚରିତ୍ର‌ ସଂହାର କରିବାରୁ ସାଙ୍ଗକୁ ହତ୍ୟା ମାମଲା, ହଂସପାଳ ହତ୍ୟାକାଣ୍ଡ ଦୋଷୀକୁ ଆଜୀବନ ସଜ୍ଜା

author img

By ETV Bharat Odisha Team

Published : Feb 20, 2024, 10:49 PM IST

Updated : Feb 20, 2024, 10:55 PM IST

Court Sentenced Lifetime Imprisonment To Murderer: ହଂସପାଳ ହତ୍ୟାକାଣ୍ଡରେ ଦୋଷୀକୁ ଭୁବନେଶ୍ବର ଏଡିଜେ ୨ କୋର୍ଟ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତର ସ୍ତ୍ରୀର ଚରିତ୍ରକୁ ନେଇ ଆକ୍ଷେପ କରିଥିଲା ମୃତକ । ଅଧିକ ପଢନ୍ତୁ

ହଂସପାଳ ହତ୍ୟାକାଣ୍ଡର ଦୋଷୀକୁ ଆଜୀବନ କାରାଦଣ୍ଡ, ସ୍ତ୍ରୀକୁ ଆକ୍ଷେପ କରିବାକୁ ସାଙ୍ଗକୁ ହତ୍ୟା
ହଂସପାଳ ହତ୍ୟାକାଣ୍ଡର ଦୋଷୀକୁ ଆଜୀବନ କାରାଦଣ୍ଡ, ସ୍ତ୍ରୀକୁ ଆକ୍ଷେପ କରିବାକୁ ସାଙ୍ଗକୁ ହତ୍ୟା

ହଂସପାଳ ହତ୍ୟାକାଣ୍ଡର ଦୋଷୀକୁ ଆଜୀବନ କାରାଦଣ୍ଡ, ସ୍ତ୍ରୀକୁ ଆକ୍ଷେପ କରିବାକୁ ସାଙ୍ଗକୁ ହତ୍ୟା

ଭୁବନେଶ୍ବର: ଆସିଛି ବହୁ ଚର୍ଚ୍ଚିତ ହଂସପାଳ ହତ୍ୟାକାଣ୍ଡର ରାୟ । ଯେଉଁଥିରେ ସାଙ୍ଗ ନେଇ ଥିଲା ଆଉ ଏକ ସାଙ୍ଗର ଜୀବନ । ଭୁବନେଶ୍ବର ଏଡିଜେ ୨ କୋର୍ଟ ଅଭିଯୁକ୍ତକୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁଯାୟୀ ୨୦୧୭ ମସିହାରେ ୨୧ ମେ ଦିନ ସନ୍ଧ୍ୟା ୭ଟା ସମୟରେ ଏହି ହଚ୍ୟାକାଣ୍ଡ ଘଟିଥିଲା । ଘର ମାଲିକ ସୁର୍ଯପ୍ରସାଦ ପଟ୍ଟନାୟକଙ୍କ ଘରେ ରହୁଥିବା ୧୦ରୁ ୧୨ଜଣ କପଡା ବ୍ୟବସାୟୀ ଙ୍କ ମଧ୍ୟରୁ ମହମ୍ମଦ ଜାହାଙ୍ଗୀର ଓରଫ ବଲ୍ଲା ନାମକ ଯୁବକଙ୍କ ହତ୍ୟା ହୋଇଥିଲା । ସେ ରହୁଥିବା ସ୍ଥାନର ବାରଣ୍ଡାରେ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା ମୃତଦେହ । ସେ ପଶ୍ଚିମବଙ୍ଗ ର ଚବିଶ ପ୍ରଗନାରୁ ଆସି ନିଜର କିଛି ସହଯୋଗୀଙ୍କ ସହ ରହି କପଡା ବ୍ୟବସାୟୀ କରୁଥିଲା ।

ପୋଲିସ ତଦନ୍ତରୁ ଜଣା ପଡିଥିଲା ଯେ ପୁର୍ବରୁ ସହଯୋଗୀ ମହମ୍ମଦ ରହମତୁଲାର ସ୍ତ୍ରୀର ଚରିତ୍ରକୁ ଆକ୍ଷେପ କରି କିଛି ଅପଶବ୍ଦ କହିଥିଲା ବଲ୍ଲା । ଯାହାର ରାଗ ରଖି ସେଦିନ ରହମତୁଲା ନିଜର ଏକ ବ୍ଲେଡ ଯୋଗେ ବଲ୍ଲାର ବେକକୁ ଅତି ନିର୍ମମ ଭାବେ କାଟି ହତ୍ୟା କରି ଫେରାର ହୋଇଯାଇଥିଲା । ଏନେଇ ମଞ୍ଚେଶ୍ବର ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରି ଅଭିଯୁକ୍ତ ରହମତୁଲାକୁ ଭୁବନେଶ୍ବର ରେଳ ଷ୍ଟେସନରୁ ଯିବା ବେଳେ ଗିରଫ କରିଥିଲା । ପରେ ତାକୁ ୩୨୦ ଦଫାରେ ହତ୍ୟା ମାମଲାରେ କୋର୍ଟ ଚାଲାଣ କରାଯାଇଥିଲା । ଏଇ ଘଟଣାର ତଦନ୍ତ ପରେ ଚାର୍ଜସିଟ ସହ ସମସ୍ତ ସାକ୍ଷୀ ପ୍ରମାଣ କୋର୍ଟରେ ଦାଖଲ କରିଥିଲା ପୋଲିସ । ଏନେଇ ଏହାର ୫ ବର୍ଷ ପରେ ୮ ଜଣ ସାକ୍ଷୀ ଓ‌ ୨୭ଟି ଦସ୍ତାବିଜ ଆଧାରରେ ହତ୍ୟାକାରୀ ମହମ୍ମଦ ରହମତୁଲା ବିରୋଧରେ ବଳିଷ୍ଠ ଯୁକ୍ତି ବାଢ଼ିଥିଲେ ସରକାରୀ ଓକିଲ ସଲିଳ ପ୍ରଧାନ ।

ଏହା ମଧ୍ୟ ପଢନ୍ତୁ ... ଗୁଣିଗାରେଡ଼ିରୁ ପିଟି ପିଟି ହତ୍ୟା ଘଟଣା; 11 ଗିରଫଙ୍କୁ କୋର୍ଟ ଚାଲାଣ

ଏନେଇ ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଦୋଷୀକୁ ଆଜୀବନ ସଜ୍ଜା ଶୁଣାଇଥିଲେ ଏଡିଜେ ୨ କୋର୍ଟ । ଏଥି ସହ ଅନାଦେୟ ୫୦୦୦୦ଟଙ୍କା ଜରିମାନା ସହ ୧ବର୍ଷ ଅଧିକ ଦଣ୍ଡ ଶୁଣାଇଥିଲେ କୋର୍ଟ । ତେବେ ଠିକ ସମୟରେ କେସର ଚାର୍ଜସିଟ୍ ଓ କେସ କ୍ଲୋଜ ଯୋଗୁଁ ଶୀଘ୍ର ଦଣ୍ଡ ବିଧାନ ହେବାରେ ସଫଳ ହୋଇଛି‌ ପୋଲିସ । କାରଣ ଠିକ କିଛି ଦିନ‌ ପୂର୍ବରୁ ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣାରେ ମଧ୍ୟ ଅଭିଯୁକ୍ତକୁ ଆଜୀବନ ସଜ୍ଜା ଶୁଣାଇଥିଲେ କୋର୍ଟ । ସେହିପରି ପୁର୍ବରୁ ଚନ୍ଦୁ ହତ୍ୟାକାଣ୍ଡ ଭଳି ଅନେକ ହାଇପ୍ରୋଫାଇଲ ଘଟଣାର ଧିରେ ଧିରେ ଫିଟୁଛି ଗୁମର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 20, 2024, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.