ETV Bharat / state

ଓଲଟିଲା ଦଣ୍ଡୁଆଙ୍କ ପିକଅପ ଭ୍ୟାନ, 2 ମାନସିକଧାରୀ ମୃତ 15 ଆହତ - Ganjam Road Accident

author img

By ETV Bharat Odisha Team

Published : Apr 6, 2024, 8:04 AM IST

Updated : Apr 6, 2024, 2:16 PM IST

Ganjam Road Accident: ଗଞ୍ଜାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକଅପ ଭ୍ୟାନ ଓଲଟିବାରୁ 2 ଦଣ୍ଡୁଆଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

ROAD ACCIDENT
ROAD ACCIDENT

ଓଲଟିଲା ଦଣ୍ଡୁଆଙ୍କ ପିକଅପ ଭ୍ୟାନ

ବ୍ରହ୍ମପୁର: ଭାରସାମ୍ୟ ହରାଇ ଓଲଟିଲା ଦଣ୍ଡୁଆଙ୍କ ପିକଅପ ଭ୍ୟାନ । ଦଣ୍ଡନାଚ କରି ଫେରୁଥିବା ବେଳେ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବାରୁ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 16 ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ 59 ନମ୍ବର ଜାତୀୟ ରାଜପଥ ସୋମପୁର ଛକରେ ଏହି ଦୁର୍ଘଟଣା ଘଟିଛି । ଗୁରୁତର 7 ଜଣଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ମୃତକଙ୍କ ପରିଚୟ ମିଳିପାରିନାହିଁ । ଆଜି(ଶନିବାର) ଭୋର୍ ପ୍ରାୟ 3ଟା 30 ମିନିଟ ସମୟରେ ପିକଅପ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ସମୟରେ ଗାଡିରେ 22 ଜଣ ଥିଲେ ।

ଏହା ମଧ୍ୟ ପଢନ୍ତୁ-ଘରକୁ ଫେରିବା ବାଟରେ ଛକିଥିଲା ଯମ, ଟ୍ରକ ଧକ୍କାରେ ଭାଇ-ଭଉଣୀ ମୃତ - Road Accident

ମିଳିଥିବା ସୂଚନା ଅନୁଯାୟୀ, ଦହିମୁଣ୍ଡଣ୍ଡି ଗ୍ରାମର ଦଣ୍ଡୁଆମାନେ ଗତକାଲି (ଶୁକ୍ରବାର) ବ୍ରହ୍ମପୁରରୁ ଦଣ୍ଡନାଚ ଶେଷ କରି କ୍ଷେତ୍ରିୟ ବ୍ରହ୍ମପୁରକୁ ଦୁଇଟି ପିକଅପ ଭ୍ୟାନରେ ବାହାରିଥିଲେ । ଗ୍ରାମକୁ ଫେରିବା ବେଳେ ଅଧା ବାଟରେ ଗୋଟିଏ ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଦଣ୍ଡୁଆଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୬ ଜଣ ଦଣ୍ଡୁଆ ଆହତ ହୋଇଥିଲେ । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ହିଞ୍ଜିଳିକାଟୁ ଥାନା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା । ସମସ୍ତ ଆହତଙ୍କ ମଧ୍ୟରୁ ସାତ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦୁଇ ଦଣ୍ଡୁଆଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳାପାରି ନାହିଁ । ଗାଡି ଡ୍ରାଇଭରକୁ ମିଶାଇ ପିକଅପ ଭ୍ୟାନରେ ମୋଟ 22 ଜଣ ଦଣ୍ଡୁଆ ଯାତ୍ରା କରୁଥିଲେ । ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ମୃତକଙ୍କ ପରିଚୟ ଜାଣିବାକୁ ଚେଷ୍ଟା ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ-ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେଲା ବସ୍, 2 ମୃତ

ଫେବୃଆରୀ 18 ତାରିଖରେ ଗଞ୍ଜାମ ଜିଲ୍ଲାର କୋଟିନଡା ଥାନା ଅନ୍ତର୍ଗତ ଡ଼ିପଲ ସ୍କୁଲ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିଲା । ସ୍କୁଟିକୁ ଯାତ୍ରୀବାହୀ ବସ ଧକ୍କା ଦେବାରୁ 2 ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ମୃତକମାନେ ହେଲେ ବ୍ରହ୍ମପୁର ସହର ଗୋଷାଣୀନୂଆଗାଁ ଅଞ୍ଚଳର କେ.ରାଜେଶ ଓ କୁନାଲ ସାହୁ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Apr 6, 2024, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.