ETV Bharat / state

ଘରକୁ ଫେରିବା ବାଟରେ ଛକିଥିଲା ଯମ, ଟ୍ରକ ଧକ୍କାରେ ଭାଇ-ଭଉଣୀ ମୃତ - Road Accident

author img

By ETV Bharat Odisha Team

Published : Apr 2, 2024, 8:02 AM IST

Updated : Apr 2, 2024, 8:14 AM IST

Road Accident: ଭାଇ-ଭଉଣୀ ଘରକୁ ଫେରୁଥିବା ବେଳେ ବାଟରେ ଛକି ବସିଥିଲା ଯମ । ଟ୍ରକ ଧକ୍କାରେ ଚାଲିଗଲା ଉଭୟଙ୍କ ଜୀବନ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଚୁଡ଼ା ଗେଡି ମୁଣ୍ଡିଆ ନିକଟରେ ଘଟିଛି ଏହି ଦୁର୍ଘଟଣା । ଅଧିକ ପଢନ୍ତୁ

Road Accident
Road Accident

ଖୋର୍ଦ୍ଧା: ଅଧା ରହିଗଲା ଘର ବାହୁଡା । ଘରକୁ ଫେରିବା ବାଟରେ ଭାଇ-ଭଉଣୀଙ୍କ ଉପରେ ମାଡିଗଲା ଟ୍ରକ । ଘଟଣାସ୍ଥଳରେ ଚାଲିଗଲା ଦୁହିଁଙ୍କ ଜୀବନ । ଗତକାଲି (ସୋମବାର) ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଚୁଡ଼ା ଗେଡି ମୁଣ୍ଡିଆ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ଦୁହେଁ ସମ୍ପର୍କରେ ଭାଇ-ଉଭଣୀ ହୋଇଥିବା ବେଳେ ସେମାନଙ୍କ ଘର ନୟାଗଡ ଜିଲ୍ଲାରେ । ଦୁହେଁ ଏକ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ବାଟରେ ଗୋଟିଏ ଟ୍ରକ ଧକ୍କା ଦେଇଥିଲା । ଏହି ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

ସୂଚନା ଅନୁଯାୟୀ, ଗତକାଲି (ସୋମବାର) ଏହି ଭାଇ-ଭଉଣୀ ଏକ ପଲ୍ସର ବାଇକ ଯୋଗେ ନିଜ ଗ୍ରାମ ଅଭିମୁଖେ ଫେରୁଥିଲେ । ସେହି ସମୟରେ ଚୁଡ଼ା ନିକଟ ଗେଡି ମୁଣ୍ଡିଆ ନିକଟରେ ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଉଭୟ ଭାଇ ଭଉଣୀ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବୋଲଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବୋଲଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ତେବେ ମୃତକଙ୍କ ପକେଟରୁ ମିଳିଥିବା ପରିଚୟ ପତ୍ରରୁ ଉଭୟ ଭାଇ ଭଉଣୀ ବୋଲି ଜଣାପଡିଛି । ସେପଟେ ଦୁର୍ଘଟଣା କେମିତି ଘଟିଲା ଏବଂ ଦୁର୍ଘଟଣା ଘଟାଇଥିବା ଗାଡ଼ି ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ-ପ୍ଲାଣ୍ଟକୁ ଯାଉଥିଲେ ଯୁବକ, ବାଟରେ ଛକିଥିଲା ଯମ !

ଏହା ମଧ୍ୟ ପଢନ୍ତୁ-ବଲାଙ୍ଗୀରରେ ଅଜଣା ଗାଡି ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ

ରାସ୍ତାରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହା ସତ୍ତ୍ବେ ଦୁର୍ଘଟଣା ହାର କମିବାର ନାଁ ନେଉନି । ବେପରୁଆ ଗାଡ଼ି ଚାଳନା ପାଇଁ ରାସ୍ତା ଉପରେ ମୁଣ୍ଡ ଗଡୁଛି । ସେହିଭଳି ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥରେ ମଧ୍ୟ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଜାତୀୟ ରାଜପଥରେ ବ୍ଲାକ ସ୍ପଟ ଚିହ୍ନଟ କରାଯାଇଛି । କିନ୍ତୁ ଦ୍ରୁତଗତିରେ ଭାରିଯାନ ଚଳପ୍ରଚଳ କରୁଥିବାରୁ ଦୁର୍ଘଟଣା ଘଟୁଛି ଆଉ ଏଥିରେ ଅନେକଙ୍କ ଜୀବନ ଯାଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Apr 2, 2024, 8:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.