ETV Bharat / state

ବ୍ରିଜରୁ ତଳକୁ ଖସିଲା ବରଯାତ୍ରୀ ଗାଡି: 2 ମୃତ, 25ରୁ ଅଧିକ ଆହତ

author img

By ETV Bharat Odisha Team

Published : Mar 17, 2024, 3:51 PM IST

Updated : Mar 17, 2024, 4:40 PM IST

Koraput Road accident: କୋରାପୁଟ ଖଟଲାପଦର୍ ବ୍ରିଜରେ ଓଲଟିଲା ବରଯାତ୍ରୀ ଗାଡି । 2 ମୃତ, 25ରୁ ଊର୍ଦ୍ଧ୍ୱ ଆହତ । 5 ଜଣଙ୍କ ଅବସ୍ଥା ସଙ୍କଟପନ୍ନ ଥିବା ଜଣାପଡିଛି । ଅଧିକ ପଢନ୍ତୁ ।

Koraput Road accident
Koraput Road accident

ବ୍ରିଜରୁ ତଳକୁ ଖସିଲା ବରଯାତ୍ରୀ ଗାଡି

କୋରାପୁଟ: ଦୁଃଖରେ ବଦଳିଲା ବିବାହ ଖୁସି । ଆଜି କୋରାପୁଟ ଖଟଲାପଦର୍ ବ୍ରିଜରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିବା ବେଳେ ବ୍ରିଜ ତଳକୁ ଖସିଲା ବରଯାତ୍ରୀ ଗାଡି । ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 25ରୁ ଊର୍ଦ୍ଧ୍ୱ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଦୁର୍ଘଟଣା ବେଳେ ଗାଡିରେ 30 ଜଣ ଥିବା ସୂଚନା ରହିଛି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଆହତମାନଙ୍କୁ ସ୍ଥାନୀୟ କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଡ୍ରାଇଭର ଜଣକ ଫେରାର ଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ.. ବାଟବଣା କଲା ଘନକୁହୁଡି: ଟ୍ରକକୁ ଧକ୍କା ଦେଲା ବରଯାତ୍ରୀ ବସ 10 ଆହତ

କୋରାପୁଟ ଜିଲ୍ଲା ଜୟପୁର ଓ କୁନ୍ଦୁରା ମଧ୍ୟରେ ଥିବା ଖଟଲାପଦର୍ ବ୍ରିଜରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ । ବୈପାରୀଗୁଡାରୁ ମାଝିଗୁଡା ଯାଉଥିବା ବେଳେ ଭାରସାମ୍ୟ ହରାଇ ବରଯାତ୍ରୀ ଗାଡି ବ୍ରିଜରୁ ତଳକୁ ଖସିପଡିଥିବା ଜଣାପଡିଛି । ଦୁର୍ଘଟଣା ବେଳେ ଗାଡିରେ 30ରୁ ଊର୍ଦ୍ଧ୍ୱ ଜଣ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 25ରୁ ଊର୍ଦ୍ଧ୍ୱ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଏହାମଧ୍ୟ ପଢନ୍ତୁ.. ବରଯାତ୍ରୀ ଶୋଭାଯାତ୍ରା ବେଳେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ଅନ୍ୟପଟେ ଦୁର୍ଘଟଣା ନେଇ ସ୍ଥାନୀୟଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ପୋଲିସ ଓ ଅଗ୍ନିଶମବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଉଦ୍ଧାର କାର୍ଯ୍ୟରେ 2ଟି ଅଗ୍ନିଶମ ବିଭାଗ ଗାଡି ଓ ପୋଲିସ ନିୟୋଜିତ ହୋଇଛନ୍ତି । ସମସ୍ତ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । କେଉଁ କାରଣରୁ ବ୍ରିଜ ତଳକୁ ବରଯାତ୍ରୀ ଗାଡି ଖସିପଡିଲା ତାହା ଜଣାପଡିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଡ୍ରାଇଭର ଜଣକ ଫେରାର ହୋଇଯାଇଥିବା ସୂଚନା ରହିଛି । ତେବେ ଏଭଳି ଦୁର୍ଘଟଣା ବିବାହ ଭଳି ଖୁସିର ମୂହୁର୍ତ୍ତକୁ ନିମିଶକ ମଧ୍ୟରେ ଦୁଃଖରେ ପରିଣତ କରିଦେଇଛି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, କୋରାପୁଟ

Last Updated :Mar 17, 2024, 4:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.