ETV Bharat / state

ବାଟବଣା କଲା ଘନକୁହୁଡି: ଟ୍ରକକୁ ଧକ୍କା ଦେଲା ବରଯାତ୍ରୀ ବସ 10 ଆହତ

author img

By ETV Bharat Odisha Team

Published : Feb 3, 2024, 12:13 PM IST

road accident Rairangpur
road accident Rairangpur

Mayurbhanj Accident: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଟାଟୋ ଗ୍ରାମରେ ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ । ଦୁର୍ଘଟଣାରେ ୧୦ରୁ ଅଧିକ ବରଯାତ୍ରୀ ଆହତ । ଅଧିକ ପଢନ୍ତୁ

road accident Rairangpur

ରାଇରଙ୍ଗପୁର: ରାସ୍ତାକଡରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ । ଦୁର୍ଘଟଣାରେ ୧୦ରୁ ଅଧିକ ବରଯାତ୍ରୀ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଟାଟୋ ଗ୍ରାମ ନିକଟସ୍ଥ ୨୨୦ ନଂ ଜାତୀୟ ରାଜପଥରେ ।

ସୂଚନା ଅନୁଯାୟୀ, ଏକ ବାହାଘରରେ ଯୋଗ ଦେବା ପାଇଁ ଝାଡ଼ଖଣ୍ଡ ରାଜ୍ୟର ଜାମସେଦପୁର ଅଞ୍ଚଳକୁ ଯାଇଥିଲା ଏକ ବରଯାତ୍ରୀ ବସ । ବସରେ ୪୧ ଜଣ ବରଯାତ୍ରୀ ରହିଥିବା ବେଳେ ଝାଡ଼ଖଣ୍ଡ ଜାମସେଦପୁରରେ ବାହାଘର ସାରି କରଞ୍ଜିଆ ବାଟ ଦେଇ ନିଜ ଅଞ୍ଚଳ ଯାଜପୁରକୁ ଫେରୁଥିଲେ । କରଞ୍ଜିଆ ଥାନା ଅନ୍ତର୍ଗତ ଟାଟୋ ଗ୍ରାମ ନିକଟସ୍ଥ ୨୨୦ ନଂ ଜାତୀୟ ରାଜପଥ କଡ଼ରେ ପୂର୍ବରୁ ଏକ ଟ୍ରକ ଛିଡ଼ା ହୋଇଥିଲା । ଆଜି ଭୋର ପ୍ରାୟ ୪.୦୦ ଘଟିକା ସମୟରେ ପ୍ରବଳ କୁହୁଡି ପଡ଼ିଥିବା ଯୋଗୁଁ ରାସ୍ତା ଦେଖା ନ ଯିବା କାରଣରୁ ନିଜ ଗନ୍ତବ୍ୟ ସ୍ଥଳକୁ ଫେରୁଥିବା ବସଟି ଆସି ଟ୍ରକ ପଛରେ ପିଟି ହୋଇ ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- କୁହୁଡି କାଳ, ବସ-କାର-ବାଇକ ଧକ୍କାରେ ଚାଲିଗଲା 6 ଜୀବନ

ଏହା ମଧ୍ୟ ପଢନ୍ତୁ - ପରିକ୍ରମା ପ୍ରକଳ୍ପ ଦେଖିବାକୁ ଯାଉଥିଲେ ବସକୁ ପିଟିଲା ହାଇୱା, 18 ଆହତ

ଫଳରେ ବସରେ ଥିବା ୪୧ ଜଣ ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଓ ୧୦ ଜଣ ଆହତ ହୋଇଥିଲେ । ତେବେ ବସଟି ଅତି ଦୃତ ଗତିରେ ନ ଥିବାରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା । ସେପଟେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ସମସ୍ତ ଗୁରୁତର ଓ ଆହତମାନଙ୍କୁ କରଞ୍ଜିଆ ମେଡିକାଲକୁ ପଠାଇଥିଲେ । ସେଠାରେ ସମସ୍ତଙ୍କର ପ୍ରାଥମିକ ଚିକିତ୍ସା ପରେ ଆହତ ଥିବା ୧୦ ଜଣଙ୍କୁ ଛାଡି ଦିଆଯାଇଥିଲା ବେଳେ ଦୁଇ ଜଣ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ତେବେ କରଞ୍ଜିଆ ଥାନା ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଉଭୟ ଗାଡ଼ି କୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.