ETV Bharat / state

ADR ରିପୋର୍ଟ ଖୋଲିଲା ଗୁମର; ପ୍ରଥମ ପର୍ଯ୍ୟାୟରେ ୩୭ରୁ ୧୭ ସାଂସଦ ପ୍ରାର୍ଥୀ କୋଟିପତି, ଜଣେ ମାଡି ନାହାନ୍ତି ସ୍କୁଲ - ADR REPORT

author img

By ETV Bharat Odisha Team

Published : May 4, 2024, 7:00 PM IST

ADR REPORT: ଓଡ଼ିଶାରେ ନିର୍ବାଚନ ଲଢୁଛନ୍ତି 17ଜଣ କୋଟିପତି ପ୍ରାର୍ଥୀ । ଏଡିଆର ରିପୋର୍ଟରେ ଖୁଲାସା । ଅଧିକ ପଢନ୍ତୁ

ADR REPORT
ADR REPORT (Etv Bharat Odisha)

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୧୭ ଜଣ ପ୍ରାର୍ଥୀ କୋଟିପତି ହୋଇଥିବାବେଳେ ୭ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଠକେଇ, ଲାଞ୍ଚ ନେବା ମାମଲା ରହିଛି । ଜଣେ ପ୍ରାର୍ଥୀ ସ୍କୁଲ ମାଡ଼ି ନଥିବା ବେଳେ ୩ ଜଣ ମ୍ୟାଟ୍ରିକ ପାସ କରିନାହାନ୍ତି । ଏନେଇ ଆଜି ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।

ଏହା ବି ପଢନ୍ତୁ- ADR ରିପୋର୍ଟରୁ ଆସିଲା ସାଙ୍ଘାତିକ ତଥ୍ୟ, ଓଡ଼ିଶାରେ 64 ବିଧାୟକଙ୍କ ନାଁରେ ଅପରାଧିକ ମାମଲା

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସରିଛି । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୩ ତାରିଖରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହେବ । ଏଥିରେ ମୋଟ ୩୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚ ପକ୍ଷରୁ ରିପୋର୍ଟ ଅନୁସାରେ ୩୭ ଜଣଙ୍କ ମଧ୍ୟରୁ ୧୭ ଜଣ ଲୋକସଭା ପ୍ରାର୍ଥୀ କୋଟିପତି । ମୋଟ ୪୧ କୋଟି ୮୯ ଲକ୍ଷ ଟଙ୍କାର ସମ୍ପତ୍ତି ସହ ବିଜେପିର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ମାଳବିକା ଦେବୀ ସବୁଠୁ ଧନୀ । ୨୦ ହଜାର ୬୨୫ ଟଙ୍କାର ସମ୍ପତ୍ତି ସହ କୋରାପୁଟର SUCI ପ୍ରାର୍ଥୀ ପ୍ରମିଳା ପୂଜାରୀ ସବୁଠୁ ଗରିବ ଲୋକସଭା ପ୍ରାର୍ଥୀ ହୋଇଛନ୍ତି ।

ଏହା ବି ପଢନ୍ତୁ- ଏଡିଆର ରିପୋର୍ଟ; ଚର୍ଚ୍ଚାରେ ଦୀପାଳି, ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ୬୪ କୋଟି

୩୭ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡି, ବିଜେପି ଓ କଂଗ୍ରେସରୁ ୪ ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାଁରେ ବିଭିନ୍ନ ଅପରାଧୀକ ମାମଲା ରହିଛି । ୬ ଜଣ ପ୍ରାର୍ଥୀଙ୍କ ନାଁରେ ଅପରାଧୀକ ଷଡ଼ଯନ୍ତ୍ର, ହତ୍ୟା, ହତ୍ୟା ଉଦ୍ୟମ, ଠକାମୀ, ମହିଳା ବିରୋଧୀ ଅପରାଧ, ଲାଞ୍ଚ ନେବା ଭଳି ଗୁରୁତର ଅପରାଧ ମାମଲା ରହିଛି । ବାକି ୨୫ ଜଣ ପ୍ରାର୍ଥୀଙ୍କ ନାଁରେ କୌଣସି ଅପରାଧୀକ ମାମଲା ନାହିଁ । ସେହିପରି ୩ ଜଣ ପ୍ରାର୍ଥୀ ଦଶମ ପାସ କରି ନାହାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସ୍କୁଲ ମାଡ଼ି ନାହାନ୍ତି । ୭ ଜଣ ଦଶମ ପାସ, ୫ ଜଣ ଦ୍ଵାଦଶ, ୧୦ ଜଣ ସ୍ନାତକ, ୨ ଜଣ ଡକ୍ଟରେଟ ଉପାଧି ପାଇଛନ୍ତି । ପ୍ରଥମ ପର୍ଯ୍ୟାୟର ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୧୯% ବା ୭ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ୨୫ରୁ ୫୦ ବର୍ଷ ବୟସ ବର୍ଗରେ ୨୪ ଜଣ ପ୍ରାର୍ଥୀ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.