ETV Bharat / state

ଝିଅ ଉପରେ ବାପାର ଖରାପ ନଜର, ଦୁର୍ବ୍ୟବହାର ପରେ ଜୀବନ ହାରିଲେ ନାବାଳିକା

author img

By ETV Bharat Odisha Team

Published : Feb 18, 2024, 8:46 PM IST

Updated : Feb 18, 2024, 9:24 PM IST

ବାପ-ଝିଅ ସମ୍ପର୍କରେ ଲାଗିଲା ଦାଗ , ଦୁର୍ବ୍ୟବହାର ସହ ମାନସିକ ନିର୍ଯାତନା ପାଇଁ ଜୀବନ ହାରିଲେ ନାବାଳିକା
ବାପ-ଝିଅ ସମ୍ପର୍କରେ ଲାଗିଲା ଦାଗ , ଦୁର୍ବ୍ୟବହାର ସହ ମାନସିକ ନିର୍ଯାତନା ପାଇଁ ଜୀବନ ହାରିଲେ ନାବାଳିକା

Father Misbehaves Daughter: ଲଗାତାର ଦୁର୍ବ୍ୟବହାର ଯୋଗୁଁ ନିଜ ବାପା ପାଇଁ ଜୀବନ ହାରିଲେ ନାବାଳିକା । ପୁରୀ କୋଣାର୍କ ଥାନା ମାଟିଆପଡା ଗାଁରେ ସାମ୍ନାକୁ ଆସିଛି ଏଭଳି ନିନ୍ଦନୀୟ ଘଟଣା । ଅଧିକ ପଢନ୍ତୁ

ଝିଅ ଉପରେ ବାପାର ଖରାପ ନଜର, ଦୁର୍ବ୍ୟବହାର ପରେ ଜୀବନ ହାରିଲେ ନାବାଳିକା

ନିମାପଡା: ସଂସାରରେ ପିତା ଓ ସନ୍ତାନର ସମ୍ପର୍କ ବହୁତ ନିବିଡ ହୋଇଥାଏ । ଖାସ୍ କରି ବାପା ଓ ଝିଅର । କିନ୍ତୁ ନିଜ ବାପା ପାଇଁ ଅଲିଅଳି ଝିଅଟିଏ ଜୀବନ ହାରିବା ଭଳି ଚରମ ପଦକ୍ଷେପ ନେଇଛି । ଜନ୍ମଦାତା ପିତାର ନିଜ ଝିଅ ପ୍ରତି ଅସଦାଚରଣ ଯୋଗୁଁ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବାପା-ଝିଅର ପବିତ୍ର ସମ୍ପର୍କକୁ କଳଙ୍କିତ କଲାଭଳି ଏହି ଅମାନବୀୟ ଘଟଣା ଘଟିଛି ପୁରୀ ଜିଲ୍ଲାର କୋଣାର୍କ ଅଞ୍ଚଳରେ । ସେପଟେ ଏହି ଘଟଣାରେ ବାପା ଫେରାର ଥିବା ବେଳେ ମୃତ ନାବାଳିକାଙ୍କ ମାଆ ନ୍ୟାୟ ପାଇଁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ, ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟିଉସନ ସାର୍ ଗିରଫ

ସୂଚନା ଅନୁଯାୟୀ କୋଣାର୍କ ଥାନା ଅର୍ନ୍ତଗତ ଶିମିଳି ପଞ୍ଚାୟତ ମାଟିଆପଡା ଗାଁରେ ଉକ୍ତ ମୃତ ନାବାଳିକା ଜଣକ ନିଜ ପରିବାର ସହିତ ରହୁଥିଲେ । ସେ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ନାବାଳିକାଙ୍କ ବାପା ମଳୟ ରଞ୍ଜନ ମହାନ୍ତି ନିୟମିତ ଭାବେ ମଦ ପିଇ କରି ଘରକୁ ଆସୁଥିଲେ । ଘରେ ପାଟିତୁଣ୍ଡ କରିବା ତାଙ୍କ ଅଭ୍ୟାସ ପାଲଟିଥିଲା । ନିଶାସକ୍ତ ଅବସ୍ଥାରେ ନିଜର ହିତାହିତ ଜ୍ଞାନକୁ ଭୁଲି ବଡ ଝିଅ ପ୍ରତି ଖରାପ ନଜର ରଖି ଆଶାଳୀନ ବ୍ୟବହାର କରି ଆସୁଥିଲେ । ନାବାଳିକାଙ୍କ ମାଆ ଘରେ ନ ଥିବା ବେଳେ ବାପା ମଦ ପିଇ ଝିଅ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହିତ ମରିବା ପାଇଁ ବାରମ୍ବାର କହୁଥିଲେ । ନାବାଳିକା ଜଣକ ଆଜି ନିଜ ଶୋଇବା ଘରେ ଆତ୍ମହତ୍ୟା କରିଥିବା ଖବର ପାଇ ଅଭିଯୁକ୍ତ ବାପା ମଳୟ ରଞ୍ଜନ ମହାନ୍ତି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି ।

ଏହା ମଧ୍ୟ ପଢନ୍ତୁ ... ଝିଅକୁ ଦୁଷ୍କର୍ମ କରୁଥିଲା ବାପା, ଥାନାରେ ସ୍ୱାମୀର କୁକର୍ମ କହିଲେ ମାଆ

ଆତ୍ମହତ୍ୟା ଘଟଣା ଜାଣିବା ପରେ ଝିଅକୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ଗୋପ ଡାକ୍ତରଖାନାକୁ ଆଣିଥିଲେ ସମ୍ପର୍କୀୟ । ମାତ୍ର ଡାକ୍ତର ନାବାଳିକାକୁ ମୃତ୍ୟୁ ଘୋଷଣା କରିବା ସହ ଗୋପ ଥାନାକୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ନାବାଳିକା ଝିଅର ମୃତ୍ୟୁକୁ ନେଇ ମାଆ ବିନିତା ମହାନ୍ତି ସିଧାସଳଖ ବାପା ମଳୟ ରଞ୍ଜନ ମହାନ୍ତିଙ୍କୁ ଦାୟୀ କରିଛନ୍ତି । ଅନ୍ୟପଟେ ନାବାଳିକା ଝିଅର ସମ୍ପର୍କୀୟ ମଧ୍ୟ ଝିଅର ବାପା ବିରୋଧରେ ସମାନ ଅଭିଯୋଗ ଆଣି ନ୍ୟାୟ ଭିକ୍ଷା କରିଛନ୍ତି । ଏ ନେଇ ପୋଲିସ ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ନିମାପଡା

Last Updated :Feb 18, 2024, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.