ETV Bharat / bharat

ଝିଅକୁ ଦୁଷ୍କର୍ମ କରୁଥିଲା ବାପା, ଥାନାରେ ସ୍ୱାମୀର କୁକର୍ମ କହିଲେ ମାଆ

author img

By ETV Bharat Odisha Team

Published : Jan 31, 2024, 10:20 AM IST

UP Minor Rape Case
ୟୁପିରେ ନାବାଳିକାକୁ ଦୁଷ୍କର୍ମ

UP Minor Rape Case: ମାସ ମାସ ଧରି ନିଜ ଜନ୍ମକଲା ଝିଅକୁ ଦୁଷ୍କର୍ମ କରୁଥିଲା ସୈତାନ ବାପା । ଥାନାରେ ପହଞ୍ଚି ସ୍ୱାମୀ ନାଁରେ ଏତଲା ଦେଲେ ମାଆ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ସାହେବ ! ମୋ ଝିଅକୁ ବଞ୍ଚାନ୍ତୁ । ମୋ ସୈତାନ ସ୍ବାମୀ ସବୁଦିନ ତାକୁ ଦୁଷ୍କର୍ମ କରୁଛି । ନିଜ କାମନାର ଲାଳସାରେ ତା'ର କୋମଳ ଶରୀରକୁ ଖିନଭିନ୍ କରିଦେଉଛି । ମାସ ମାସ ହେଲାଣି ତା' ସହିତ କୁକର୍ମ କରିଆସୁଛି । ସ୍ବାମୀ କବଳରୁ ମୋ ଝିଅକୁ ବଞ୍ଚାଇ ଦିଅନ୍ତୁ ସାହେବ ! ସମସ୍ତଙ୍କ ହୃଦୟକୁ ବିଚଳିତ କଲାଭଳି ଏହି କଥା ଜଣେ ମାଆର, ଯିଏକି ଥାନାରେ ପହଞ୍ଚି ପୋଲିସ ଆଗରେ ନିଜ ସ୍ବାମୀର ପାଶବିକତାର ଲୋମଟାଙ୍କୁରା କାହାଣୀ ବଖାଣିଛି ଆଉ ନିଜ ଝିଅକୁ ରକ୍ଷା କରିବାକୁ ଆକୁଳ ନିବେଦନ କରିଛି ।

ବାପା-ଝିଅର ପବିତ୍ର ସମ୍ପର୍କକୁ କଳଙ୍କିତ କଲାଭଳି ଏହି ଅମାନବୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶ କାନପୁରରେ । କାନପୁର ହନୁମନ୍ତ ବିହାରରେ ଜଣେ ବାପା ନିଜ ନାବାଳିକା ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରିଆସୁଥିବା ପୀଡିତା ଝିଅର ମାଆ ଥାନାରେ ଅଭିଯୋଗ କରିଛନ୍ତି । ମହିଳା ଥାନାରେ ପହଞ୍ଚି ନିଜ ସ୍ବାମୀ ବିରୋଧରେ ଝିଅକୁ ଦୁଷ୍କର୍ମ କରିବାର ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କର ସ୍ବାମୀ ନିଜ ଜନ୍ମକଲା ୧୪ ବର୍ଷୀୟା ଝିଅ ସହ ଦୁଷ୍କର୍ମ କରୁଛି । ଅନେକ ମାସ ଧରି ସେ ଏହି ପାଶବିକତା ଘଟାଉଛି । ସେ ଏହାକୁ ଅଟକାଇବାକୁ ଚେଷ୍ଟା କରୁଥିଲେ ହେଁ ସ୍ବାମୀ କିଛି ଶୁଣିନାହିଁ । ତେଣୁ ବାଧ୍ୟ ହୋଇ ଝିଅକୁ ବଞ୍ଚାଇବାକୁ ସେ ଥାନାରେ ଏତଲା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଧୋକ୍କା ଦେଲା ଇନଷ୍ଟାଗ୍ରାମ ବନ୍ଧୁ; ମଦ ପିଆଇ ଯୁବତୀଙ୍କୁ ଦୁଷ୍କର୍ମ, ସୋସିଆଲ ମିଡିଆରେ ବଖାଣିଲେ ପୀଡିତା

ଏହା ମଧ୍ୟ ପଢନ୍ତୁ: ଆଇଆଇଟି ଇନ୍ଦୋରରେ କଳଙ୍କ, ପିଏଚଡି ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ସହପାଠୀ


ନିଜ ଝିଅକୁ ବଞ୍ଚାଇବାକୁ ପୋଲିସ ଆଗରେ ଗୁହାରି କରିଛନ୍ତି ମହିଳା । ତାଙ୍କର ଏତଲା କ୍ରମେ ପୋଲିସ ଅଭିଯୁକ୍ତ ବାପାକୁ ରାତିଅଧିଆ ଗିରଫ କରିଛି । ଏନେଇ ତା' ବିରୋଧରେ ପୋକ୍ସୋ ଆକ୍ଟ ସମେତ ଅନେକ ସଙ୍ଗୀନ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୀଡିତା ନାବାଳିକା ଶରୀରରେ ବହୁ କ୍ଷତ ଏବଂ କାମୁଡା ଚିହ୍ନ ଥିବା ଦେଖିବାକୁ ମିଳିଛି । ଏହି ମାମଲାରେ ଏସିପି ନୌବସ୍ତା ଆଶୁତୋଷ କୁମାର କହିଛନ୍ତି ଯେ, ପୀଡିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ନାବାଳିକାଙ୍କ ଡାକ୍ତରୀ ମାଇନା କରାଯିବା ସହ ଅଭିଯୁକ୍ତ ବାପାକୁ ଗିରଫ କରାଯାଇଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.