ETV Bharat / bharat

ଆଇଆଇଟି ଇନ୍ଦୋରରେ କଳଙ୍କ, ପିଏଚଡି ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ସହପାଠୀ

author img

By ETV Bharat Odisha Team

Published : Jan 21, 2024, 11:06 PM IST

Rape case in IIT-Indore : ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଆଇଆଇଟି ଇନ୍ଦୋରରେ ଘଟିଛି ଲଜ୍ଜାଜନକ ଘଟଣା । ପିଏଚଡି କରୁଥିବା ଛାତ୍ରୀଙ୍କୁ ଦୁଷ୍କର୍ମ କରିଛି ସହପାଠୀ । ଦୁଷ୍କର୍ମ ଅଭିଯୁକ୍ତ ସହପାଠୀଙ୍କୁ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ

ଆଇଆଇଟି ଇନ୍ଦୋରରେ କଳଙ୍କ, ପିଏଚଡି ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ସହପାଠୀ
ଆଇଆଇଟି ଇନ୍ଦୋରରେ କଳଙ୍କ, ପିଏଚଡି ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ସହପାଠୀ

ଇନ୍ଦୋର : ଦେଶର ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନ ଆଇଆଇଟି ଇନ୍ଦୋରରେ ଘଟିଛି ଲଜ୍ଜାଜନକ ଘଟଣା । ପିଏଚଡି କରୁଥିବା ଛାତ୍ରୀଙ୍କୁ ଦୁଷ୍କର୍ମ କରିଛି ସହପାଠୀ । ଗତ ଶୁକ୍ରବାର ଦିନ ଆଇଆଇଟି ଇନ୍ଦୋରରେ ପିଏଚଡି କରୁଥିବା ୨୮ ବର୍ଷୀୟ ଛାତ୍ରୀ ନିଜ ସହପାଠୀ ବିରୋଧରେ ସିମରୋଲ ଥାନାରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ପୋଲିସ ଏନେଇ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଭରତକୁ ତାଙ୍କ ଘରୁ ଗିରଫ କରିଛି । ଅଭିଯୁକ୍ତ ବିରୋଧରେ ଭାରତୀୟ ପିନାଲ କୋଡର ସେକ୍ସନ ୩୭୬ ଓ ୩୭୬ (୨)ର ଦଫା ଲାଗିଛି ।

ଘଟଣାକୁ ନେଇ ଜିଲ୍ଲା ଏସ୍‌ପି ଉମାକାନ୍ତ ଚୌଧୁରୀ କହିଛନ୍ତି ଯେ ପୀଡିତାଙ୍କ ଅଭିଯୋଗ ଅନୁସାରେ ଛାତ୍ରୀ ଜଣକ ଅଭିଯୁକ୍ତ ଭରତଙ୍କ ସହ ୮ ମାସ ପୂର୍ବରୁ ଆଇଆଇଟି ଇନ୍ଦୋରରେ ଭେଟିଥିଲେ । ପରସ୍ପର ଚିହ୍ନା ପରିଚୟ ହେବା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ଉଭୟ ଏକାଠି ଲାଇବ୍ରେରୀରେ ମଧ୍ୟ ପାଠ ପଢିବାକୁ ଯାଉଥିଲେ । ପରବର୍ତ୍ତୀ ସମୟରେ ଲ୍ୟାବରେ ଏକୁଟିଆ ଥିବାର ସୁଯୋଗ ନେଇ ଭରତ ପ୍ରଥମେ ଛାତ୍ରୀ ଜଣଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ଖରାପ ଆଚରଣ କରିଥିଲେ ଏବଂ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ସ୍କୁଲରେ ନାବାଳକ ସହ ଅପ୍ରାକୃତିକ ଦୁଷ୍କର୍ମ; ଦୋଷୀକୁ ୨୦ ବର୍ଷ ଜେଲ୍

ସିମରୋଲ ପୋଲିସ ଥାନାର ଥାନାଧିକାରୀ ମନସାରାମ ୱାଗେନ କହିଛନ୍ତି ଯେ, ଅଭିଯୁକ୍ତ ଜଣକଙ୍କ ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜ କଥାରୁ ଓହରି ଯାଇଥିଲେ ଏବଂ ବିବାହ କରିବାକୁ ମନା କରି ଦେଇଥିଲେ । ଅଭିଯୁକ୍ତ ଜଣକ ଏବେ ହାଜତରେ ଥିବା ସହ ଏ ସମ୍ପର୍କରେ ପୋଲିସର ତଦନ୍ତ ଆଗକୁ ଜାରି ରହିଛି ।

ଦେଶରେ ପ୍ରତିଷ୍ଠିତ ବଡ ବଡ ଶିକ୍ଷାନୁଷ୍ଠାନରେ ମହିଳା ମାନଙ୍କ ପ୍ରତି ଅସଦାଚରଣ ତଥା ଯୌନ ଅପରାଧ ଭଳି ଘଟଣା କୌଣସି ନୂଆ ନୁହେଁ । ପୂର୍ବରୁ ଗତ ବର୍ଷ ୨ ନଭେମ୍ବର ରେ ଆଇଆଇଟି ବିଏଚୟୁରେ ପଢୁଥିବା ଛାତ୍ରୀଙ୍କୁ ହଷ୍ଟେଲ ବାହାରେ ୩ ଜଣ ଦୁର୍ବୃତ୍ତ ଅସଦାଚରଣ କରିଥିଲେ । ଯାହାକୁ ନେଇ ଆଇଆଇଟି ପରିସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଗତ ଜାନୁଆରୀ ୧ ତାରିଖରେ ଉତ୍ତର ପ୍ରଦେଶ ପୋଲିସ ଅପରାଧୀ ମାନଙ୍କୁ ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.