ETV Bharat / state

ଏସସିବିରୁ ଡିସଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ

author img

By ETV Bharat Odisha Team

Published : Mar 18, 2024, 9:58 PM IST

ଏସିବିରୁ ଡିସଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ
ଏସିବିରୁ ଡିସଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ

Kamala Pujari Discharged from SCB Medical: ସୁସ୍ଥ ଅନୁଭବ କଲେ ପଦ୍ମଶ୍ରୀ କମଳା ପୂଜାରୀ । ଆଜି ସେ କଟକ ଏସସିବି ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ

ଏସିବିରୁ ଡିସଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କଟକ: ସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ଏସସିବି ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଏସସିବିର ନ୍ୟୁ-ମେଡିସିନ ବିଭାଗର ଆଇସିୟୁରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ଡାକ୍ତରୀ ଟିମ୍ ତାଙ୍କୁ ଘରକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ପୂର୍ବରୁ କମଳା ପୂଜାରୀ କଟକ ମେଡିକାଲରୁ ଘରକୁ ଫେରିଥିବା ବେଳେ ଗତ ସୋମବାର ଦିନ ପୁନର୍ବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜୟପୁରରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଏସସିବିରେ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଦ୍ବାରା ତାଙ୍କର ଚିକିତ୍ସା କରାଯାଇଥିବା ବେଳେ ସେ ବର୍ତ୍ତମାନ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଘରକୁ ପଠାଯାଇଛି । ଘରକୁ ଯିବାପରେ ଜୟପୁରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିବେ ବୋଲି ଜଣାପଡ଼ିଛି । ଯଦି ଆବଶ୍ୟକ ପଡେ, ତେବେ କଟକ ଅଣାଯିବ ବୋଲି ହିଛନ୍ତି ବରିଷ୍ଠ ଚିକିତ୍ସକ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା । ବୃକକଜନିତ ସମସ୍ୟା, ରକ୍ତ ହୀନତା, ପରିସ୍ରା, ବୃକକ ସଂକ୍ରମଣ ଯୋଗୁଁ ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ଗତ 12 ତାରିଖ ସକାଳେ ଏସସିବିରେ ଭର୍ତ୍ତି କରାଯାଇଥିଲା । ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିଲା ।

ଏହା ମଧ୍ୟ ପଢନ୍ତୁ ......ସୁଧୁରୁଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା, ଖୁବଶୀଘ୍ର ହେବେ ଡିସଚାର୍ଜ !

ସେହିଭଳି କଟକରୁ ଘରକୁ ଯିବାବେଳେ ବେଶ୍ ଖୁସି ଅନୁଭବ କରିଥିଲେ ପଦ୍ମଶ୍ରୀ କମଳା ପୂଜାରୀ । ତାଙ୍କୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମକୁ ପଠାଯାଇଛି । କିଛିଦିନ ପୂର୍ବରୁ ରକ୍ତ ହୀନତା, କିଡନୀ ସମସ୍ୟା ଓ ମୂତ୍ର ସଂକ୍ରମଣ ରୋଗରେ ପୀଡିତ ହୋଇ ମେଡିକାଲର ମେଡିସନ ଆଇସିୟୁରେ ଭର୍ତ୍ତି ହୋଇଥିଲେ ସେ । ତାଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ ହୋଇଥିଲେ । ମେଡିସନ, ନ୍ୟୁରୋଲୋଜି, ନେଫ୍ରୋଲୋଜି ବିଭାଗର ଅଭିଜ୍ଞ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଥିଲେ । ଗତ ଜାନୁଆରୀ 5 ତାରିଖରେ ମଧ୍ୟ ଏସସିବିରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବାରୁ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା ।

ସେ 2002 ମସିହାରେ ଜୋହାନ୍ସବର୍ଗରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇ ପାରମ୍ପରିକ ଓ ଜୈବିକ ଚାଷ ସମ୍ପର୍କରେ ନିଜର ଅନୁଭୂତି ବାଣ୍ଟିବାର ସୁଯୋଗ ପାଇଥିଲେ । ଏହି ବର୍ଷ ତାଙ୍କୁ ଓୟୁଏଟି (ଓଡିଶା ୟୁନିଭର୍ସିଟି ଅଫ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି) ଦ୍ବାରା ‘Equator of Initiative Award’ରେ ମଧ୍ୟ ସମ୍ମାନୀତ କରାଯାଇଥିଲା । ପରେ ପରେ 2004 ମସିହାରେ ତାଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ‘ଶ୍ରେଷ୍ଠ ମହିଳା ଚାଷୀ’ ଓ 2019 ମସିହାରେ ଭାରତ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ସମ୍ମାନରେ ଆଭୂଷିତ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.