ETV Bharat / state

ସୁଧୁରୁଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା, ଖୁବଶୀଘ୍ର ହେବେ ଡିସଚାର୍ଜ !

author img

By ETV Bharat Odisha Team

Published : Mar 15, 2024, 11:26 AM IST

Kamala Pujaris Health Condition: ସ୍ବାସ୍ଥ୍ୟାବସ୍ଥା ବିଗିଡିବା କାରଣରୁ ଗତ 12 ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପଦ୍ମଶ୍ରୀ କମଳା ପୂଜାରୀ । ବର୍ତ୍ତମାନ ତାଙ୍କର ଅବସ୍ଥା ସ୍ଥିର ରହିଥିବା କଥା କହିଛନ୍ତି ଡାକ୍ତର । ଅଧିକ ପଢନ୍ତୁ

ସୁଧୁରୁଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା
ସୁଧୁରୁଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା

ସୁଧୁରୁଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା

କଟକ: ସୁଧୁରିବାରେ ଲାଗିଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟାବସ୍ଥା । ଏସସିବିରେ ଚିକିତ୍ସିତ ହେଉଥିବା କମଳା ପୂଜାରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ସହିତ ଖୁବ ଶୀଘ୍ର ଭଲ ହୋଇ ଘରକୁ ଫେରିବେ ବୋଲି କହିଛନ୍ତି ବରିଷ୍ଠ ମେଡିସନ ଡାକ୍ତର ଜୟନ୍ତ ପଣ୍ଡା । ଗତ 12 ତାରିଖରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିବା ବେଳେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି ।

ସୂଚନା ଅନୁସାରେ, ବୃକକ୍ ଜନିତ ସମସ୍ୟା, ରକ୍ତ ହୀନତା, ପରିସ୍ରା, ବୃକକ ସଂକ୍ରମଣ ଯୋଗୁଁ ସ୍ୱାସ୍ଥ୍ୟରେ ଅଵନତି ଘଟିବାରୁ ତାଙ୍କୁ ଗତ 12 ତାରିଖ ସକାଳେ ଏସସିବିରେ ଭର୍ତ୍ତି କରାଯାଇଥିଲା । ଏବେ ସେ ମେଡିସିନ ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ମେଡିସନ, ନ୍ୟୁରୋଲୋଜି, ନେଫ୍ରୋଲୋଜି ବିଭାଗର ଅଭିଜ୍ଞ ଡାକ୍ତର ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ଆସନ୍ତା 3 ଦିନ ମଧ୍ୟରେ ତାଙ୍କର ଅନ୍ୟାନ୍ୟ ପରୀକ୍ଷା କରାଯାଇ ରିପୋର୍ଟର ତର୍ଜମା କରାଯିବ । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା କଥା ଡାକ୍ତର କହିଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ସେ ଜାନୁଆରୀ 5 ତାରିଖରେ ଏସସିବିରେ ଭର୍ତ୍ତି ହୋଇଥିଲେ, କିନ୍ତୁ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବାରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:SCBରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ, ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମେୟର

ତେବେ ଏନେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, "ତାଙ୍କର କିଡନୀ ସମସ୍ୟା ରହିଛି । ଏହି କାରଣ ପାଇଁ କମଳା ପୂଜାରୀଙ୍କ ପରିସ୍ରା କମିଯାଉଥିଲା । କିନ୍ତୁ ଏସସିବିରେ ଭର୍ତ୍ତି ହୋଇ ଚିକିତ୍ସା ହେବା ପରେ ସେ ସୁସ୍ଥ ହେଉଛନ୍ତି । ପୂର୍ବପରି ଜ୍ଵର ମଧ୍ୟ ନାହିଁ । ତେବେ କୋରାପୁଟରେ କମଳା ପୂଜାରୀ ଅସୁସ୍ଥ ହେବା ପରେ ତାଙ୍କୁ ଜିଲ୍ଲା ସିଡିଏମଓଙ୍କ ତତ୍ତ୍ୱବଧାନରେ ଏକ ଟିମ ଜରିଆରେ ଏସସିବିରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ସ୍ତରରେ ତାଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା ଶେଷ ହୋଇଥିଲା । ବର୍ତ୍ତମାନ ସେ ସୁସ୍ଥ ରହିଛନ୍ତି । ସାଧାରଣ ବ୍ୟକ୍ତିଙ୍କ ଭଳି ଖାଇବା ପିଇବା କରୁଛନ୍ତି । ତେବେ ଚିକିତ୍ସା ଜାରି ରହିଛି, ଖୁବ ଶୀଘ୍ର ସେ ଭଲ ହୋଇ ଘରକୁ ଫେରିବେ । ବର୍ତ୍ତମାନ ଔଷଧ ଦ୍ବାରା ହିଁ ଚିକିତ୍ସା କରାଯାଉଛି କିନ୍ତୁ କିଡନୀ ସମସ୍ୟା ରହିଥିବା କାରଣରୁ ରକ୍ତ କମିଲେ କିମ୍ବା ସ୍ବାସ୍ଥ୍ୟରେ ଅବନତି ଦେଖାହଲେ ଡାଏଲସିସ କରାଯିବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.