ETV Bharat / state

ପଦ୍ମଶ୍ରୀ ମାଗୁଣି କୁଅଁର ଅସୁସ୍ଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି - Padma Shri Maguni Kuanr

author img

By ETV Bharat Odisha Team

Published : Apr 30, 2024, 11:20 AM IST

Maguni Kuanr hospitalized
Maguni Kuanr hospitalized

Padma Shri awardee Maguni Kuanr hospitalized: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ପୁଣି ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ

Maguni Kuanr hospitalized

କେନ୍ଦୁଝର: ପୁଣି ଅସୁସ୍ଥ ହେଲେ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଅସୁସ୍ଥ । ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି (ମଙ୍ଗଳବାର) ସକାଳ ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ । ସେ ବିଛଣାରୁ ଉଠିପାରିନଥିଲେ । ତାଙ୍କ ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ତାଙ୍କର ଚିକିତ୍ସା ଜାରି ରହିଛି ।

ମାଗୁଣିଙ୍କ ନାତିଙ୍କ କହିବାନୁଯାୟୀ," ସକାଳୁ ହଠାତ ସେ କଥା କହିପାରିଲେନି କି ହଲଚଲ ହୋଇପାରିଲେନି । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ଅଣାଯାଇଥିଲା । ଅତ୍ୟଧିକ ଗରମ ଓ ମେଡିସିନ ପ୍ରଭାବରୁ ବୋଧେ ସେ ଦୁର୍ବଳ ହୋଇପଡିଛନ୍ତି । ପୂର୍ବରୁ ମଧ୍ୟ ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଛି । ଅନ୍ୟପଟେ ମୁଖ୍ୟ ଚିକିତ୍ସାଳୟ ଡାକ୍ତର ଚିତ୍ତ ରଞ୍ଜନ ସେଠୀ କହିଛନ୍ତି ଯେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଏହାମଧ୍ୟ ପଢନ୍ତୁ.. Padma Awards 2023: ଶବରୀ ରାମଚନ୍ଦ୍ରଙ୍କୁ ଅପେକ୍ଷା କଲା ଭଳି ଅପେକ୍ଷା କରିଥିଲି କହିଲେ ମାଗୁଣି କୁଅଁର

କଣ୍ଢେଇ ନୃତ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି ମାଗୁଣି ଚରଣ କୁଅଁର । ନିଜର ଅକ୍ଲାନ୍ତ ପରିଶ୍ରମ ବଳରେ କଣ୍ଢେଇ ନୃତ୍ୟକୁ ବିଶ୍ଵ ଦରବାରରେ ପରିଚିତ କରାଇ ପାରିଛନ୍ତି ସେ । ଯେଉଁଥିପାଇଁ ଗତବର୍ଷ ଭାରତ ସରକାର ତାଙ୍କୁ ଦେଶର ସମ୍ମାନୀୟ ପୁରସ୍କାର ପଦ୍ମଶ୍ରୀରେ ସମ୍ମାନୀତ କରିଥିଲେ । କାଠ କଣ୍ଢେଇ ପାଇଁ ସେ ବହୁ ଅନୁଷ୍ଠାନରୁ ପୁରସ୍କୃତ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ କେନ୍ଦ୍ର ନାଟ୍ୟ ଏକାଡେମୀ, ରାଜ୍ୟ ସରକାରଙ୍କ ସଙ୍ଗୀତ ନାଟ୍ୟ ଏକାଡେମୀ ଭଳି ପୁରସ୍କାର ମଧ୍ୟ ପାଇଛନ୍ତି । ଗତ କିଛି ମାସ ତଳେ ତାଙ୍କ ବଡ ପୁଅକୁ ହରାଇଥିବା ବେଳେ କିଛି ବର୍ଷ ପୂର୍ବେ ତାଙ୍କ ସାନ ପୁଅକୁ ହରାଇ ଥିଲେ । ଏହିସବୁ ଦୁଃଖଦ ଘଟଣାକୁ ଭାବି ଭାବି ତାଙ୍କ ଶରୀର ଅସୁସ୍ଥ ରହୁଥିବା କୁହାଯାଉଛି ।

ଏହାମଧ୍ୟ ପଢନ୍ତୁ.. ହସ୍ପିଟାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ ମାଗୁଣି କୁଅଁର - Maguni Charana Kuanr Hospitalized

ପ୍ରକାଶ ଯୋଗ୍ୟ, ପଦ୍ମଶ୍ରୀ ମାଗୁଣି କୁଅଁରଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ଅବହେଳା ନେଇ ଅଭିଯୋଗ ହେଇ ଆସୁଛି । ତାଙ୍କୁ ଶୌଚାଳୟ ଯୋଗାଇଦେବା ନେଇ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏବେସୁଦ୍ଧା ତାହା ପୂରଣ ହୋଇପାରିନାହିଁ । ଏହାସହ ତାଙ୍କ ଚିକିତ୍ସାରେ ଅବହେଳା କରାଯାଉଥିବା ମଧ୍ୟ ଘର ଲୋକେ ଅଭିଯୋଗ କରି ଆସୁଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.