ETV Bharat / state

୧୨ ଦିନ ଧରି ଧାରଣାରେ ଓୟୁଏଟି ଛାତ୍ରଛାତ୍ରୀ, ଚିକିତ୍ସା ନ ମିଳିବାରୁ ଚିନ୍ତାରେ ପଶୁପାଳକ

author img

By ETV Bharat Odisha Team

Published : Feb 8, 2024, 10:31 PM IST

OUAT Veterinary Doctors Protest: ଓୟୁଏଟି ଭେଟେନାରି ଛାତ୍ରଛାତ୍ରୀଙ୍କ ଧାରଣାକୁ ଆଜି ପୂରିଛି ୧୨ ଦିନ ଓୟୁଏଟିରୁ ଗୃହପାଳିତ ପଶୁପକ୍ଷୀଙ୍କୁ ଧରି ଖାଲି ହାତରେ ଫେରୁଛନ୍ତି ଲୋକ । ଅଧିକ ପଢନ୍ତୁ

Etv Bharat
Etv Bharat

ଲଗାତାର ୧୨ ଦିନ ଧାରଣାରେ ଓୟୁଏଟି ଛାତ୍ରଛାତ୍ରୀ, ଚିକିତ୍ସା ନ ମିଳିବାରୁ ଚିନ୍ତାରେ ପଶୁପାଳକ

ଭୁବନେଶ୍ବର: ଗୋଟେପଟେ ଧାରଣାରେ ବସିଛନ୍ତି ପ୍ରାଣୀ ଚିକିତ୍ସକ, ଅନ୍ୟପଟେ ବ୍ୟାଘାତ ହେଉଛି ପ୍ରାଣୀ ଚିକିତ୍ସା ସେବା । ଓୟୁଏଟି ଭେଟେନାରି ଛାତ୍ରଛାତ୍ରୀଙ୍କ ଧାରଣାକୁ ଆଜି ପୂରିଛି ୧୨ ଦିନ । ୧୧ ଦିନ ଧରି ଶାନ୍ତିପୂର୍ଣ୍ଣ ଧାରଣା ଦେବା ପରେ ବିଗତ ୨୪ ଘଣ୍ଟା ଧରି ଭୋକ ଉପାସରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଏହାକୁ ନେଇ ସରକାରଙ୍କ ନିଦ ଭାଙ୍ଗୁ ନ ଥିବା ବେଳେ ରାଜ୍ୟରେ ବାଜିରେ ଲାଗିଛି ପଶୁପକ୍ଷୀମାନଙ୍କ ଜୀବନ ।

ସେହିପରି ପ୍ରାଣୀମାନେ ଉଚିତ ସେବା ଏବଂ ଚିକିତ୍ସା ନପାଇବାରୁ ଚିନ୍ତାରେ ରହିଛନ୍ତି ପଶୁପାଳକ । ଓୟୁଏଟି ଭେଟେନାରି ଛାତ୍ରଛାତ୍ରୀ ମାନେ ମୁଖ୍ୟତଃ ୩ଟି ଦାବିକୁ ନେଇ ଧାରଣାରତ ଅଛନ୍ତି ସେଗୁଡିକ ହେଉଛି ଓୟୁଏଟିକୁ ବିଶ୍ଵବିଦ୍ୟାଳୟ ଘୋଷଣା, ଷ୍ଟାଇପେଣ୍ଡ ବୃଦ୍ଧି ଓ ଓଡିଶା ଭେଟେରିନାରୀ ସର୍ଭିସ ଆସୋସିଏସନ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ଯେଉଁ ସବୁ ଦାବି ଉପସ୍ଥାପନା କରାଯାଇଛି ତାକୁ ଯଥା ଶୀଘ୍ର ପୂରଣ କରାଯାଉ ।

ଏହା ମଧ୍ୟ ପଢନ୍ତୁ ... ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ: ଚିକିତ୍ସା ଅଭାବରୁ ମରୁଛନ୍ତି ପଶୁପକ୍ଷୀ

ଦୀର୍ଘଦିନ ଧରି ଓୟୁଏଟିର ମୁଖ୍ୟ ଗେଟରେ ତାଲା ପକାଇ ଧାରଣାରେ ବସି ରହିବାରୁ ପାଠପଢ଼ା ଓ ପ୍ରାଣୀ ଚିକିତ୍ସାରେ ବ୍ୟାଘାତ ସୃଷ୍ଟି ହେଉଛି । ଏସବୁ ପରେ ମଧ୍ୟ ସରକାର ମୂକ ହୋଇ ରହିଛନ୍ତି ଯାହା ଗ୍ରହଣୀୟ ନୁହେଁ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ତେବେ ରାଜଧାନୀ ତଥା ନିକଟସ୍ଥ ଅଞ୍ଚଳରୁ ଲୋକ ମାନେ ନିଜର ପାଳିତ ପଶୁ ପକ୍ଷୀଙ୍କୁ ଓୟୁଏଟିକୁ ଆଣିଥିଲେ ସୁଦ୍ଧା ଆନ୍ଦୋଳନ ଚାଲିଥିବାରୁ ଅନ୍ୟ ଉପାୟ ନପାଇ ଫେରିଯାଇଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରାଣୀ ଚିକିତ୍ସକ ମାନଙ୍କ ଆନ୍ଦୋଳନକୁ ଏଯାବତ୍ ୨୧ ଦିନ ହୋଇଛି ।

ଏହା ମଧ୍ୟ ପଢନ୍ତୁ ... ବିପର୍ଯ୍ୟସ୍ତ ପ୍ରାଣୀ ଚିକିତ୍ସା ସେବା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ମହିଳାଙ୍କ ବିକ୍ଷୋଭ

ସରକାରଙ୍କ ତରଫରୁ କୌଣସି ଉତ୍ତର ମିଳିନ ଥିବା ବେଳେ ରାଜ୍ୟରେ ପ୍ରାଣୀ ସେବା ବିପର୍ଯ୍ୟସ୍ତ ରୂପ ନେଇଛି । ପ୍ରାଣୀ ଚିକିତ୍ସକ ମାନେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ବ୍ୟାପକ ରୂପାନ୍ତରୀକରଣ, ପ୍ରାଣୀମାନଙ୍କୁ ନିଶୁଳ୍କ ସେବା, ପ୍ରାଣୀ ଚିକିତ୍ସକଙ୍କୁ କେନ୍ଦ୍ର ସରକାରଙ୍କ ଭଳି ଡିଏସିପି ଓ ଏନପିଏ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି । ଡାକ୍ତର ପଦବୀ ସୃଷ୍ଟି, ନିଯୁକ୍ତି ଓ କ୍ୟାଡ଼ର ପୁନଃଗଠନ ଦାବିରେ ଗତ ମାସ 18 ତାରିଖରୁ ଆନ୍ଦୋଳନ ଜାରି ରଖିଛନ୍ତି ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.