ETV Bharat / state

ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳୁନି ତଥ୍ୟ, ଆନ୍ଦୋଳନକୁ ଓହ୍ଲାଇଲା ଓସା

author img

By ETV Bharat Odisha Team

Published : Feb 27, 2024, 9:13 AM IST

ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳୁନି ତଥ୍ୟ, ଆନ୍ଦୋଳନକୁ ଓହ୍ଲାଇଲା ଓସା
ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳୁନି ତଥ୍ୟ, ଆନ୍ଦୋଳନକୁ ଓହ୍ଲାଇଲା ଓସା

OSAA Protest: ଦୁର୍ନୀତିର ଗନ୍ତାଘର ପାଲଟିଛି ଜିଲ୍ଲା ପ୍ରାଣୀଧନ ଚିକିତ୍ସାଳୟ ଓ ଏହା ଅଧିନରେ ଥିବା ସମସ୍ତ ୯ଟି ବ୍ଲକର କାର୍ଯ୍ୟାଳୟ । ଏଭଳି ଅଭିଯୋଗ ଆଣି ସୋମବାର ଓଡ଼ିଶା ସୂଚନା ଅଧିକାର ଅଭିଯାନ (OSAA)ର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଖଡ଼ିଅଙ୍ଗଠାରେ ଥିବା ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ

ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳୁନି ତଥ୍ୟ, ଆନ୍ଦୋଳନକୁ ଓହ୍ଲାଇଲା ଓସା

କେନ୍ଦ୍ରାପଡା: ପଶୁସମ୍ପଦ ନାଁରେ ଲୁଟ ଅଭିଯୋଗ । ବିଭିନ୍ନ ସରକାରୀ ଯୋଜନାରେ ହେଉଛି ବାଟମାରଣା । ଦୁର୍ନୀତିର ଗନ୍ତାଘର ପାଲଟିଛି ଜିଲ୍ଲା ପ୍ରାଣୀଧନ ଚିକିତ୍ସାଳୟ ଓ ଏହା ଅଧିନରେ ଥିବା ସମସ୍ତ ୯ଟି ବ୍ଲକର କାର୍ଯ୍ୟାଳୟ । ଏଭଳି ଅଭିଯୋଗ ଆଣି ସୋମବାର ଓଡ଼ିଶା ସୂଚନା ଅଧିକାର ଅଭିଯାନ (OSAA)ର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଖଡ଼ିଅଙ୍ଗଠାରେ ଥିବା ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

  • " class="align-text-top noRightClick twitterSection" data="">

ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଏହାର ସଦସ୍ୟ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଗତ ୨୦୨୩ ମସିହା ଅଗଷ୍ଟ ମାସ ୧୨ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ଆଳି ଏବଂ ରାଜକନିକା ବ୍ଲକରେ ଥିବା ବ୍ଲକ ଭେଟେନାରୀ ଅଫିସକୁ ବିଭିନ୍ନ ଗୃହପାଳିତ ପଶୁମାନଙ୍କ କ୍ରୟ ପାଇଁ ଲୋନ୍, କେତେ ପରିମାଣରେ ପଶୁପକ୍ଷୀଙ୍କ ପାଇଁ ଔଷଧ ଦିଆଯାଇଛି, ଏହି ଔଷଧକୁ କେତୋଟି LAC ପଏଣ୍ଟରେ ପହଞ୍ଚାଯାଇଛି, ଭ୍ରାମ୍ୟମାଣ ଚିକିତ୍ସା ଗାଡିକୁ କେତେ ପରିମାଣର ଔଷଧ ଦିଆଯାଇଛି ଏବଂ ସେବା ପ୍ରାପ୍ତ କରିଥିବା ଗୃହପାଳିତ ପଶୁପକ୍ଷୀଙ୍କର ନାମ, ଠିକଣା ଇତ୍ୟାଦି ସମ୍ପର୍କରେ ତଥ୍ୟ ମାଗିଥିଲେ । ହେଲେ ବିଭାଗ ପକ୍ଷରୁ ତାଙ୍କୁ କୌଣସି ସୂଚନା ପ୍ରଦାନ କରାଯାଇନଥିବା ବେଳେ ସେ ପ୍ରଥମ ଅପିଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ବରଗଡ଼ରେ ଜୟ କିଶାନ ଆନ୍ଦୋଳନ ତରଫରୁ ଚାଷୀଙ୍କ ବିରାଟ ଟ୍ରାକ୍ଟର ରାଲି

ପୁନର୍ବାର ଜିଲ୍ଲା ପ୍ରାଣୀଧନ ଚିକିତ୍ସକଙ୍କ କାର୍ଯ୍ୟାଳୟ ପକ୍ଷରୁ ସମୟସୀମା ପୁରି ଯାଇଥିଲେ ହେଁ ତାଙ୍କୁ 1600 ଟଙ୍କା ସୂଚନା ପ୍ରଦାନ ପାଇଁ ମଗାଯାଇଥିଲା ଯାହାକି ସୂଚନା ଅଧିକାର ଆଇନର ଖୋଲାଖୋଲି ଉଲ୍ଲଂଘନ ବୋଲି ଦୁଷ୍ମନ୍ତ ଅଭିଯୋଗ କରିଥିଲେ । ସେହିଭଳି ଓସାର ଜିଲ୍ଲା ଆବାହକ ପ୍ରତାପ ଚନ୍ଦ୍ର ମହାନ୍ତି ଜିଲ୍ଲାରେ ଚାଷୀମାନଙ୍କୁ କେତୋଟି ଗୃହପାଳିତ ପଶୁ ଋଣ ଆକାରରେ ଦିଆଯାଇଛି ବୋଲି ଗତବର୍ଷ ସେପ୍ଟେମ୍ବର ମାସରେ ତଥ୍ୟ ମାଗିଥିଲେ । ତାଙ୍କୁ ମଧ୍ୟ ସେହିପରି ସୂଚନା ପ୍ରଦାନ କରାନଯାଇ ନିୟମର ଉଲ୍ଲଂଘନ କରାଯାଇଥିଲା ।

ସେହିପରି ଅଭିଯୋଗକାରୀମାନେ ପଶୁ ସମ୍ପଦ ବିକାଶ ନାଁରେ ଯୋଜନାରୁ ଆସୁଥିବା ଔଷଧ ତଥା ଅନ୍ୟାନ୍ୟ ସାମଗ୍ରୀ ଚଢା ଦରରେ ବାହାରେ ବିକ୍ରି ହେଉଥିବାର ଅଭିଯୋଗ କରିଛନ୍ତି । ତେବେ ଉକ୍ତ ଦୁଇ ଜଣ ଓସାର ସଦସ୍ୟଙ୍କ ସହ ଏକାଧିକ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ସୂଚନା ପ୍ରଦାନ ପାଇଁ ଦାବି କରି ଧାରଣା ପ୍ରଦର୍ଶନ କରିଥିବା ବେଳେ ଜିଲ୍ଲା ପ୍ରାଣୀଧନ ଚିକିତ୍ସକଙ୍କ ବିରୋଧରେ ନାରାବାଜି ପ୍ରଦର୍ଶନ କରିଥିଲେ । ଏନେଇ ସବ ଡିଭିଜନାଲ ଡିଷ୍ଟ୍ରିକ୍ଟ ଭେଟେନାରୀ ଅଫିସରଙ୍କ ପ୍ରତିକ୍ରିୟା ଲୋଡିବାରୁ ସେ ଏହି ଘଟଣା ସମ୍ପର୍କରେ ଅବଗତ ଅଛନ୍ତି ଏବଂ ଓସାର ସଦସ୍ୟଙ୍କୁ ଖୁବଶୀଘ୍ର ସେମାନଙ୍କ ସୂଚନା ପ୍ରଦାନ କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.