ETV Bharat / state

ବରଗଡ଼ରେ ଜୟ କିଶାନ ଆନ୍ଦୋଳନ ତରଫରୁ ଚାଷୀଙ୍କ ବିରାଟ ଟ୍ରାକ୍ଟର ରାଲି

author img

By ETV Bharat Odisha Team

Published : Feb 26, 2024, 8:42 PM IST

Farmers Take Out Tractor March in Bargarh: ସଂଯୁକ୍ତ କିସାନ ମୋର୍ଚ୍ଚା ର ଆହ୍ବାନ କ୍ରମେ ଆଜି ବରଗଡ଼ ଜୟ କିସାନ ଆନ୍ଦୋଳନ ତରଫରୁ ଏକ ଟ୍ରାକ୍ଟର ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଚାଷୀମାନେ କେନ୍ଦ୍ର ସରକାରଙ୍କ କୃଷି ନୀତି, WTO ର ଚାଷୀ ବିରୋଧୀ ଅଭିମୁଖ୍ୟ ଓ ସ୍ବାମୀନାଥନ କମିଶନ ରିପୋର୍ଟ ଲାଗୁ ନକରିବା ପ୍ରସଙ୍ଗରେ ପ୍ରତିବାଦ କରିଥିଲେ । ଅଧିକ ପଢନ୍ତୁ

ବରଗଡ଼ରେ ଜୟ କିଶାନ ଆନ୍ଦୋଳନ ତରଫରୁ ଚାଷୀଙ୍କ ବିରାଟ ଟ୍ରାକ୍ଟର ରାଲି
ବରଗଡ଼ରେ ଜୟ କିଶାନ ଆନ୍ଦୋଳନ ତରଫରୁ ଚାଷୀଙ୍କ ବିରାଟ ଟ୍ରାକ୍ଟର ରାଲି

ବରଗଡ଼ରେ ଜୟ କିଶାନ ଆନ୍ଦୋଳନ ତରଫରୁ ଚାଷୀଙ୍କ ବିରାଟ ଟ୍ରାକ୍ଟର ରାଲି

ବରଗଡ଼: ବରଗଡ଼ରେ ରାଜରାସ୍ତାରେ ଚାଷୀ ସଙ୍ଗଠନ । ସଂଯୁକ୍ତ କିସାନ ମୋର୍ଚ୍ଚା ର ଆହ୍ବାନ କ୍ରମେ ଆଜି ବରଗଡ଼ ଜୟ କିସାନ ଆନ୍ଦୋଳନ ତରଫରୁ ଏକ ଟ୍ରାକ୍ଟର ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ଗାଁରୁ କୃଷକ ପ୍ରତିନିଧି ମାନେ ବ୍ୟାନର ଓ ପତାକା ବାନ୍ଧି ଶତାଧିକ ଟ୍ରାକ୍ଟର ବୀର ଛକରୁ ବାହାରି ଭଟଲି ଛକ ଓ ଗାନ୍ଧୀ ଛକ ଦେଇ ସହର ପରିକ୍ରମା କରି ସମତା ଭବନ ଠାରେ ସମାପନ କରାଯାଇଥିଲା । ଚାଷୀମାନେ କେନ୍ଦ୍ର ସରକାରଙ୍କ କୃଷି ନୀତି, WTO ର ଚାଷୀ ବିରୋଧୀ ଅଭିମୁଖ୍ୟ ଓ ସ୍ବାମୀନାଥନ କମିଶନ ରିପୋର୍ଟ ଲାଗୁ ନକରିବା ପ୍ରସଙ୍ଗରେ ପ୍ରତିବାଦ କରିଥିଲେ ।

ପଞ୍ଜାବ ଓ ହରିୟାଣା ସୀମାରେ ଟ୍ରାକ୍ଟର ଓ ଜେସିବି ସହ ଡେରା ପକାଇଛନ୍ତି ହଜାର ହଜାର କୃଷକ । ସେମାନଙ୍କ ଉପରେ କେନ୍ଦ୍ର ସରକାର ଦମନଲୀଳା ଚଳାଇବାକୁ ନେଇ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ ପ୍ରଧାନ ତୀବ୍ର ସମାଲୋଚନା କରିଛନ୍ତି । ଏହି ଟ୍ରାକ୍ଟର ଶୋଭାଯାତ୍ରାରେ ଯୋଗଦେଇ ସେ କହିଛନ୍ତି ଯେ ଭାରତ ସରକାର ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁ ଟି ଓ)ର ଚାପରେ ସରକାର ଦେଶର ଅନ୍ନଦାତା ମାନଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରୁଛି, ଏହାକୁ ବରଦାସ୍ତ କରାଯିବ ନାହିଁ । ସଂଗଠନ ପକ୍ଷରୁ ଜୟ କିସାନ ଆନ୍ଦୋଳନ ଆରମ୍ଭ ସାମିଲ ହୋଇ ଆସିଛି ଏବଂ ଆଗାମୀ ଦିନରେ ସଂଯୁକ୍ତ କିସାନ ମୋର୍ଚ୍ଚା ର ପ୍ରତ୍ୟେକ ଡାକରାକୁ ବରଗଡ଼ରେ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... କେନ୍ଦ୍ର ସରକାରଙ୍କ କୃଷିନୀତିକୁ ବିରୋଧ, ସମ୍ବଲପୁରରେ ଚାଷୀ ସଂଗଠନର ଟ୍ରାକ୍ଟର ରାଲି

ସୂଚନାଯୋଗ୍ୟ ଯେ ୨୬ ମାସ ପରେ ପୁଣି ଥରେ ପଞ୍ଜାବ ହରିୟାଣାର କୃଷକ ମାନେ ସିଂଘୁ ସୀମାରେ ଡେରା ପକାଇଛନ୍ତି । ୨୦୨୦ ନଭେମ୍ବର ୨୬ ତାରିଖରେ ତିନି କଳା କୃଷି ଆଇନ ପ୍ରତ୍ୟାହାର ଏବଂ ଏମ୍ ଏସ୍ ପି କୁ ଆଇନଗତ ମାନ୍ୟତା ଦାବିରେ ଏହି ଆନ୍ଦୋଳନ ଦିଲ୍ଲୀର ସୀମାରେ ଆରମ୍ଭ ହୋଇ ଦୀର୍ଘ ତେର ମାସ ବ୍ୟାପି ଆନ୍ଦୋଳନ ଯାରି ରହିଥିଲା । ସେହି ସମୟରେ ନରେନ୍ଦ୍ର ମୋଦି ସରକାର ଆନ୍ଦୋଳନ ପ୍ରତ୍ୟାହାର କରାଇବାକୁ ଯାଇ ଚାଷୀ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଏହି ଦୁଇଟି ଦାବୀକୁ ନେଇ ଏକ କୃଷକ କମିଟି ଗଠନ କରି ଏହାକୁ କାର୍ଯ୍ୟକାରୀ କରାଯିବ କିନ୍ତୁ ଆଜି ୨୬ ମାସ ବିତିଯାଇଥିଲେ ମଧ୍ୟ ସରକାର ସେ ଦିଗରେ ପଦକ୍ଷେପ ନେବା ବଦଳରେ ଆନ୍ଦୋଳନକୁ ଦମନ କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ଚାଷୀ ମାନଙ୍କୁ ଅଟକାଇବା ପାଇଁ ଟିଅର ଗେସ , ରାସ୍ତାରେ ଲୁହା ର କଣ୍ଟା ଲଗାଇ ଚଲାଇବା ସହ ଗୋଲି ଚଲାଇବା ପାଇଁ ପଛଘୁଞ୍ଚା ଦେଉନାହିଁ । ଏହି କାର୍ଯ୍ୟକ୍ରମରେ ଜୟ କିସାନ ଆନ୍ଦୋଳନର ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସଂପାଦକ ହର ବଣିଆଁ,ବରିଷ୍ଠ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନ ଏବଂ ଅନ୍ୟମାନେ ସାମିଲ କରିଥିଲେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.