ETV Bharat / state

କେନ୍ଦ୍ର ସରକାରଙ୍କ କୃଷିନୀତିକୁ ବିରୋଧ, ସମ୍ବଲପୁରରେ ଚାଷୀ ସଂଗଠନର ଟ୍ରାକ୍ଟର ରାଲି

author img

By ETV Bharat Odisha Team

Published : Feb 26, 2024, 5:06 PM IST

Farmers Take Out Tractor March in Sambalpur: ଟ୍ରାକ୍ଟର ଶୋଭାଯାତ୍ରା କରି ସମ୍ବଲପୁରରେ ପ୍ରତିବାଦ କରିଛନ୍ତି ଚାଷୀ ସଙ୍ଗଠନ । କେନ୍ଦ୍ର ସରକାରର କୃଷି ନୀତି, WTO ର ଚାଷୀ ବିରୋଧୀ ଅଭିମୁଖ୍ୟ ଓ ସ୍ୱାମୀନାଥନ କମିଶନ ରିପୋର୍ଟ ଲାଗୁ ନକରିବା ପ୍ରସଙ୍ଗରେ ପ୍ରତିବାଦ । ଅଧିକ ପଢନ୍ତୁ,

କେନ୍ଦ୍ର ସରକାରଙ୍କ କୃଷିନୀତିକୁ ବିରୋଧ, ସମ୍ବଲପୁରରେ ଚାଷୀ ସଙ୍ଗଠନର ଟ୍ରାକ୍ଟର ରାଲି
କେନ୍ଦ୍ର ସରକାରଙ୍କ କୃଷିନୀତିକୁ ବିରୋଧ, ସମ୍ବଲପୁରରେ ଚାଷୀ ସଙ୍ଗଠନର ଟ୍ରାକ୍ଟର ରାଲି

କେନ୍ଦ୍ର ସରକାରଙ୍କ କୃଷିନୀତିକୁ ବିରୋଧ, ସମ୍ବଲପୁରରେ ଚାଷୀ ସଙ୍ଗଠନର ଟ୍ରାକ୍ଟର ରାଲି

ସମ୍ବଲପୁର: ସମ୍ବଲପୁରରେ ଗର୍ଜିଲେ ଚାଷୀ ସମାଜ । ଆଜି ଏକ ନିଆରା ଢଙ୍ଗରେ ଟ୍ରାକ୍ଟର ଶୋଭାଯାତ୍ରା କରି ସମ୍ବଲପୁରରେ ପ୍ରତିବାଦ କରିଛନ୍ତି ଚାଷୀ ସଙ୍ଗଠନ । ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ ଆଜି ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ଓ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସମିତି ପକ୍ଷରୁ ଟ୍ରାକ୍ଟର ଶୋଭାଯାତ୍ରା କରାଯାଇ WTO ର କୃଷକ ବିରୋଧୀ ଆଭିମୁଖ୍ୟ ଓ କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରାଯାଇଛି । ଆଜି ଦିନ ପ୍ରାୟ ସାଢେ 10 ଟା ସମୟରେ ସମ୍ବଲପୁର ଵରେଇପାଳି ମାର୍କେଟ ୟାର୍ଡରେ ଚାଷୀମାନେ ଏକାଠି ହୋଇଥିଲେ । ଚାଷୀମାନେ ପ୍ରଥମେ କେନ୍ଦ୍ର ସରକାରଙ୍କ କୃଷି ନୀତି, WTO ର ଚାଷୀ ବିରୋଧୀ ଅଭିମୁଖ୍ୟ ଓ ସ୍ୱାମୀନାଥନ କମିଶନ ରିପୋର୍ଟ ଲାଗୁ ନକରିବା ପ୍ରସଙ୍ଗରେ ପ୍ରତିବାଦ କରିଥିଲେ ।

ଏହା ମଧ୍ୟ ପଢନ୍ତୁ... କୃଷକଙ୍କ ବିକାଶ ନାଁରେ ବିନାଶ କରୁଛନ୍ତି କେନ୍ଦ୍ର ସରକାର: କଂଗ୍ରେସ

ଚାଷୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହା ଦମନ ନୀତି ଆପଣେଇଥିବା କହି ନାରାବାଜି କରିବା ସହ କେନ୍ଦ୍ର ସରକାର ବିରୋଧୀ ନାରାବାଜି କରିଥିଲେ । ଏହା ପରେ ଚାଷୀମାନେ ଟ୍ରାକ୍ଟରରେ ବସି ଶୋଭାଯାତ୍ରାରେ ବାହାରି ରେମେଡ ଛକ ପର୍ଯ୍ୟନ୍ତ ଯାଇ ପ୍ରତିବାଦ କରିଥିଲେ । ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନ କହିଛନ୍ତି ଯେ WTO ର କୃଷକ ବିରୋଧୀ ଆଭିମୁଖ୍ୟ ରହିଛି, ତେଣୁ ଭାରତ WTO ରୁ ଓହରି ଯାଉ । ଆଜି ଯେଉଁ ଦେଶ ଭାରତୀୟ କୃଷକମାନଙ୍କୁ ସବସିଡି ନଦେବା ପାଇଁ ପ୍ରବର୍ତ୍ତାଉଛନ୍ତି ସେହି ଦେଶଗୁଡିକରେ କୃଷକଙ୍କୁ ଅଧିକ ସବସିଡି ଦିଆଯାଉଛି । କୃଷକମାନଙ୍କୁ ସବସିଡି ଦିଆ ନ ଗଲେ ସାର ଦର ବହୁତ ପରିମାଣରେ ବୃଦ୍ଧି ପାଇବ । ଏହାଦ୍ବାରା ଚାଷୀ ଅଧିକ ଖର୍ଚ୍ଚାନ୍ତ ହେବେ । ଏଥିପାଇଁ ଆଜି ଏହି ଆନ୍ଦୋଳନ କରାଯାଉଛି ବୋଲି କହିଛନ୍ତି ଚାଷୀ ନେତା ଅଶୋକ ପ୍ରଧାନ । ସମ୍ବଲପୁରର ଅନ୍ୟ ପ୍ରମୁଖ ଚାଷୀ ନେତା ସରୋଜ କହିଛନ୍ତି ଯେ WTO ର ଚାଷୀ ବିରୋଧୀ ପ୍ରାବଧାନ, ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହାଙ୍କ ଚାଷୀ ବିରୋଧୀ ଆଭିମୁଖ୍ୟକୁ ବିରୋଧ କରିବା ସହ ସ୍ବାମୀନାଥନ କମିଶନ ଲାଗୁ କରିବା, ଚାଷୀର ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣା ଅଧିକ ଦେବା, ସର୍ବନିମ୍ନ ସହାୟକ ଦର କୁ ଆଇନଗତ ମାନ୍ୟତା ଦେବା ଆଦି ଦାବି ନେଇ ଏହି ଆନ୍ଦୋଳନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ଆଇନ ଦାବିରେ ଚାଲିଥିବା କୃଷକ ଆନ୍ଦୋଳନ ଆଜି ୧୪ ଦିନରେ ପହଞ୍ଚିଛି । କେନ୍ଦ୍ର ସହ ଚାରି ଚାରିଥର ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି ପାରିନି । ଫଳରେ ପଞ୍ଜାବ ଓ ହରିୟାଣା ସୀମାରେ ଟ୍ରାକ୍ଟର ଓ ଜେସିବି ସହ ଡେରା ପକାଇଛନ୍ତି ହଜାର ହଜାର କୃଷକ । ଏହାରି ମଧ୍ୟରେ କୃଷକମାନେ ସେମାନଙ୍କ 'ଦିଲ୍ଲୀ ଚଲୋ ଅଭିଯାନ'କୁ କିଛି ଦିନ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି । ଆସନ୍ତା ୨୯ ତାରିଖ ଯାଏଁ ଦିଲ୍ଲୀ ଚଲୋ ଆନ୍ଦୋଳନ ବନ୍ଦ ରହିଥିବା ସୂଚନା ମିଳିଛି।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.