ETV Bharat / state

କୃଷକଙ୍କ ବିକାଶ ନାଁରେ ବିନାଶ କରୁଛନ୍ତି କେନ୍ଦ୍ର ସରକାର: କଂଗ୍ରେସ

author img

By ETV Bharat Odisha Team

Published : Feb 15, 2024, 5:12 PM IST

Congress Press Meet: ତୀବ୍ର ହେଉଛି କୃଷକ ଆନ୍ଦୋଳନ । ଆସନ୍ତାକାଲି ଠାରୁ କୃଷକ ଆନ୍ଦୋଳନକୁ ସମର୍ଥନ ଦେବ କଂଗ୍ରେସ । ଅଧିକ ପଢନ୍ତୁ

କୃଷକମାନଙ୍କ ପାଇଁ ବିକାଶ ନାଁରେ ବିନାଶ କରୁଛନ୍ତି କେନ୍ଦ୍ର ସରକାର: କଂଗ୍ରେସ
କୃଷକମାନଙ୍କ ପାଇଁ ବିକାଶ ନାଁରେ ବିନାଶ କରୁଛନ୍ତି କେନ୍ଦ୍ର ସରକାର: କଂଗ୍ରେସ

କୃଷକମାନଙ୍କ ପାଇଁ ବିକାଶ ନାଁରେ ବିନାଶ କରୁଛନ୍ତି କେନ୍ଦ୍ର ସରକାର: କଂଗ୍ରେସ

ଭୁବନେଶ୍ବର: କୃଷକ ଆନ୍ଦୋଳନକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଦେଶରେ ଦିନକୁ ଦିନକୁ ତୀବ୍ର ହେବାରେ ଲାଗିଛି କୃଷକ ଆନ୍ଦୋଳନ । ସରକାର ନିଜର ପ୍ରତିଶୃତି ପାଳନ କରୁନଥିବା ଅଭିଯୋଗରେ ଦେଶର ବିଭିନ୍ନ ରାଜ୍ୟରେ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଛି । ସେହିଭଳି ଓଡ଼ିଶାରେ ମଧ୍ୟ କୃଷକ ଆନ୍ଦୋଳନକୁ ସମର୍ଥନ ଦେବ କଂଗ୍ରେସ । କୃଷକମାନଙ୍କ ଦାବି ଗୁଡ଼ିକୁ ପୂରଣ କରିବା ପାଇଁ ଦାବି କରିଛି ଦଳ । ଏହା ସହ କାଲି(ଶୁକ୍ରବାର) ଠାରୁ ରାଜ୍ୟରେ କୃଷକ ଆନ୍ଦୋଳନକୁ ସମର୍ଥନ କରିବ କଂଗ୍ରେସ । ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କିଷାନ କଂଗ୍ରେସ ଅଧକ୍ଷ ଅମୀୟ ପଟ୍ଟନାୟକ ଏହା ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆରମ୍ଭ ହୋଇଛି କୃଷକ ଆନ୍ଦୋଳନ । ବିଭିନ୍ନ ଦାବି ଦେଇ ଆନ୍ଦୋଳନ କରିବାକୁ ଦେଶର ରାଜଧାନୀ ଆଡକୁ ମାଡି଼ ଆସୁଛନ୍ତି ହଜାର ହଜାର କୃଷକ । ଶମ୍ଭୁ ସୀମାରେ ପ୍ରବେଶ କରିବା ପରେ କୃଷକମାନେ ଜୋରଦାର ହଙ୍ଗାମା କରିଛନ୍ତି । ଶମ୍ଭୁ ସୀମାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ କୃଷକଙ୍କ ଉପରେ ପୋଲିସ ଡ୍ରୋନ ସହାୟତାରେ ଲୁହାବୁହା ଗ୍ୟାସ୍ ପ୍ରୟୋଗ କରିଛି । ଫଳରେ ପୁରା ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଅଭେଦ ଦୁର୍ଗରେ ପରିଣତ ହୋଇଛି ଦିଲ୍ଲୀର ବିଭିନ୍ନ ସୀମା । ପୋଲିସ ଚାଷୀଙ୍କୁ ଅଟକାଇବା ପାଇଁ ସୀମାରେ ତାର ବାଡ଼ କରିବା ସହ ବଡ ବଡ କଙ୍କ୍ରିଟ ବ୍ୟାରିକେଡ଼ ଠିଆ କରିଛି ।

କେବଳ ସେତିକି ନୁହେଁ ଲୁହା କଣ୍ଟା ମଧ୍ୟ ଚାରିଆଡେ ବିଛାଇଛି ପୋଲିସ । ଦିଲ୍ଲୀକୁ ଲାଗିଥିବା ସମସ୍ତ ବର୍ଡରକୁ ସିଲ୍ କରାଯାଇଛି । ଦିଲ୍ଲୀର ତିନୋଟି ସୀମା ସିଙ୍ଘୁ, ଟିକରି ଓ ଗାଜିପୁରରେ ବ୍ୟାପକ ସଂଖ୍ୟାରେ ପୋଲିସ ମୁତୟନ ହୋଇଛନ୍ତି । ପୋଲିସ ସମେତ ପାରାମିଲିଟାରୀ ଫୋର୍ସ ମଧ୍ୟ ସୀମାରେ ମୁତୟନ କରାଯାଇଛି । ଡ୍ରୋନ୍ ସହାୟତାରେ ପୁରା ଅଞ୍ଚଳ ଉପରେ ନଜର ରଖାଯାଇଛି । ସିଙ୍ଘୁ ସୀମାରେ ଥିବା ଫ୍ଲାଏଓଭରକୁ ମଧ୍ୟ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ଆନ୍ଦୋଳନରେ ସାମିଲ ହୋଇଛନ୍ତି ପ୍ରାୟ ୨୦ ହଜାର ଚାଷୀ । ରାଲିରେ ପ୍ରାୟ ଦୁଇ ହଜାର ୫୦୦ ଟ୍ରାକ୍ଟର ବ୍ୟବହାର ହୋଇଛି ।

ଏହା ମଧ୍ୟ ପଢନ୍ତୁ ......'ଦିଲ୍ଲୀ ଚଲୋ' ଆନ୍ଦୋଳନ ଜାରି: ରେଳରୋକ କଲେ କୃଷକ, ଆଜି କେନ୍ଦ୍ର ସହ ପୁଣି ଆଲୋଚନା

ଅମୀୟ ପଟ୍ଟନାୟକ କହିଛନ୍ତି ," ଦେଶର କୃଷକମାନଙ୍କ ପାଇଁ ବିକାଶ ନାଁରେ ବିନାଶ କରୁଛନ୍ତି କେନ୍ଦ୍ର ସରକାର । କୃଷି ଏମଏସପି ବୃଦ୍ଧି କରାଯାଉ, ଏହାସହ ସ୍ୱାମୀନାଥମ କମିଟିକୁ ତୁରନ୍ତ କାଯ୍ୟକାରୀ କରାଯାଉ । ଏହା ପୂର୍ବରୁ ମଧ୍ୟ 3ଟି କଳା କୃଷି ଆଇନ ଆଣିଥିଲେ କେନ୍ଦ୍ର ସରକାର । ସମଗ୍ର ଦେଶରେ ଏହାକୁ ବିରୋଧ ହେବାପରେ ଶେଷରେ ବାଧ୍ୟ୍ୟ ହୋଇ ଏହାକୁ ପ୍ରତ୍ୟାହାର କରିଥିଲେ । କୃଷକଙ୍କ 13ମାସ ଆନ୍ଦୋଳନରେ 750 ଲୋକ ଆତ୍ମବଳୀ ଦେଲେ । ଏବେ ପୁନର୍ବାର କୃଷକ ଆନ୍ଦୋଳନକୁ ବିରୋଧ କରାଯାଉଛି । ତେଣୁ ରାଜ୍ୟରେ ସମସ୍ତ କୃଷକ ଆନ୍ଦୋଳନକୁ ସମର୍ଥନ ଦେବ କଂଗ୍ରେସ । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.