ETV Bharat / state

ସ୍କୁଟି ଧକ୍କାରେ ଚାଲିଗଲା ଜୀବନ, ଜଣେ ଗୁରୁତର

author img

By ETV Bharat Odisha Team

Published : Feb 4, 2024, 8:37 AM IST

Road Accident
Road Accident

Road Accident: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର-ଚନ୍ଦାହାଣ୍ଡି ମୁଖ୍ୟରାସ୍ତାରେ ସ୍କୁଟି ଧକ୍କାରେ ଜଣେ ମୃତ । କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ । ଅଧିକ ପଢନ୍ତୁ


ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର-ଚନ୍ଦାହାଣ୍ଡି ମୁଖ୍ୟରାସ୍ତାରେ ସଡକ ଦୁର୍ଘଟଣା । ସ୍କୁଟି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତେବେ ମୃତ ବ୍ୟକ୍ତି ରଖହରି ବାଘ (୪୮) ବୋଲି ଜଣାପଡିଛି । ସେପଟେ ଏହି ଘଟଣାକୁ ନେଇ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି ।

ସୂଚନା ମୁତାବକ, ରଖହରି ରାସ୍ତା ପାଖରେ ଥିବା ତାଙ୍କ ବିଲରେ ଚଣା ଫସଲ ଜଗିବା ପାଇଁ ଶରଧାପୁର ମୁଖ୍ୟରାସ୍ତାରେ ନିଜ ବାଇକ ନିକଟରେ ଠିଆ ହୋଇଥିଲେ । ସେହି ସମୟରେ ମହୁଳପଡ଼ାର କ୍ଷୀରସିନ୍ଧୁ ପୂଜାରୀ ସ୍କୁଟି ଯୋଗେ ଦୋକାନକୁ ଆସୁଥିଲେ । କ୍ଷୀରସିନ୍ଧୁ ଭାରସାମ୍ୟ ହରାଇ ଠିଆ ହୋଇଥିବା ରଖହରି ବାଘଙ୍କୁ ଧକ୍କା ଦେବା ଫଳରେ ତାଙ୍କ ବାମ ଗୋଡ଼ର ହାଡ଼ ବାହାରି ଯାଇଥିଲା। ଏପଟେ କ୍ଷୀରସିନ୍ଧୁ ସ୍କୁଟିରୁ ତଳେ ପଡ଼ି ଯିବା ଫଳରେ ତାଙ୍କର ମୁହଁ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗି ସେଠାରେ ଅଚେତ ହୋଇ ଯାଇଥିଲେ । ସେଠାରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଦମ୍ପତିଙ୍କ ସ୍କୁଟିକୁ ଧକ୍କା ଦେଲା ହାଇଓ୍ବା, ସ୍ତ୍ରୀ ମୃତ ସ୍ବାମୀ ଆହତ

ହେଲେ ସେଠାରେ ଡାକ୍ତର ମନୀଷ କୁମାର ପୁରୋହିତ ରଖହରିଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ଭାଇ ତନୁରାମ ବାଘ ଚନ୍ଦାହାଣ୍ଡି ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜ୍ଜୁ କରି ଡାକ୍ତରଖାନାରୁ ମୃତଦେହ ଜବତ କରିଥିଲା । ସେପଟେ ମୃତକ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ଲୋକେ କ୍ଷତିପୂରଣ ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଅଡ଼ି ବସିଛନ୍ତି । ଏନେଇ ଘଟଣାର ତଦନ୍ତ ଏସ୍‌ଆଇ ଖଗେଶ୍ୱର ଖୋସଲା କରୁଛନ୍ତି । ପରେ ଡାକ୍ତରଖାନା ଯାଇ ପୋଲିସ ମୃତଦେହ ଜବତ କରିଛି । ସେପଟେ ଗୁରୁତର କ୍ଷୀରସିନ୍ଧୁଙ୍କୁ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଥିବା ନେଇ ଡାକ୍ତର ମନୀଷ କୁମାର ପୁରୋହିତ ପ୍ରକାଶ କରିଛନ୍ତି । ମୃତକ ଜଣେ ଗରିବ ଶ୍ରେଣୀର ହୋଇ ଥିବାରୁ କ୍ଷତିପୂରଣ ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.