ETV Bharat / state

ବସ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା; ହେଲପର ମୃତ, ୭ ଗୁରୁତର

author img

By ETV Bharat Odisha Team

Published : Feb 29, 2024, 9:30 AM IST

Sambalpur Bus Accident
Sambalpur Bus Accident

Sambalpur Bus Accident: ସମ୍ବଲପୁର ଜମନକିରା ୫୩ ନଂ ଜାତୀୟ ରାଜପଥରେ ବସ୍ ଦୁର୍ଘଟଣା । ଟ୍ରକ ସହ ମୁହାଁମୁହିଁ ଧକ୍କାରେ ଜଣଙ୍କ ମୃତ୍ୟୁ ଓ ୭ ଜଣ ଆହତ । ଅଧିକ ପଢନ୍ତୁ

Sambalpur Bus Accident

ସମ୍ବଲପୁର: ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଜମେନକିରା ୫୩ ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ବସ୍ ହେଲପର ହୋଇଥିବା ଜଣାପଡିଛି । ଏଥିରେ ୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ୨୦ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ଜମନକିରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ କିଛି ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଭୀମସାର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥର ଆମଲାଙ୍ଗ ଗାଁର ବୁଲାଣିରେ ଯାତ୍ରୀବାହୀ ବସ୍ ଓ ଟ୍ରକ ମଧ୍ୟରେ ଏପରି ମୁହାଁମୁହିଁ ଧକ୍କା ହୋଇଛି । ଶ୍ରୀରାମଜୀ ନାମକ ଘରୋଇ ବସ (ଓଡି-୦୧- ୟୁ-୭୮୮୯) ବରଗଡ଼ରୁ ବାହାରି ସମ୍ବଲପୁର ଦେଇ ବାଲେଶ୍ବର ଯାଉଥିଲା । ବୁଧବାର ରାତି ପ୍ରାୟ ୧୧ଟା ସମୟରେ ଜମନକିରା ଥାନାଠାରୁ ୬ କିମି ଦୂର ଆମଲାଙ୍ଗ ବୁଲାଣିରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ (ଓଡି-୦୯-କ୍ୟୁ-୨୯୯୪) ସହ ବସ୍‌ର ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଜମନକିରା ଡାକ୍ତରଖାନାକୁ ନେଇଥିଲେ । ଗୁରୁତରଙ୍କ ମଧ୍ୟରେ ବସର ହେଲପରଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା l

ତେବେ ଅନ୍ୟ ଆହତମାନଙ୍କ ପରିଚୟ ମିଳିପାରି ନାହିଁ । ଖବର ପାଇ ଜମନକିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗାଡ଼ିକୁ ଜବତ କରି ତଦନ୍ତ କରୁଛି l ଏହି ଦୁର୍ଘଟଣାରେ ୭ ଜଣ ବସ୍ ଯାତ୍ରୀ ଗୁରୁତର ଓ ୨୦ ଜଣ ସାମାନ୍ୟ ଆହତ ହୋଇଛନ୍ତି l କିଛି ଗୁରୁତରଙ୍କୁ ବୁର୍ଲା ଭୀମସାର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ମଧ୍ୟପ୍ରଦେଶରେ ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, 14 ମୃତ


ରାଜ୍ୟରେ ସଡ଼କ ଦୁର୍ଘଟଣା ନିତିଦିନିଆ ଘଟଣା ହୋଇଗଲାଣି । ପ୍ରତିଦିନ କେଉଁଠି ନା କେଉଁଠି ମର୍ମନ୍ତୁଦ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ଯାଉଛି । ବିଶେଷକରି ଗତ କିଛି ଦିନ ମଧ୍ୟରେ ବସ୍‌ ଦୁର୍ଘଟଣା ମାମଲା ଅତି ଚିନ୍ତାଜନକ ରହିଛି । ନିକଟରେ ଗଞ୍ଜାମରେ ଏକ ଯାତ୍ରୀବାହୀ ବସ୍ ଦୁଇ ଜଣ ସ୍କୁଟି ଚାଳକଙ୍କ ଉପରେ ମାଡି ଯାଇଥିଲା । ଏଥିରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଥିଲା । ସେହିପରି ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଖମଣ ନିକଟରେ ଗୋଟିଏ ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.