ETV Bharat / state

ବିଜେପି ଛାଡିଲେ ନୀଳଗିରି ବିଧାୟକ, ହୋଇପାରେ ଘରବାହୁଡା - Nilagiri MLA Sukanta Nayak

author img

By ETV Bharat Odisha Team

Published : Mar 29, 2024, 1:28 PM IST

Updated : Mar 29, 2024, 4:22 PM IST

Nilagiri MLA Sukanta Nayak Quits BJP: ନୀଳଗିରି ବିଧାୟକ ସୁକାନ୍ତ ନାୟକ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି । ରାଜ୍ୟ ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର । ଅଧିକ ପଢନ୍ତୁ

Nilagiri MLA Sukanta Nayak Quits BJP
Nilagiri MLA Sukanta Nayak Quits BJP

Nilagiri MLA Sukanta Nayak

ବାଲେଶ୍ବର: ବିଜେପିରୁ ଇସ୍ତଫା ଦେଲେ ସୁକାନ୍ତ ନାୟକ । ନୀଳଗିରି ବିଧାୟକ ସୁକାନ୍ତ ନାୟକ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହଲ ସାମଲଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ କେଉଁ କାରଣ ପାଇଁ ଦଳ ଛାଡିଲେ ସେ ନେଇ କୌଣସି ତଥ୍ୟ ପ୍ରକାଶ କରି ନାହାନ୍ତି । 2019ରେ ବିଜେପି ଟିକେଟରେ ଲଢି ବାଜି ମାରିବା ସହିତ ବିଧାୟକ ହୋଇଥିଲେ ।

ତେବେ ବିଜେପି ଛାଡିବା ପରେ ସେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପ୍ରକାଶଥାଉକି, ପୂର୍ବରୁ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ବେଳେ ଏବେ ସେ ନିଜ ଘରକୁ ବାହୁଡିବା ନେଇ ସୂଚନା ରହିଛି । ସକାଳେ ସାଲେପୁର ବିଧାୟକ ବିଜେପି ଛାଡିଥିବା ବେଳେ ବର୍ତ୍ତମାନ ନୀଳଗିରି ବିଧାୟକ ବିଜେପି ଛାଡିଛନ୍ତି ।

ରଥଯାତ୍ରା ବନ୍ଦ ପାଇଁ ଚିଠି: ନୀଳଗିରି ବିଧାୟକଙ୍କ ବିରୋଧରେ ଏତଲା

ବିଜେପିରୁ ଇସ୍ତଫା ଦେବା ନେଇ ସେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, "ମୁଁ ଆଜି ଦଳରୁ ଇସ୍ତଫା ଦେଇଛି । ରାଜ୍ୟ ସଭାପତିଙ୍କ ନିକଟକୁ ମୁଁ ମୋର ଇସ୍ତଫା ପତ୍ର ପଠାଇଛି । ତେବେ କେଉଁ କାରଣ ପାଇଁ ଦଳ ଛାଡିଛି ସେ ନେଇ ମୁଁ ପରେ କହିବି । ମୋର କର୍ମୀମାନଙ୍କ ସହିତ ଆଲୋଚନା କରିବା ପରେ ମୁଁ ପରବର୍ତ୍ତୀ ନିଷ୍ପତ୍ତି ନେବି ।" ପ୍ରତାପ ଷଡଙ୍ଗୀଙ୍କ ସହିତ ତାଙ୍କର ମତଭେଦ ହେଉଥିବା ନେଇ ଦୀର୍ଘଦିନ ହେବ ଚର୍ଚ୍ଚା ହେଉଥିବା ବେଳେ ସେ ଆଜି ଚର୍ଚ୍ଚାରେ ବିରାମ ଲଗାଇ ଇସ୍ତଫା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିଜେପି ଛାଡ଼ିଲେ କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ବିଜେଡିରେ ସାମିଲ ନେଇ ଚର୍ଚ୍ଚା - Prakash Behera quits BJP

ସୁକାନ୍ତ ନାୟକ ଛୋଟ ବେଳୁ ରାଜନୀତିରେ ରୁଚି ରଖିଥିଲେ । ରାଜନୀତି ପ୍ରତି ରୁଚି ରହିଥିବାରୁ ସରକାରୀ ଚାକିରି ଛାଡି ରାଜନୀତିରେ ପାଦ ଥାପିଥିଲେ । ଯଦି ତାଙ୍କର ରାଜନୀତି କ୍ୟାରିୟର କଥା ଦେଖିବା ତାହେଲେ ସେ 92-94 ଯାଏଁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ 2014 ନିର୍ବାଚନରେ ସେ ବିଜେଡି ପାଇଁ ଲଢିଥିଲେ । ବିଜେପି ପ୍ରାର୍ଥୀ ସୁଷମା ବିଶ୍ବାସକୁ ହରାଇ ବିଧାୟକ ହୋଇଥିଲେ । ହେଲେ କୌଣସି କାରଣ ପାଇଁ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ । ଅନ୍ୟପକ୍ଷରେ 2019ରେ ସେ ବିଜେପିରୁ ପ୍ରାର୍ଥୀ ହୋଇ ମଧ୍ୟ ଜିତିଥିଲେ । ସନ୍ତୋଷ ଖଟୁଆକୁ ପରାଜିତ କରି ସେ ବିଧାୟକ ହୋଇଥିଲେ । ସୁକାନ୍ତ ନାୟକ ୬୯୫୧୭ ଖଣ୍ଡ ଭୋଟ ପାଇଥିବା ବେଳେ ସନ୍ତୋଷ ଖଟୁଆ ୬୭୫୧୭ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । 2019 ନିର୍ବାଚନରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଜେପିରୁ ଲଢ଼ି ବାଲେଶ୍ଵର ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ସୁକାନ୍ତ ସେହିବର୍ଷ ବିଜେପିରୁ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ । କୁହାଯାଉଛି ଯେ ପ୍ରତାପଙ୍କ ସହ ସୁକାନ୍ତଙ୍କର ମତ ପାର୍ଥକ୍ୟ ହେବା କାରଣରୁ ସୁକାନ୍ତ ବିଜେପି ଛାଡିଥିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବାଲେଶ୍ବର

Last Updated :Mar 29, 2024, 4:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.