ETV Bharat / state

ବିଜେପି ଛାଡ଼ିଲେ କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ବିଜେଡିରେ ସାମିଲ ନେଇ ଚର୍ଚ୍ଚା - Prakash Behera quits BJP

author img

By ETV Bharat Odisha Team

Published : Mar 29, 2024, 10:05 AM IST

Ex-MLA Prakash Behera quits BJP: ବିଜେପିରୁ ଇସ୍ତଫା ଦେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା । ରାଜ୍ୟ ବିଜେପି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର । ସେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

Prakash Behera
Prakash Behera

କଟକ: ବିଜେପି ଛାଡ଼ିଲେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ସେ ସାଲେପୁରର ପୂର୍ଵତନ ବିଧାୟକ ଥିଲେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଇସ୍ତଫା ପତ୍ର ପଠାଇ ଦଳର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ବିଜେପି ଛାଡିବା ପରେ ବର୍ତ୍ତମାନ ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଯଦି କହିବା ପ୍ରକାଶ ବେହେରାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି । ପ୍ରଥମେ କଂଗ୍ରେସ ପରେ ବିଜେପି ଏବଂ ବର୍ତ୍ତମାନ ବିଜେଡିରେ ଯୋଗଦେବା ନେଇ ଖବର ମିଳିଛି । ପୂର୍ବରୁ ସାଲେପୁରର କଂଗ୍ରେସ ବିଧାୟକ ରହିଥିବା ବେଳେ ବର୍ତ୍ତମାନ ତାଙ୍କୁ ବିଜେଡିରୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଛି । ସେ ବିଜେଡି ଟିକେଟରୁ ସାଲେପୁରର ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ: ବିଜେପିରେ ମିଶିଲେ ପ୍ରକାଶ

ସାଲେପୁରର ପୂର୍ବତନ ବିଧାୟକ ଥିଲେ ପ୍ରକାଶ: 2014 ନିର୍ବାଚନରେ ପ୍ରକାଶ ବେହେରା ସାଲେପୁରରୁ କଂଗ୍ରେସ ଟିକେଚରେ ଲଢ଼ି ବିଜୟୀ ହୋଇଥିଲେ । 2019 ନିର୍ରେବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେବା ସହ, ବିଜେପି ପକ୍ଷରୁ ସାଲେପୁର ବିଧାନସଭା ପାଇଁ ଲଢି ପରାଜିତ ହୋଇଥିଲେ । 2019ରେ ସେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କଠାରୁ ହାରିଥିଲେ । ତାଙ୍କର ଦଳ ଛାଡିବା ପରେ ସାଲେପୁର ରାଜନୀତି ସରଗରମ ରହିଛି । ପ୍ରକାଶଥାଉକି, ବିଜେଡି ପ୍ରଥମ ପର୍ଯ୍ୟାୟରେ 72ଟି ବିଧାନସଭା ଆସନ ପାଇଁ ପ୍ରାଥୀ ଘୋଷଣା କରିଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ସାଲେପୁର ବିଧାନସଭା ସିଟ୍ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ସେ ସାଲେପୁରରୁ ବିଜେଡି ଟିକେଟରେ ଲଢିବା ନେଇ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ: କଂଗ୍ରେସ ବିଧାୟକ ହାତ ଛାଡିବାର ଅସଲ କାରଣ କଣ?

ପ୍ରକାଶ ବେହେରାଙ୍କ ଇସ୍ତଫା ପତ୍ର: ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ପ୍ରକାଶ ଲେଖିଛନ୍ତି, "ମୁଁ ବିଜେପି ଛାଡିବି । ଏହାସହ କଟକ ଜିଲ୍ଲା ବିଜେପି ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଉଛି । ମୁଁ ସର୍ବଦା ମୋ ପଦକୁ ନ୍ୟାୟ ଦେବା ପାଇଁ ପ୍ରୟାସ କରି ଆସିଛି । ଦଳକୁ ମାଇଲଖୁଣ୍ଡ ହାସଲ କରାଇବା ପାଇଁ ସର୍ବଦା ଚେଷ୍ଟା କରିଥିଲି । କିନ୍ତୁ ମୁଁ ଏହାକୁ ସଠିକ ଭାବେ ତୁଲାଇ ପାରି ନାହିଁ । କିନ୍ତୁ ଦଳ ମୋତେ ଏଭଳି ପଦ ଏବଂ ଆପଣଠାରୁ ପାଇଥିବା ନେତୃତ୍ବ ଯୋଗୁଁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି । "

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.