ETV Bharat / state

ରଥଯାତ୍ରା ବନ୍ଦ ପାଇଁ ଚିଠି: ନୀଳଗିରି ବିଧାୟକଙ୍କ ବିରୋଧରେ ଏତଲା

author img

By

Published : Jun 7, 2021, 12:51 PM IST

ନୀଳଗିରିରେ ରଥଯାତ୍ରା ବନ୍ଦ କରିବା ପାଇଁ ନେଇ ବିଧାୟକ ସୁକାନ୍ତ ନାୟକ ବାଲେଶ୍ବର ଜିଲାପାଳଙ୍କୁ ଚିଠି ଲେଖିବା ପ୍ରସଙ୍ଗ ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି । ଏନେଇ ବିଧାୟକଙ୍କୁ ଗିରଫ ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହ ଦ୍ୱାର ଥାନାରେ ଏତଲା ଦିଆଯାଇଛି । ଅଧିକ ପଢନ୍ତୁ...

ନୀଳଗିରି ବିଧାୟକଙ୍କ ବିରୋଧରେ ଥାନାରେ ଏତଲା ଦେଲା ଜଗନ୍ନାଥ ସେନା
ନୀଳଗିରି ବିଧାୟକଙ୍କ ବିରୋଧରେ ଥାନାରେ ଏତଲା ଦେଲା ଜଗନ୍ନାଥ ସେନା

ପୁରୀ: ନୀଳଗିରିରେ ରଥଯାତ୍ରା ବନ୍ଦ କରିବା ପାଇଁ ନୀଳଗିରି ବିଧାୟକ ସୁକାନ୍ତ ନାୟକ ବାଲେଶ୍ବର ଜିଲାପାଳଙ୍କୁ ଚିଠି ଲେଖିବା ପ୍ରସଙ୍ଗ ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି । କୋଭିଡ ସମୟରେ ଅଯଥାରେ ପ୍ରଶାସନ ରଥଯାତ୍ରା ଅୟୋଜନରେ ଅର୍ଥ ଖର୍ଚ୍ଚ ନକରି ଏହାକୁ ବନ୍ଦ କରିବା ନେଇ ଲେଖାଥିବା ଚିଠିକୁ ପୁରୀର ଜଗନ୍ନାଥ ସେନା ବିରୋଧ କରିଛି ।

ନୀଳଗିରି ବିଧାୟକଙ୍କ ବିରୋଧରେ ଥାନାରେ ଏତଲା ଦେଲା ଜଗନ୍ନାଥ ସେନା

କୋଟି କୋଟି ଭକ୍ତଙ୍କ ଭାବାବେଗକୁ ବିଧାୟକ ଆଘାତ ଦେଇଥିବା ହେତୁ ତୁରନ୍ତ ବିଧାୟକଙ୍କୁ ଗିରଫ ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ମହାମାରୀ ସମୟରେ ଧାର୍ମିକ କାର୍ଯ୍ୟ ହେବକି ନାହିଁ ତାହା ପ୍ରଶାସନ ଓ ସରକାରଙ୍କ ଉପରେ ଦାୟିତ୍ୱ ରହିଛି ।

ଯେତେବେଳେ ସରକାର ଓ ପ୍ରଶାସନ ଏନେଇ କିଛି ପ୍ରତିକ୍ରିୟା ରଖି ନାହାନ୍ତି, ସେତେବେଳେ ନୀଳଗିରି ବିଧାୟକ ରଥଯାତ୍ରା ବନ୍ଦ କରିବା ପାଇଁ କହିବା କେତେ ଦୂର ଠିକ ବୋଲି ଜଗନ୍ନାଥ ସେନା କହିଛି । ଜଣେ ଓଡିଆ ହୋଇ ଓ ଜଣେ ଲୋକ ପ୍ରତିନିଧି ହୋଇ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବା କହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଜଗନ୍ନାଥ ସେନା କହିଛି ।

ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଧାୟକ କଣ ତାଙ୍କ ହାତରୁ ଟଙ୍କା ଖର୍ଚ୍ଚ କରୁଛନ୍ତି କି ବୋଲି ଜଗନ୍ନାଥ ସେନା କହିଛି। ତେବେ ମହାପ୍ରଭୁଙ୍କୁ ନୀଳଗିରି ବିଧାୟକ ଅସମ୍ମାନ ଓ ଓଡ଼ିଆ ଜାତିକୁ ଆଘାତ ଦେଇଥିବା ହେତୁ ତୁରନ୍ତ ବିଧାୟକ କ୍ଷମା ନମାଗିଲେ ଜଗନ୍ନାଥ ସେନା ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.