ETV Bharat / state

ଯୌତୁକ ଜୁଇରେ ଜଳିଗଲେ ନବବଧୂ, ହତ୍ୟା ଅଭିଯୋଗ କଲେ ମୃତକଙ୍କ ପରିବାର - Newly Married Woman Death

author img

By ETV Bharat Odisha Team

Published : Apr 1, 2024, 10:22 PM IST

ଯୌତୁକ
ଯୌତୁକ

Newly Married Woman Death: ଯୌତୁକ ପାଇଁ ଚାଲିଗଲା ନବ ବଧୂର ଜୀବନ । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପ ଘର ଲୋକ । ଅଧିକ ପଢ଼ନ୍ତୁ

ଯୌତୁକ

କଟକ: ଆଜି ବି ଥମୁନି ଯୌତୁକ ପାଇଁ ବଧୂ ହତ୍ୟା ଘଟଣା । ପୁଣି ସାମ୍ନାକୁ ଆସିଲା ବଧୂ ହତ୍ୟା ଅଭିଯୋଗ । ଯୌତୁକ ପାଇଁ ଚାଲିଗଲା ନବ ବଧୂର ଜୀବନ । ବାହାଘରକୁ 20 ଦିନ ନ ପୂରୁଣୁ ବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପ ଘର ଲୋକ । କେନ୍ଦ୍ରାପଡା ମାର୍ଶାଘାଇ ଅଞ୍ଚଳର ଆଦ୍ୟାଶା ସୁଭଦର୍ଶିନୀ ମହାପାତ୍ରଙ୍କ ସନ୍ଦେହ ଜନକ ମୃତ୍ୟକୁ ନେଇ ଏଭଳି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ।

ସୂଚନା ଅନୁସାରେ, ଗତ ମାର୍ଚ୍ଚ 11 ତାରିଖରେ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ଆଦ୍ୟାଶା ସୁଭଦର୍ଶିନୀ ମହାପାତ୍ର କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଞ୍ଚଳର ଟୁଟୁ ମହାପାତ୍ରଙ୍କୁ ବିବାହ କରିଥିଲେ । ହେଲେ ବିବାହର କିଛିଦିନ ପରେ ପୁଅ ଘର ପରିବାର ନବ ବିବାହିତା ବଧୂଙ୍କୁ ଶାରୀରିକ ଓ ମାନସିକ ଅତ୍ୟାଚାର କରୁଥିଲେ । ଏପିରିକି ଫୋନ ଯୋଗେ ଝିଅ କୌଣସି କାମ କରୁନଥିବା କହି ଶାଶୁଘର ଲୋକ ଗାଳି ଗୁଲଜ କରୁଥିବା ନେଇ ଅଭିଯୋଗ କରିଛନ୍ତି ମୃତକ ନବବଧୁଙ୍କ ବାପା ଅଜୟ ମହାପାତ୍ର ।

ତେବେ ମୃତକଙ୍କ ବାପାଙ୍କ କହିବା ଅନୁଯାୟୀ, ବିବାହର କିଛିଦିନ ପରେ ଶାଶୁଘର ଲୋକେ ତାଙ୍କ ଝିଅକୁ ନିଯ୍ୟାତନା ଦେଉଥିଲେ । ଗତକାଲି ଆଦ୍ୟାଶାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଛାତିରେ ଯନ୍ତ୍ରଣା ହେବା ପରେ ଶାଶୁଘର ଲୋକ ଆଦ୍ୟାଶାଙ୍କୁ କିଛି ପିଇବାକୁ ଦେଇଥିଲେ । ଏହାପରେ ଆଦ୍ୟାଶାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତରୁ ହେବାରୁ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଏସସିବି ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ କିଛି ସମୟର ଚିକିତ୍ସା ପରେ ସେଠାରେ ଆଦ୍ୟାଶାଙ୍କର ମୃତ୍ୟ ହୋଇଥିଲା ।

ଏହା ମଧ୍ୟ ଢ଼ନ୍ତୁ....ପୁଣି ବଧୂ ହତ୍ୟା ଅଭିଯୋଗ, ଶ୍ବଶୁର ଓ ଦେଢଶୁର ଥାନାରେ ଅଟକ

ଏହା ମଧ୍ୟ ପଢ଼ନ୍ତୁ...ମାଟ୍ରିମୋନି ସାଇଟରୁ ବର ଖୋଜି ଝିଅକୁ ବିବାହ ଦେଇଥିଲେ, ଯୌତୁକ ପାଇଁ ଝିଅକୁ ହତ୍ୟା ଅଭିଯୋଗ

ମୃତକଙ୍କ ମାଆଙ୍କ ଅଭିୟୋଗ ଅନୁଯାୟୀ, ତାଙ୍କ ଝିଅକୁ ଶାଶୁଘର ଲୋକ ପାଣିରେ କିଛି ମିଶାଇ ପିଇବାକୁ ଦେଇଥିଲେ । ଏହା ପରେ ତାଙ୍କ ଝିଅର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଝିଅର ଶାଶୁଘର ଲୋକ ମିଶି ତାଙ୍କ ଝିଅକୁ ହତ୍ୟା କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ପୋଲିସର ଦ୍ୱାରସ୍ଥ ହୋଇ ନ୍ୟାୟ ପାଇବା ଆଶାରେ ରହିଛନ୍ତି ଆଦ୍ୟାଶାଙ୍କ ପରିବାର । ତେବେ ଆଜି ମୃତଦେହ ବ୍ୟବଚ୍ଛେଦ ହୋଇ ରିପୋର୍ଟ ଆସିବା ପରେ ଏହି ମାମଲାର ସତ୍ୟାସତ୍ୟ କ'ଣ ତାହା ସାମ୍ନାକୁ ଆସିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.