ETV Bharat / state

ପୁଣି ବଧୂ ହତ୍ୟା ଅଭିଯୋଗ, ଶ୍ବଶୁର ଓ ଦେଢଶୁର ଥାନାରେ ଅଟକ

author img

By ETV Bharat Odisha Team

Published : Mar 21, 2024, 8:28 AM IST

Suspicious Death Of Woman: ଅସ୍ତରଙ୍ଗରରୁ ଆସିଲା ବଧୂ ହତ୍ୟା ଅଭିଯୋଗ । ମୃତକ ଜଣକ ହେଲେ ଝାଡ଼ଲିଙ୍ଗ ଗ୍ରାମର ୨୫ ବର୍ଷୀୟା ଚିକି ପରିଡା । ଅଧିକ ପଢନ୍ତୁ

ପୁଣି ବଧୂ ହତ୍ୟା ଅଭୁିଯୋଗ , ଶ୍ବଶୁର ଓ ଦେଢଶୁର ଥାନାରେ ଅଟକ
ପୁଣି ବଧୂ ହତ୍ୟା ଅଭୁିଯୋଗ , ଶ୍ବଶୁର ଓ ଦେଢଶୁର ଥାନାରେ ଅଟକ

ପୁଣି ବଧୂ ହତ୍ୟା ଅଭୁିଯୋଗ, ଶ୍ବଶୁର ଓ ଦେଢଶୁର ଥାନାରେ ଅଟକ

ନିମାପଡ଼ା: ରାଜ୍ୟରେ ଦିନକୁ ଦିନକୁ ବଢି ଚାଲିଛି ନାରୀ ନିର୍ଯାତନା । ପୁରୀ ଜିଲ୍ଲାରୁ ପୁଣି ସାମ୍ନାକୁ ଆସିଲା ବଧୂ ହତ୍ୟା ଅଭିଯୋଗ । ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତ ବାଲିଡିଆ ଗ୍ରାମରେ । ଖବର ପାଇ ଅସ୍ତରଙ୍ଗ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ହେଲେ ଝାଡ଼ଲିଙ୍ଗ ଗ୍ରାମର ୨୫ ବର୍ଷୀୟା ଚିକି ପରିଡା । ପୋଲିସ ଦୁଇ ଜଣକୁ ଅଟକ ରଖି ପଚରାଉଚାର କରୁଛି ।

ସୂଚନା ଯୋଗ୍ୟ, ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତ ବାଲିଡିଆ ଗ୍ରାମର ବୁବୁ ବେହେରା ନାମକ ଜଣେ ବ୍ୟକ୍ତି ଝାଡ଼ଲିଙ୍ଗ ଗ୍ରାମର ଚିକି ପରିଡାଙ୍କୁ 6 ବର୍ଷ ପୂର୍ବେ ବୈଦିକ ରୀତିନୀତିରେ ବିବାହ କରିଥିଲେ । ମୃତ ଚିକିଙ୍କ ବାପା କହିବା ଅନୁସାରେ କିଛି ଦିନ ତଳେ ତାଙ୍କ ଝିଅକୁ ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ଦିଆଯାଇଥିଲା । ଶ୍ଵଶୁର ଘରେ ଝଗଡା ହୋଇଥିଲା, ସେ ନିଜେ ଆସି ଆପୋଷ ବୁଝାମଣା କରିଥିଲେ । ଦୀର୍ଘ ଦିନ ହେବ ପରିବାରରେ କୈଣସି କାରଣକୁ ନେଇ କଳହ ଲାଗି ରହିଥିଲା । ହେଲେ ଗତ ମଙ୍ଗଳବାର ଦିନ ଚିକି ଜୀବନ ହାରିବା ନେଇ ତାଙ୍କ ବାପା ଖବର ପାଇଥିଲେ । ସଙ୍ଗେ ସଙ୍ଗେ ମୃତକଙ୍କ ପରିବା ଲୋକେ ଶ୍ଵଶୁର ପହଞ୍ଚି, ଚିକିଙ୍କ ସନ୍ଦେହଜନକ ମୃତଦେହକୁ ଉଦ୍ଧାର କରିଥିଲେ । ଏହା ପରେ ମୃତକଙ୍କ ବାପା ଘଟଣା ସମ୍ପର୍କରେ ଅସ୍ତରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ .....ବାରଙ୍ଗ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ଗିରଫ, ମହିଳାଙ୍କୁ ହତ୍ୟା ପୂର୍ବରୁ ନେଇଥିଲା ସିନ୍ଦୁର ଓ ବାହାଘର କାର୍ଡ

ଖବର ପାଇଁ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ ପୋଲିସ ଅଭିଯୋଗ ଆଧାରରେ ବୋହୁର ଶ୍ବଶୁର ଓ ଦେଢଶୁରକୁ ରାତିରେ ଥାନାକୁ ଆଣି ପଚରାଉଚରା ଜାରି ରଖିଛି ।ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ ପ୍ରକୃତ କରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।

ଯୌତୁକ ନିର୍ଯାତନା ପାଇଁ ଏଭଳି ଘଟଣା ଘଟିଛି ବୋଲି ଚିକିଙ୍କ ପରିବାର ସନ୍ଦେହ କରୁଛନ୍ତି । ସେପଟେ ତାଙ୍କ ସ୍ବାମୀ ଏ ଖବର ପାଇ ଭୁବନେଶ୍ବରରୁ ଆସୁଥିବା ବେଳେ ନିମାପଡାରେ ଗାଡିରୁ ପଡ଼ି ଯାଇ ଆହତ ହୋଇଥିବା ଚିକିଙ୍କ ଶ୍ବଶୁର ଘର ଲୋକ ପୋଲିସକୁ ଜଣାଇଛନ୍ତି । ଏହା ଏକ ଷଡଯନ୍ତ୍ର ହତ୍ୟାକାଣ୍ଡ ନା' ମାନସିକ ଚାପରେ ମହିଳା ଜଣଙ୍କ ଜୀବନ ହାରିଛନ୍ତି ତାହା ଅଧିକ ତଦନ୍ତ ପରେ ଜଣାପଡିବ ବୋଲି ସୂଚନା ମିଳିଛି ।


ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.