ETV Bharat / state

ବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଆସିବେ ଆସାମ ପଶୁପକ୍ଷୀ

author img

By ETV Bharat Odisha Team

Published : Mar 12, 2024, 7:57 PM IST

Animal Exchange Program: ଆରମ୍ଭ ହୋଇଛି ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା । ନନ୍ଦନକାନନ ଓ ଆସାମ ମଧ୍ୟରେ ପଶୁପକ୍ଷୀ ଅଦଳବଦଳ କରାଯିବ । ନନ୍ଦନକାନନ ଆସାମର ପଶୁପକ୍ଷୀ ସାଜିବେ ମୁଖ୍ୟ ଆକର୍ଷଣ । ଅଧିକ ପଢ଼ନ୍ତୁ,

ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା
ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା

ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା

ଭୁବନେଶ୍ବର: ଆରମ୍ଭ ହୋଇଛି ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା । ନନ୍ଦନକାନନ ଓ ଆସାମ ମଧ୍ୟରେ ପଶୁପକ୍ଷୀ ଅଦଳ ବଦଳ କରାଯିବ । ନନ୍ଦନକାନନରେ ଆସାମର ପଶୁପକ୍ଷୀ ସାଜିବେ ମୁଖ୍ୟ ଆକର୍ଷଣ । ଆସାମରୁ ନନ୍ଦନକାନନକୁ ଦୁଇଟି କଇଁଛ, ଦୁଇଟି ପେଲିକାନ, ଦୁଇଟି ହିମାଲୟନ ଶାଗୁଣା ଏବଂ ଆଡଜୁଟାଣ୍ଟ ଷ୍ଟୋର୍କ ପକ୍ଷୀ ଆସିବାର ସୂଚନା ରହିଛି । ଅନ୍ୟପଟେ ବତକ ସହିତ ପ୍ରାୟ ୧୭ଟି ପଶୁପକ୍ଷୀଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଆସାମକୁ ପଠାଯିବ ବୋଲି ନନ୍ଦନକାନନ ପକ୍ଷରୁ କୁହାଯାଇଛି । ତେବେ ଅନୁମୋଦିତ ମାଷ୍ଟରପ୍ଲାନ ଅନୁଯାୟୀ ପଶୁପକ୍ଷୀ ମାନଙ୍କ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଏହା ହେଉଛି ଚତୁର୍ଥ ପଶୁ ବିନିମୟ କାର୍ଯ୍ୟକ୍ରମ ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ ଦ୍ବାରା ଏହି ଅଦଳବଦଳ ପ୍ରକ୍ରିୟାକୁ ଅନୁମୋଦନ କରାଯାଇଛି । ଆସାମର ଗୌହାଟୀ ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଏକାଧିକ ପ୍ରାଣୀ ଆସିବେ । ଯାହାକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକ ଟିମ ଆସାମ ବାହାରିଛନ୍ତି । ମାର୍ଚ୍ଚ ୨୧ ତାରିଖ ସୁଦ୍ଧା ଆସାମରୁ ଆସିଥିବା ଜୀବଜନ୍ତୁ ନନ୍ଦନକାନନରେ ପହଞ୍ଚିବେ । ଯାହା ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ନନ୍ଦନକାନନ ଏବଂ ସମ୍ବଲପୁର ପ୍ରାଣୀ ଉଦ୍ୟାନ ମଧ୍ୟରେ ଜୀବଜନ୍ତୁ ଅଦଳବଦଳ, ବଂଶ ବୃଦ୍ଧି ପାଇଁ ପ୍ରୟାସ

ଏହାର ପ୍ରତିବଦଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ମଧ୍ୟ ଆସାମ ପ୍ରାଣୀ ଉଦ୍ୟାନକୁ ପ୍ରାଣୀ ଦିଆଯିବ । ଯେଉଁଥିରେ ଦୁଇଟି ବତକ, ମାଣ୍ଡାରିନ୍ ଡକ୍, ସ୍ପଟ୍ ବିଲ୍ ପେଲିକାନ, ବ୍ଲାକ୍ବକ, ବ୍ୟାକ୍ ହେଡ୍ ଆଇବିସ ଆଦି ରହିଛନ୍ତି । ତେବେ ଏନେଇ ପ୍ରାଣୀ ଚିକିତ୍ସକ ଡକ୍ଟର ଟି ବିକ୍ରମ, ଫରେଷ୍ଟର ଅରୂପ କୁମାର ରାଉତ, ପଶୁ ରକ୍ଷକ ବ୍ରଜ କିଶୋର ସାହୁ, ସପନ କୁମାର ଦାସ, ଉମେଶ କୁମାରଙ୍କ ସମେତ 5 ଜଣିଆ ଏକ ଟିମ୍ ଆସାମ ପ୍ରାଣୀ ଉଦ୍ୟାନରେ ପଶୁପକ୍ଷୀମାନଙ୍କୁ ଗ୍ରହଣ କରିବା ପକ୍ରିୟା ଆରମ୍ଭ କରିବେ । ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପାଖାପାଖି ୧୬୬ଟି ପ୍ରଜାତିର ପାଖାପାଖି ୧୬୬୦ଟି ଜୀବଜନ୍ତୁ ରହିଛନ୍ତି । ଏଥିରେ ୬୭ଟି ପ୍ରଜାତିର ସ୍ତନ୍ୟପାୟୀ, ୮୧ ପ୍ରଜାତିର ପକ୍ଷୀ ଓ ୧୮ଟି ପ୍ରଜାତିର ସରୀସୃପ ରହିଛନ୍ତି । ତେବେ ପୂର୍ବରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ସମ୍ବଲପୁର ପ୍ରାଣୀ ଉଦ୍ୟାନ ମଧ୍ୟରେ 2 ଅଣ୍ଡିରା ଓ 3ଟି ମାଇ ସମ୍ବର ଅଦଳବଦଳ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.