ETV Bharat / state

ନନ୍ଦନକାନନ ଏବଂ ସମ୍ବଲପୁର ପ୍ରାଣୀ ଉଦ୍ୟାନ ମଧ୍ୟରେ ଜୀବଜନ୍ତୁ ଅଦଳବଦଳ, ବଂଶ ବୃଦ୍ଧି ପାଇଁ ପ୍ରୟାସ

author img

By ETV Bharat Odisha Team

Published : Feb 20, 2024, 11:17 AM IST

Nandanakanan Animal Exchange: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଅଦଳବଦଳ । ସମ୍ବଲପୁର ପ୍ରାଣୀ ଉଦ୍ୟାନ ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ଜୀବଜନ୍ତୁଙ୍କ ଅଦଳବଦଳ ପ୍ରକ୍ରିୟା କାର୍ଯ୍ୟକ୍ରମ ଆରମ୍ଭ ହୋଉଛି । ଅଧିକ ପଢ଼ନ୍ତୁ

Nandanakanan Animal Exchange
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଅଦଳବଦଳ

ଭୁବନେଶ୍ବର: ନନ୍ଦନକାନନରେ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟା । ସମ୍ବଲପୁର ପ୍ରାଣୀ ଉଦ୍ୟାନ ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ଜୀବଜନ୍ତୁଙ୍କ ଅଦଳବଦଳ ପ୍ରକ୍ରିୟା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗତକାଲି(ସୋମାବର)ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୩ ତାରିଖ ଯାଏଁ ଚାଲିବ । ଏହା ଦ୍ୱିତୀୟ ପର୍ଯ୍ୟାୟ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ଯାହାକି ନନ୍ଦନକାନନ ଏବଂ ସମ୍ବଲପୁର ପ୍ରାଣୀ ଉଦ୍ୟାନ ମଧ୍ୟରେ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ଦ୍ଵାରା ଅନୁମୋଦିତ କରାଯାଇଛି । ଏଥିରେ ୫ଟି ସମ୍ବରକୁ ନନ୍ଦନକାନନ ଆଣାଯାଇଥିବା ବେଳେ ୮ଟି ହରିଣକୁ ସମ୍ବଲପୁର ପ୍ରାଣୀ ଉଦ୍ୟାନକୁ ଦିଆଯାଇଛି ।

ସୂଚନା ଅନୁଯାୟୀ, ସମ୍ବଲପୁର ପ୍ରାଣୀ ଉଦ୍ୟାନକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ୪ଟି ଅଣ୍ଡିରା ଓ ୪ଟି ମାଇ ହରିଣ ଜନ୍ମ ଦେଇଛି । ସେହିଭଳି ଭାବରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସମ୍ବଲପୁର ପ୍ରାଣୀ ଉଦ୍ୟାନ 2 ଅଣ୍ଡିରା ଓ 3ଟି ମାଇ ସମ୍ବର ଅଦଳବଦଳ କରାଯାଇଛି । ଏହାକୁ ନେଇ ସମ୍ବଲପୁର ପ୍ରାଣୀ ଉଦ୍ୟାନର ଏକ ଟିମ ନନ୍ଦନକାନନ ଓରାନି ଉଦ୍ୟାନରେ ପହଞ୍ଚି ସମ୍ବଲପୁରକୁ ହରିଣ ନେବା ପାଇଁ ପ୍ରସ୍ତୁତ ଆରମ୍ଭ କରିଛନ୍ତି। ୫ଟି ସମ୍ବରକୁ ନନ୍ଦନକାନନ ଆଣାଯାଇଥିବା ବେଳେ ୮ଟି ହରିଣକୁ ସମ୍ବଲପୁର ପ୍ରାଣୀ ଉଦ୍ୟାନକୁ ଦିଆଯାଇଥିବା ସୂଚନା ମିଳିଛି ।

ସେହିପରି ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ପ୍ରାଣୀ ଉଦ୍ୟାନ ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ଜୀବଜନ୍ତୁଙ୍କ ଅଦଳବଦଳ ପ୍ରକ୍ରିୟା କରାଯାଇଥିଲା। ଏଥିରେ ସମ୍ବଲପୁର ପ୍ରାଣୀ ଉଦ୍ୟାନକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ 8 ଟି କୃଷ୍ଣସାର ମୃଗ, 8 ଟି ନୀଳଗାଇ, 8 ଟି କୁଜି ହରିଣ ଆଦି ଦେଇଥିଲା । ସେହିପରି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସମ୍ବଲପୁର ପ୍ରାଣୀ ଉଦ୍ୟାନ 7 ଟି ଚଉସିଂହା ଓ ୫ଟି ସମ୍ବର ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ- ବିଶ୍ଵସ୍ତରୀୟ ହେବ ନନ୍ଦନକାନନ; ଦୁବାଇରୁ ଆସିବ ଚିତା ବାଘ, ମିଳିବ ନାଇଟ୍ ସଫାରୀ ମଜା

ତେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ବଂଶ ବୃଦ୍ଧି ପାଇଁ କର୍ତ୍ତୃପକ୍ଷ ପ୍ରୟାସ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଦୀର୍ଘ ବର୍ଷ ଧରି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କିଛି ଜୀବଜନ୍ତୁ ଏକାକୀ ଜୀବନ ବିତାଉଛନ୍ତି । ପ୍ରାଣୀ ଉଦ୍ୟାନରେ ପ୍ରାୟ ଆଉ ୨୪ ପ୍ରଜାତିର ଜୀବଜନ୍ତୁ ମାନଙ୍କର ବଂଶ ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ କରାଯାଇଛି। ଏଥ‌ିପାଇଁ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଠାରୁ ଅନୁମୋଦନ ମଧ୍ୟ ମିଳିସାରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.