ETV Bharat / state

ନବରଙ୍ଗପୁରର 62ଟି ବୁଥରେ ମତଦାନ ସମୟ ପରିବର୍ତ୍ତନ - Nabarangpur Lok Sabha constituency

author img

By ETV Bharat Odisha Team

Published : Apr 19, 2024, 2:00 PM IST

BOOTHS POLLING TIME CHANGE
BOOTHS POLLING TIME CHANGE

Nabarangpur Collector Press Meet: ନିର୍ବାଚନ ପରିଚାଳନା ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ୬୨ ଟି ବୁଥରେ ନିର୍ବାଚନ ସମୟ ପରିବର୍ତ୍ତନ । ଅଧିକ ପଢନ୍ତୁ

BOOTHS POLLING TIME CHANGE

ନବରଙ୍ଗପୁର: ନବରଙ୍ଗପୁର ଲୋକସଭା ଆସନର ସମସ୍ତ 7ଟି ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲ୍ଲାର ୬୨ ଟି ବୁଥରେ ନିର୍ବାଚନ ସମୟ ପରିବର୍ତ୍ତନ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନିର୍ବାଚନ ପରିଚାଳନା ଗତ ଅସଙ୍ଗତି ଦୂର କରି ବ୍ୟବସ୍ଥା ଗତ ଶୃଙ୍ଖଳା ଆଣିବା ଉଦ୍ଦେଶ୍ୟ ନେଇ ଏହି ସମୟ ପରିବର୍ତ୍ତନ କରାଯାଇଥିବା ଜିଲ୍ଲାପାଳ କମଳ ଲୋଚନ ମିଶ୍ର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରୋହିତଙ୍କ ପାଇଁ ସହଜ ହେବନି ସମ୍ବଲପୁର ଲଢେଇ ! - Rohit Pujari To Face Difficulties

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଜିଲ୍ଲାରେ ୯୯୩ଟି ବୁଥ ରହିଥିବା ବେଳେ ସେଥିମଧ୍ୟରୁ ୬୨ ଟି ବୁଥରେ ସମୟ ପରିବର୍ତ୍ତନ କରାଯାଇଛି । ଏଠାରେ ସକାଳ ୭ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ହେବ । ଅନ୍ୟ ୯୩୧ ଟି ବୁଥରେ ପୂର୍ବ ନିର୍ଦ୍ଧାରିତ ସମୟ ସକାଳ ୭ରୁ ସନ୍ଧ୍ୟା ୬ ଟା ଯାଏଁ ମତଦାନ ହେବ । ସମୟ ପରିବର୍ତ୍ତନ ହୋଇଥିବା ବୁଥ ଗୁଡିକ ମଧ୍ୟରୁ ଉମରକୋଟ ବ୍ଲକରେ ୨୨ , ଝରିଗାଁ ବ୍ଲକରେ ୨୬, ନବରଙ୍ଗପୁର ବ୍ଲକରେ ୧୦ ଓ ଡାବୁଗାଁ ବ୍ଲକରେ ୪ ଟି ବୁଥ ରହିଛି । ଜିଲ୍ଲାର ୮,୫୦,୮୫୩ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ । ନବରଙ୍ଗପୁର ଲୋକସଭା ଆସନର ସମସ୍ତ 7 ଟି ବିଧାନସଭା ଆସନ ହେଉଛି ନବରଙ୍ଗପୁର , ଉମରକୋଟ, ଡାବୁଗାଁ, ଝରିଗାଁ , ଚିତ୍ରକୋଣ୍ଡା, ମାଲକାନଗିରି ଓ କୋଟପାଡ଼ ।

ଏହା ମଧ୍ୟ ପଢନ୍ତୁ-ଭଟଲି ଆସନରେ ‘ଡବଲ’ ସୁଶାନ୍ତଙ୍କ କମାଲ, ବିଜେପି ପାଇଁ ସାଜିଛି ମୁଣ୍ଡବଥା - Bhatli Assembly constituency

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ନାମାଙ୍କନ ଦାଖଲ କରିଥିଲେ ଡ଼ାବୁଗାଁ ବିଜେଡି ବିଧାୟକ ପ୍ରାର୍ଥୀ ମନୋହର ରନ୍ଧାରୀ । ସେ ତାଙ୍କ ସମର୍ଥକଙ୍କ ସହ ଜିଲ୍ଲାପରିଷଦଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଚଳିତ ନିର୍ବାଚନରେ ସେ ବିପୁଳ ଭୋଟରେ ବିଜୟ ହେବେ ବୋଲି ମତ ରଖିଛନ୍ତି । ଡାବୁଗାଁର ବର୍ତ୍ତମାନ ବିଧାୟକ ରହିଛନ୍ତି ମନୋହର ରନ୍ଧାରୀ । 2019 ନିର୍ବାଚନରେ ସେ ବିପୁଳ ମାତ୍ରାରେ ଭୋଟ ପାଇ ବିଜେଡି ଟିକଟରେ ବିଜୟୀ ହୋଇଥିଲେ । 2014ରେ ଏହି ଆସନ କଂଗ୍ରେସ ଖାତାରେ ରହିଥିଲା । ଭୁଜବଳ ମାଝି ସେହି ସମୟରେ ବିଧାୟକ ହୋଇଥିଲେ । କିନ୍ତୁ 2019ରେ ସେ ହାରିଯାଇଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.