ETV Bharat / state

ଢେଙ୍କାନାଳରେ ପିହୁର ମା'କୁ ଅଟକ, ପ୍ରଧାନମନ୍ତ୍ରୀଙ୍କୁ ଗୁହାରି ପାଇଁ ଯାଉଥିଲେ

author img

By ETV Bharat Odisha Team

Published : Feb 3, 2024, 7:35 PM IST

Updated : Feb 3, 2024, 7:49 PM IST

Pihu Mother
Pihu Mother

Missing Girl Pihu's Mother detained: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପାଇଁ ଯାଉଥିବା ବେଳେ ନିଖୋଜ ଶିଶୁ ପିହୁର ମାଆକୁ ଅଟକ ରଖିଲା ପୋଲିସ । ଅଧିକ ପଢନ୍ତୁ

ଢେଙ୍କାନାଳରେ ପିହୁର ମା'କୁ ଅଟକ, ପ୍ରଧାନମନ୍ତ୍ରୀଙ୍କୁ ଗୁହାରି ପାଇଁ ଯାଉଥିଲେ

ଢେଙ୍କାନାଳ: ରାଜ୍ୟ ସରକାରଙ୍କଠାରୁ ଆସ୍ଥା ହଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁହାରି କରିବା ଲାଗି ଯାଉଥିଲେ ନିଖୋଜ ପିହୁର ମାଆ । ହେଲେ ଢେଙ୍କାନାଳରେ ପୋଲିସ ତାଙ୍କୁ ଅଟକ ରଖିଛି । ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଥିବା ବେଳେ ସମ୍ବଲପୁରରେ ଆୟୋଜିତ ସଭାକୁ ପିହୁର ମାଆ ଯିବାବେଳେ ଅଧାବାଟରୁ ଉଠେଇ ନେଲା ପୋଲିସ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ନ୍ୟାୟ ପାଇଁ ମାମଲା ସିବିଆଇ ତଦନ୍ତ ଦାବି କରିବାକୁ ଯାଉଥିଲେ ।

ଦୀର୍ଘ ୩ବର୍ଷ ହେଲାଣି କୁନି ଝିଅ ପିହୁର ପତ୍ତା ମିଳୁନାହିଁ । ସେ ଜୀବିତ କି ମୃତ ତାହା ମଧ୍ୟ ଜାଣିନି ପରିବାର । ଏହି କୁନି ଝିଅକୁ ଖୋଜିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ପିହୁର ମାଆ ବାରମ୍ବାର ଝିଅ ସମ୍ପର୍କରେ ତଥ୍ୟ ଦେବା ଲାଗି ଦାବି କରୁଥିଲେ ସୁଦ୍ଧା ସରକାରଙ୍କ ନିଘା ନାହିଁ । ହେଲେ ଆଶା ନ ହରାଇ ପିହୁର ମାଆ ଆଇନଗତ ଲଢେଇ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆସୁଥିବା ଜାଣି ସେ ସମ୍ବଲପୁର ବାହାରିଥିଲେ । ମାତ୍ର ଏହି ଖବର ପୋଲିସ ନିକଟରେ ପହଞ୍ଚିବା ପରେ ତାଙ୍କୁ ଅଧା ରାସ୍ତାରୁ ଉଠାଇ ନିଆଯାଇଥିବା ବେଳେ ଅଟକ ରଖାଯାଇଛି ।

ଏହା ବି ପଢନ୍ତୁ- ପିହୁ ମାଆଙ୍କୁ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ପ୍ରତିଶ୍ରୃତି, 3 ଦିନ ଭିତରେ ସ୍ଵତନ୍ତ୍ର ଟିମ ଗଠନ

ସୂଚନା ଥାଉକି, ଗତ ୨୦୨୦ ମସିହାରୁ ବହୁଚର୍ଚ୍ଚିତ ଯାଜପୁରର ନିଖୋଜ ଶିଶୁ ପିହୁର ମାଆ ମୋନାଲିସା ନାୟକ, ଜଗତସିଂହପୁର କୁଜଙ୍ଗର ହତ୍ୟା ହୋଇଥିବା ଅମୃତ ଦାସ ଭାଇ ସୁବ୍ରତ ଦାସ, ମାହାଙ୍ଗାର ଦୀପ୍ତିକାନ୍ତ ହତ୍ୟାକାଣ୍ଡ ଓ ଗୋପଲପୁରର ୧୬ବର୍ଷର ବ୍ଲକ ଯୋଗେଶ୍ୱର ସାହୁ ହତ୍ୟାଘଟଣାର ନ୍ୟାୟ ପାଇଁ ତାଙ୍କ ପରିବାର ଗୁଡିକ ଲଢେଇ ଜାରି ରଖିଛନ୍ତି । ମାତ୍ର ରାଜ୍ୟ ସରକାରଙ୍କଠାରୁ ନ୍ୟାୟ ପାଇବା ଆଶା ଛାଡି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର କାର୍ଯ୍ୟକ୍ରମକୁ ଏହି ପରିବାରଗୁଡିକ ନ୍ୟାୟ ଭିକ୍ଷା ପାଇଁ ଯାଉଥିଲେ ।

ଏହା ବି ପଢନ୍ତୁ- ଶିଶୁକନ୍ୟା ପିହୁ ଅପହରଣ ଘଟଣା, ୩ବର୍ଷ ପରେ ବି ଝିଅ ଫେରିବା ବାଟକୁ ଅନାଇ ବସିଛି ମା’

ଅଧା ବାଟରୁ ଅର୍ଥାତ ପୁରୁଣା କଟକ ସମ୍ବଲପୁର ରାସ୍ତାର ଭାପୁର ନିକଟରୁ ସଦର ଥାନା ପୋଲିସ ସେମାନଙ୍କୁ ଉଠାଇ ଆଣିଥିଲେ । ସେମାନଙ୍କ ମଧ୍ୟରେ ପିହୁର ମାଆ ମୋନାଲିସା ନାୟକ, କୁଜଙ୍ଗର ସୁବ୍ରତ ଦାସ, ଗୋପଳପୁରର ଦିଲ୍ଲୀପ କୁମାର ସାହୁ ଓ ଗୋପାଳପୁରର କ୍ଷେତ୍ରବାସୀ ସାହୁଙ୍କୁ ନେଇ ଗୋବିନ୍ଦପୁର ଫାଣ୍ଡିରେ ଅଟକ ରଖିଥିଲେ ବୋଲି ଜଣାପଡିଛି । ଏପରି ୭ଟି ନିଖୋଜ ଓ ହତ୍ୟା ମାମଲାର ନ୍ୟାୟ ପାଇଁ ଲଢ଼ୁଥିବା ପରିବାର ଗୁଡିକ ମୋଦିଙ୍କୁ ଭେଟିବା ପାଇଁ ଯାଉଥିବାର ଜଣାପଡିଛି ।

ଇଟିଭି ଭାରତ, ଢେଙ୍କାନାଳ

Last Updated :Feb 3, 2024, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.